ବିମ୍ବାଧର ବର୍ମା
ବିମ୍ବାଧର ବର୍ମା | |
---|---|
ଜନ୍ମ | କୁସୁପୁର, କଟକ | ୨୧ ଅଗଷ୍ଟ ୧୯୦୧
ମୃତ୍ୟୁ | ୨୩ ଡିସେମ୍ବର ୧୯୫୩[୧] | (ବୟସ ୫୨)
ବିମ୍ବାଧର ବର୍ମା (୨୧ ଅଗଷ୍ଟ ୧୯୦୧ - ୧୯୫୩) ପ୍ରାକ-ସ୍ୱାଧୀନତା କାଳର ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ।[୨] ତାଙ୍କୁ ଓଡ଼ିଶାର ପ୍ରଥମ କଳା-ଶିଳ୍ପୀ ମାନ୍ୟତା ମିଳିଛି ଓ ସେଥିପାଇଁ ତାଙ୍କୁ "ଶିଳ୍ପୀଗୁରୁ" ସମ୍ବୋଧନ କରାଯାଏ ।[୩] ସେ ଲେଖାଲେଖି ମଧ୍ୟ କରୁଥିଲେ ।[୪] ପତିପତ୍ନୀ ତାଙ୍କର ଏକ ଚର୍ଚ୍ଚିତ ଉପନ୍ୟାସ ଅଟେ ।
ଜୀବନୀ
[ସମ୍ପାଦନା]ବିମ୍ବାଧର, କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ କୁସୁପୁରୁଠାରେ ୧୯୦୧ ଅଗଷ୍ଟ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୫][୬] ପିତାଙ୍କ ନାମ ଥିଲା ଲକ୍ଷ୍ମୀଧର ଜେନା ଓ ମାତାଙ୍କ ନାମ ଶାରଦାଦେବୀ । ସେମାନେ ଜାତିରେ ଥିଲେ କ୍ଷତ୍ରିୟ । ନିଜ ସାଙ୍ଗିଆ ବଦଳାଇ ଜେନାରୁ ବର୍ମା ହୋଇଥିଲେ । ନିଜର ଏକ କବିତାରେ ବିମ୍ବାଧର ଲେଖିଥିଲେ "ଜେନା ବିମ୍ବାଧର, ଜାତି ହାଣକାର" । ବାଲ୍ୟକାଳରୁ ସେ ନିଜ ପିତାଙ୍କୁ ହରାଇଥିଲେ । ସେ କଳାନୁରାଗୀ ଥିଲେ କିନ୍ତୁ କୌଣସି ବିଧିବଦ୍ଧ କଳା ଶିକ୍ଷା ଲାଭ କରିନଥିଲେ । ବାପାଙ୍କ ଚାକିରି ଯୋଗୁ ପିଲାଦିନ ଢେଙ୍କାନାଳରେ ବିତିଥିଲା । ବାପାଙ୍କ ମୃତ୍ୟୁ ପରେ, ସେ ମାଆ ଓ ଭାଇଙ୍କ ସହ କୁସୁପୁର ଚାଲି ଆସିଥିଲେ । କୁସୁପୁରର "ନନ୍ଦକିଶୋର ବିଦ୍ୟାମନ୍ଦିର"ରେ ନିଜ ପ୍ରାଥମିକ ଶିକ୍ଷାଗ୍ରହଣ କରିଥିଲେ । ଜଣେ ମୃଣ୍ମୟ ପ୍ରତିମା ଶିଳ୍ପୀଙ୍କ ସଂସ୍ପର୍ଶରେ ଆସି ପ୍ରତିମା ଗଢିବା ଆରମ୍ଭ କରିଥିଲେ । ଚିତ୍ରକଳାର ଆଦ୍ୟଶିକ୍ଷା ଲାଭ କରିଥିଲେ ରଘୁନାଥ ପଣ୍ଡାଙ୍କଠାରୁ ଓ ମୂର୍ତ୍ତୀ ଗଠନ କଳା ଶିଖିଥିଲେ ରାଖାଲ୍ ବାବୁଙ୍କଠାରୁ । ମା ଶାରଦାଦେବୀଙ୍କୁ ପୁଅର ଚିତ୍ର ଆଙ୍କିବା ପସନ୍ଦ ନଥିଲା । ମାତାଙ୍କର ଧାରଣା ଥିଲା ଯେ, ଯେଉଁମାନେ ପ୍ରତିମା ଗଢନ୍ତି, ସେମାନେ ନିସନ୍ତାନ ରହନ୍ତି । ବିମ୍ବାଧର ମା'ଙ୍କର ଏହି କଥାକୁ ଧରି ଆଜୀବନ ଅବିବାହିତ ରହିଥିଲେ ।[୭] ପିତା, ମାତା ଓ ଭ୍ରାତାଙ୍କ ହରାଇ ସେ ନିସଙ୍ଗ ଜୀବନ ଯାପନ କରୁଥିଲେ । ରୋଗ-ଦାରିଦ୍ର୍ୟକୁ ଭୃକ୍ଷେପ ନକରି, ନିଜ କଳାସାଧନା ଜାରୀ ରଖିଥିଲେ । କଳାକୁ କେବେ ସେ ବ୍ୟବସାୟ ଭାବି ନଥିଲେ ।
କଳାକାର ଜୀବନ
[ସମ୍ପାଦନା]ବିମ୍ବାଧର ମୂର୍ତ୍ତିକଳା ଓ ଚିତ୍ରକଳାକୁ ନିଜର ବୃତ୍ତି ଭାବରେ ଗ୍ରହଣ କରିଥିଲେ । ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ପ୍ରେରଣାରେ ସେ ସହରକୁ ଆସିଥିଲେ ଓ ତାଙ୍କର ପରିଚିତି ବଢିଥିଲା । ମହାତ୍ମା ଗାନ୍ଧୀ, ବାଳ ଗଙ୍ଗାଧର ତିଳକ ଓ ଗୋପବନ୍ଧୁ ଦାସ ପ୍ରଭୃତିଙ୍କର ପ୍ରତିମା ନିର୍ମାଣ କରି, ପ୍ରତିମା ନିର୍ମାଣ କରି, ବିମ୍ବାଧର ପ୍ରଂଶସିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିଲେ ଓ ସେଥିରେ ଅଧିକ ଧ୍ୟାନ ଦେଇଥିଲେ । ସେ ଅବନୀନ୍ଦ୍ରନାଥ ଠାକୁରଙ୍କ ଚିତ୍ରକଳା ପଦ୍ଧତିଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ପ୍ରକୃତିକୁ ନିଜ ଶିକ୍ଷାଦାତ୍ରୀ ଭାବରେ ଗ୍ରହଣ କରିଥିଲେ । ସରଳ ପ୍ରକୃତି ଯୋଗୁ ସେ ବହୁଲୋକଙ୍କଦ୍ୱାରା ପ୍ରତାରିତ ହୋଇଥିଲେ ଓ ତାଙ୍କ ଜୀବନ ଅଭାବ ଅନାଟନ ମଧ୍ୟରେ ବିତିଥିଲା ।[୮] ତାଙ୍କ ଚିତ୍ରକଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ବାସ୍ତବଧର୍ମୀ ଚିତ୍ର ଓ କଳ୍ପନା-ବିଳାସୀ ଚିତ୍ର ।
କଳାକୃତି
[ସମ୍ପାଦନା]ବାସ୍ତବଧର୍ମୀ ଚିତ୍ର :
|
ସାହିତ୍ୟ ସର୍ଜନା
[ସମ୍ପାଦନା]ବିମ୍ବାଧର ନାଟକ, କବିତା ଓ ଉପନ୍ୟାସ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ।
କବିତା
[ସମ୍ପାଦନା]- ସାଧବଝିଅ
- ପଲ୍ଲୀବଧୂ
- ଗୋଧୂଳି ରାଗିଣୀ
- କନ୍ୟା
ଉପନ୍ୟାସ
[ସମ୍ପାଦନା]- ପତିପତ୍ନୀ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଶିଳ୍ପୀ ଗୁରୁ - ୧୯୪୦ (ଉତ୍କଳ ସାହିତ୍ୟ ସମାଜ ତରଫରୁ ଭୂଷିତ)
ଆଧାର
[ସମ୍ପାଦନା]- ↑ "ଶିଳ୍ପୀଗୁରୁ ବିମ୍ବାଧର ତୁମେ ଚିତ୍ରର ଯାଦୁଗର – ତୁମ ରଙ୍ଗଶାଳାରେ ଝରୁଛି 'ଦୀପନ୍ୱିତା'ର ଲୁହ". sambad24.com. sambad24.com. Archived from the original on 21 October 2019. Retrieved 21 October 2019.
{{cite web}}
: CS1 maint: bot: original URL status unknown (link) - ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 390–. ISBN 978-81-260-1803-1.
- ↑ Jyotisha Jośī; Lalit Kala Akademi (2006). Artists directory, 2006. Lalit Kala Akademi.
- ↑ The Indian P.E.N. P.E.N. All-India Centre. 1975.
- ↑ Durga Prasad Patnaik (1993). B. Varma. Orissa Lalit Kala Akademi.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "ଶିଳ୍ପୀଗୁରୁ ବିମ୍ବାଧର ବର୍ମା". www.antarangakalinga.in. antarangakalinga.in. Archived from the original on 21 October 2019. Retrieved 21 October 2019.
- ↑ "ଶିଳ୍ପୀଗୁରୁ ବିମ୍ବାଧର ବର୍ମା". ସମ୍ବାଦ ୦୨/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 2 August 2016.[permanent dead link]
- ↑ http://tera-3.ul.cs.cmu.edu/NASD/4a7f1db4-5792-415c-be79-266f41eef20a/upgrade-archive-06-14-2007/data/upload-allbooks/disk%203/Jan%20M/ENGLISH/Orissa/HTML/00000063.htm[permanent dead link]
- ↑ ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୨୧/୦୮/୨୦୧୫ ପୃଷ୍ଠା ୪ରେ ପ୍ରକାଶିତ ଶିଳ୍ପୀଗୁରୁ ବିମ୍ବାଧର ବର୍ମା
- ↑ Orissa State Museum (1981). A Guide to Orissa State Museum. The Museum.