Jump to content

ବିମଳ ପ୍ରସାଦ ଦାସ

ଉଇକିପିଡ଼ିଆ‌ରୁ
ଜଷ୍ଟିସ୍‌

ବିମଳ ପ୍ରସାଦ ଦାସ
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି
କାର୍ଯ୍ୟକାଳ
୧୯୯୯ର ଜୁନ୍ ୧୭  ୧୪ ନଭେମ୍ବର ୨୦୧୨
ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ
କାର୍ଯ୍ୟକାଳ
୦୪.୦୯.୨୦୧୯  ୧୪.୧୧.୨୦୨୦
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୫ ନଭେମ୍ବର ୧୯୫୦
କଟକ
ଜାତୀୟତାଭାରତୀୟ

ବିମଳ ପ୍ରସାଦ ଦାସ (ଜନ୍ମ: ୧୫ ନଭେମ୍ବର ୧୯୫୦) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ଦାସ ୧୯୫୦ ମସିହା ନଭେମ୍ବର ୧୫ରେ କଟକ ସହରର ରାମଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ପିତା ଥିଲେ ଗୋଲକ ଚନ୍ଦ୍ର ଦାସ । କଟକର କ୍ରିଷ୍ଟ କଲେଜିଆଟ୍ ସ୍କୁଲରେ ଶିକ୍ଷାଲାଭ କରି ସେ ୧୯୭୦ରେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୭୨ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କଲେ ଓ ୧୯୭୪ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରୁ ଏଲଏଲବି୍ ପାସ୍ କଲେ ।

୧୯୭୪ରେ ଓଡିଶା ଉଚ୍ଚ ନ୍ୟାୟାଳୟ ବାରରେ ଯୋଗ ଦେଲେ ଏବଂ ଶ୍ରୀ ବି କେ. ମହାନ୍ତି, ବରିଷ୍ଠ ଆଡଭୋକେଟଙ୍କ ସହଯୋଗୀ ଭାବେ କାର୍ଯ୍ୟ କଲେ । ୧୯୭୯ରେ ସ୍ଵତନ୍ତ୍ର ଭାବେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସାଂବିଧାନିକ, କର, ଦିୱାନି, ଆଇନଗତ ଇତ୍ୟାଦି ବିଭିନ୍ନ ପ୍ରକାର ମାମଲା ଓଡିଶା ଉଚ୍ଚ ନ୍ୟାୟାଳୟ ଏବଂ ରାଜ୍ୟର ଅଧସ୍ଥନ ନ୍ୟାୟାଳୟରେ ଚଲାଇଥିଲେ । ବିଭିନ୍ନ ପ୍ରତିଷ୍ଠାନ, କର୍ପୋରେସନ ଓ କମ୍ପାନୀଙ୍କ ନିମନ୍ତେ ଆଇନଗତ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସିନିଅର କାଉନ୍ସିଲ୍ ଭାବେ ଗୁରୁତ୍ୱପୂର୍ଣ୍ଣ ପରିବେଶ ସମ୍ପର୍କୀୟ ମାମଲାରେ ଓକିଲାତି କରିଥିଲେ । ୧୯୯୬ର ମେ ୧୧ରୁ ୧୯୯୭ର ମେ ୧୪ ପର୍ଯ୍ୟନ୍ତ ଓଡିଶା ରାଜ୍ୟ ବାର କାଉନ୍ସିଲ୍ ସଦସ୍ୟ ଥିଲେ । ୧୯୯୬ର ଡିସେମ୍ବରରୁ ଓଡିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ସରକାରୀ ଆଡଭୋକେଟ୍ ଭାବେ କାର୍ଯ୍ୟ କରିଥିଲେ ।

ପରେ ୧୯୯୯ର ଜୁନ୍ ୧୭ରେ ଓଡିଶା ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ।[] ଅବସର ପରେ ୦୪.୦୯.୨୦୧୯- ୧୪.୧୧.୨୦୨୦ ଅବଧିରେ ସେ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସଂପାଦନ କରିଥିଲେ ।[]

  1. 1 2 National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-01-28.
  2. archive, From our online (2019-09-05). "Justice Bimal Prasad Das takes charge as Odisha Human Rights Commission chief". The New Indian Express (in ଇଂରାଜୀ). Retrieved 2025-01-28.