ବିରଳା ମନ୍ଦିର, ହାଇଦ୍ରାବାଦ

Coordinates: 17°24′22″N 78°28′09″E / 17.4061875°N 78.4690625°E / 17.4061875; 78.4690625
ଉଇକିପିଡ଼ିଆ‌ରୁ
ବିରଳା ମନ୍ଦିର, ହାଇଦରାବାଦ
୨୦୧୫ ମସିହାରେ ମନ୍ଦିରର ଦୃଶ୍ୟ
General information
ଦେଶIndia
Coordinates17°24′22″N 78°28′09″E / 17.4061875°N 78.4690625°E / 17.4061875; 78.4690625
Construction started୧୯୬୬
Completed୧୯୭୬

ବିରଳା ମନ୍ଦିର ଭାରତର ତେଲେଙ୍ଗାନା ରାଜ୍ୟସ୍ଥିତ ହାଇଦ୍ରାବାଦଠାରେ ଥିବା ଏକ ଏକ ହିନ୍ଦୁ ମନ୍ଦିର । ଏହାର ଉଚ୍ଚତା ୨୮୦ ଫୁଟ ଏବଂ ଏହା ନଉବତ ପାହାଡ଼ ଉପରେ ଅବସ୍ଥିତ । ଏହା ତିଆରି କରିବାକୁ ୧୦ ବର୍ଷ ସମୟ ଲାଗିଥିଲା ଓ ୧୯୭୬ ମସିହାରେ ରାମକୃଷ୍ଣ ମିସନର ସ୍ୱାମୀ ରଙ୍ଗନାଥାନନ୍ଦ ଏହାକୁ ଉନ୍ମୋଚନ କରିଥିଲେ । ବିରଳା ଫାଉଣ୍ଡେସନ ମାଧ୍ୟମରେ ବିରଳା ପରିବାର ଏହି ମନ୍ଦିର ତିଆରି କରେଇଥିଲେ ଓ ଭାରତରେ ଏହିଭଳି ଅନେକ ମନ୍ଦିର ତୋଳେଇଥିଲେ । ଏହି ସବୁ ମନ୍ଦିରଙ୍କର ନାମ ବିରଳା ମନ୍ଦିର ଦିଆଯାଇଛି ।

ସ୍ଥାପତ୍ୟ[ସମ୍ପାଦନା]

ରାତିରେ ବିରଳା ମନ୍ଦିରର ଦୃଶ୍ୟ

ଏହି ମନ୍ଦିର ଦ୍ରାବିଡ଼, ରାଜସ୍ଥାନୀ ଓ ଉତ୍କଳ ସ୍ଥାପତ୍ୟ ଶୈଳୀରେ ନିର୍ମିତ ହୋଇଛି । ଏହି ମନ୍ଦିର ତିଆରୀରେ ୨୦୦୦ ଟନ ଧଳା ଶଙ୍ଖ ମର୍ମର ପଥର ବ୍ୟବହୃତ ହୋଇଛି । ମନ୍ଦିର ଅଧିଷ୍ଠାତା ପ୍ରଭୁ ଭେଙ୍କଟଶ୍ୱରଙ୍କର ୧୧ ଫୁଟ ଉଚ୍ଚର ବିଗ୍ରହ ଗ୍ରାନାଇଟ ପ୍ରସ୍ତରରେ ତିଆରି ହୋଇଛି ଓ ଉପରେ ଛତା ଆକାରର ଏକ ପଦ୍ମ ଫୁଲ ପ୍ରତିମୂର୍ତ୍ତି ଅଛି । ଏହାର ପିତ୍ତଳରେ ତିଆରି ପତାକା ସ୍ତମ୍ଭର ଉଚ୍ଚତା ପ୍ରାୟ ୪୨ ଫୁଟ । ମନ୍ଦିରଟି ତପସ୍ୟା କରିବାକୁ ଉପଯୁକ୍ତ ହେବା ପାଇଁ ସେଠାରେ କୌଣସି ଘଣ୍ଟ ନାହିଁ ଓ ରଙ୍ଗନାଥନନ୍ଦଙ୍କ ଉପଦେଶ ଅନୁସାରେ ଏହି ବନ୍ଦବୋସ୍ତ ହୋଇଛି ।

ମନ୍ଦିର ବିଷୟରେ[ସମ୍ପାଦନା]

ମୂଖ୍ୟ ମନ୍ଦିର ବ୍ୟତୀତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ପତ୍ନୀ ପଦ୍ମାବତୀ ଓ ଅଣ୍ଡଳଙ୍କ ନାମରେ ଦୁଇଟି ଛୋଟ ମନ୍ଦିର ଅଛି । ଏହା ବ୍ୟତୀତ ଶିବ, ଶକ୍ତି, ଗଣେଶ, ହନୁମାନ, ବ୍ରହ୍ମା, ସରସ୍ୱତୀଲକ୍ଷ୍ମୀଙ୍କର ଭିନ୍ନ ଭିନ୍ନ ମନ୍ଦିର ଅଛି । ମନ୍ଦିର କାନ୍ଥରେ ଗୁରୁବାଣୀ ଓ ବିଭିନ୍ନ ଧରଣର ଶିକ୍ଷଣୀୟ ବାର୍ତ୍ତା ଖୋଦିତ ହୋଇଛି । ମହାତ୍ମା ଗାନ୍ଧୀ ଓ ଅନ୍ୟ ହିନ୍ଦୁ ନେତାଙ୍କ ଉପଦେଶ ଅନୁସାରେ ମନ୍ଦିରଟି ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ଖୋଲା ରହେ ।

ପରିବହନ[ସମ୍ପାଦନା]

ଏହି ମନ୍ଦିର ହାଇଦ୍ରାବାଦର ଲକଡ଼ି-କା-ପୁଲ ମେଟ୍ରୋ ଷ୍ଟେସନ ଓ ହାଇଦ୍ରାବାଦ ମେଟ୍ରୋ ଷ୍ଟେସନ ନିକଟରେ ଅବସ୍ଥିତ । ବସ ଓ ଅନ୍ୟାନ୍ୟ ପରିବହନ ମାଧ୍ୟମରେ ମନ୍ଦିରକୁ ସହଜରେ ଯାଇହେବ ।

ବସ ନମ୍ବର: ୫କେ, ୫ଏସ, ୫ – ସିକନ୍ଦରାବାଦରୁ ମେହଦୀପଟନମ

ଯେ କୌଣସି ୧୧୩ ନମ୍ବର ବସ – ଉପଲରୁ ମେହଦୀପଟନମ

ପାର୍କିଂ ସୁବିଧା[ସମ୍ପାଦନା]

ଅତି ଜନପ୍ରିୟ ହୋଇଥିବାରୁ ଏହି ମନ୍ଦିରକୁ ବହୁତ ଗାଡ଼ି ଆସିବାଦ୍ୱାରା ମନ୍ଦିର ପାଖରେ କମ ପାର୍କିଂ ସ୍ଥାନ ମିଳେ ।[୧] ଏହି ଅସୁବିଧା ଦୂର କରିବା ପାଇଁ ଗାଇଡମାନେ ଗାଡ଼ିକୁ ନଉବତ ପାହାଡ଼ ନିମ୍ନ ଦେଶରେ ପାର୍କ କରିବାକୁ ଉପଦେଶ ଦିଅନ୍ତି ।[୨] । ସେଠାକୁ ଚାଲି ଚାଲି ଗଲେ ୨ ମିନିଟ ମାତ୍ର ଲାଗେ ।

ଆଧାର[ସମ୍ପାଦନା]

  1. The Hans India, The Hans India (18 April 2019). "Scant parking space irks residents, visitors". The Hans India. Retrieved 2 November 2020.{{cite news}}: CS1 maint: url-status (link)
  2. Nanisetti, Serish (13 December 2017). "Living Hyderabad: drum house on the hillock". The Hindu. Retrieved 2 November 2020.{{cite news}}: CS1 maint: url-status (link)

ବାହାର ଲିଙ୍କ[ସମ୍ପାଦନା]