ବିମଳ ପ୍ରସାଦ ଦାସ
ଜଷ୍ଟିସ୍ ବିମଳ ପ୍ରସାଦ ଦାସ | |
---|---|
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି | |
କାର୍ଯ୍ୟକାଳ ୧୯୯୯ର ଜୁନ୍ ୧୭ – ୧୪ ନଭେମ୍ବର ୨୦୧୨ | |
ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ | |
କାର୍ଯ୍ୟକାଳ ୦୪.୦୯.୨୦୧୯ – ୧୪.୧୧.୨୦୨୦ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୫ ନଭେମ୍ବର ୧୯୫୦ କଟକ |
ଜାତୀୟତା | ଭାରତୀୟ |
ବିମଳ ପ୍ରସାଦ ଦାସ (ଜନ୍ମ: ୧୫ ନଭେମ୍ବର ୧୯୫୦) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ଦାସ ୧୯୫୦ ମସିହା ନଭେମ୍ବର ୧୫ରେ କଟକ ସହରର ରାମଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ପିତା ଥିଲେ ଗୋଲକ ଚନ୍ଦ୍ର ଦାସ । କଟକର କ୍ରିଷ୍ଟ କଲେଜିଆଟ୍ ସ୍କୁଲରେ ଶିକ୍ଷାଲାଭ କରି ସେ ୧୯୭୦ରେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୭୨ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କଲେ ଓ ୧୯୭୪ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରୁ ଏଲଏଲବି୍ ପାସ୍ କଲେ ।
୧୯୭୪ରେ ଓଡିଶା ଉଚ୍ଚ ନ୍ୟାୟାଳୟ ବାରରେ ଯୋଗ ଦେଲେ ଏବଂ ଶ୍ରୀ ବି କେ. ମହାନ୍ତି, ବରିଷ୍ଠ ଆଡଭୋକେଟଙ୍କ ସହଯୋଗୀ ଭାବେ କାର୍ଯ୍ୟ କଲେ । ୧୯୭୯ରେ ସ୍ଵତନ୍ତ୍ର ଭାବେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସାଂବିଧାନିକ, କର, ଦିୱାନି, ଆଇନଗତ ଇତ୍ୟାଦି ବିଭିନ୍ନ ପ୍ରକାର ମାମଲା ଓଡିଶା ଉଚ୍ଚ ନ୍ୟାୟାଳୟ ଏବଂ ରାଜ୍ୟର ଅଧସ୍ଥନ ନ୍ୟାୟାଳୟରେ ଚଲାଇଥିଲେ । ବିଭିନ୍ନ ପ୍ରତିଷ୍ଠାନ, କର୍ପୋରେସନ ଓ କମ୍ପାନୀଙ୍କ ନିମନ୍ତେ ଆଇନଗତ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସିନିଅର କାଉନ୍ସିଲ୍ ଭାବେ ଗୁରୁତ୍ୱପୂର୍ଣ୍ଣ ପରିବେଶ ସମ୍ପର୍କୀୟ ମାମଲାରେ ଓକିଲାତି କରିଥିଲେ । ୧୯୯୬ର ମେ ୧୧ରୁ ୧୯୯୭ର ମେ ୧୪ ପର୍ଯ୍ୟନ୍ତ ଓଡିଶା ରାଜ୍ୟ ବାର କାଉନ୍ସିଲ୍ ସଦସ୍ୟ ଥିଲେ । ୧୯୯୬ର ଡିସେମ୍ବରରୁ ଓଡିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ସରକାରୀ ଆଡଭୋକେଟ୍ ଭାବେ କାର୍ଯ୍ୟ କରିଥିଲେ ।
ପରେ ୧୯୯୯ର ଜୁନ୍ ୧୭ରେ ଓଡିଶା ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ।[୧] ଅବସର ପରେ ୦୪.୦୯.୨୦୧୯- ୧୪.୧୧.୨୦୨୦ ଅବଧିରେ ସେ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସଂପାଦନ କରିଥିଲେ ।[୨]
ଆଧାର
[ସମ୍ପାଦନା]![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-01-28.
- ↑ archive, From our online (2019-09-05). "Justice Bimal Prasad Das takes charge as Odisha Human Rights Commission chief". The New Indian Express (in ଇଂରାଜୀ). Retrieved 2025-01-28.