ବୁଢ଼ୀଠାକୁରାଣୀ ମନ୍ଦିର
ଅନୁଗୋଳ ସହର ମଧ୍ୟସ୍ଥଳରେ ଥିବା ସୁନାଶଗଡ଼ ପାହାଡ଼ରେ ମାଆ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ ।[୧] ମନ୍ଦିରର ବାମ ପାର୍ଶ୍ଵରେ ମଦନମୋହନ, ଦକ୍ଷିଣ ପାର୍ଶ୍ଵରେ ଶିବପାର୍ବତୀ, ଗାୟତ୍ରୀ ଏବଂ ସମ୍ମୁଖରେ ଏକ ଦୁର୍ଗାମଣ୍ଡପ ରହିଅଛି ସୁନାଶଗଡ଼ ପାହାଡ଼ର ଶୀର୍ଷ ଦେଶରେ ଜଗନ୍ନାଥଙ୍କର ଶୈଳଶ୍ରୀକ୍ଷେତ୍ର ୨୦୦୨ରେ ପ୍ରତିଷ୍ଠା କରାଯାଇଅଛି । [୨] କିମ୍ବଦନ୍ତୀ ମତେ ସୁନାଶ ନାମକ ଜଣେ କନ୍ଧ ଏହି ପାହାଡ଼କୁ ଗଡ଼ ଭାବେ ବ୍ୟବହାର କରୁଥିଲା । ସେ ବୁଢ଼ୀ ଠାକୁରାଣୀଙ୍କୁ ନିଜର ଇଷ୍ଟଦେବୀ ରୂପେ ପୂଜା କରୁଥିଲା [୩]
ପୌରାଣିକ
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ: ପଞ୍ଚୁପାଣ୍ଡବଙ୍କ ଅସ୍ତଶସ୍ତ୍ରକୁ ମା କୁନ୍ତୀ ସୁନାଶଗଡ଼ ପାହାଡ଼ ଭିତରେ ଲୁଚାଇ ନିଜେ ମାଆ ବୁଢ଼ୀ ବେଶରେ ପାହଡ଼ ସାମ୍ନାରେ ଜଗି ରହିଛନ୍ତି । ମାଆ ବୁଢ଼ୀଠାକୁରାଣୀଙ୍କୁ ପ୍ରତିଦିନ ବିଧି ଅନୁସାରେ ଶାବରମତରେ ପୂଜାପାଠ କରାଯାଉଅଛି ।ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ଵିତୀୟା ତିଥିରେ ମାଆଙ୍କର ଜନ୍ମଦିନ ପାଳନ କରାଯାଏ। ନାରାୟଣ ସାଗର ଓ ଚନ୍ଦନ ପୋଖରୀର ଜଳ ଆଣି ମାଆଙ୍କର ସ୍ନାନ ବିଧି ସମ୍ପନ୍ନ କରାଯାଇ ସୁନାବେଶରେ ସଜ୍ଜିତ କରାଯାଏ ।
ଆଧାର
- ↑ "Budhi Thakurani". odisha360.com. 2012. Retrieved 23 May 2012.
The temple of 'Budhi Thakurani' is situated on one side of Sunasagad hill,
- ↑ "SAILASHREEKHETRA, ANGUL". angul.nic.in. 2011. Retrieved 23 May 2012.
after completion of Pratistha Utsav on Dt.22.02.2002
- ↑ "BUDHI THAKURANI, LIVING GODDESS OF ANGUL". angul.nic.in. 2011. Retrieved 23 May 2012.
The Kandha ruler placed this Budhi Thakurani and worshipped as his Esta Devi