Jump to content

ବିବେକ ଭାରତୀ ଶର୍ମା

ଉଇକିପିଡ଼ିଆ‌ରୁ

ବିବେକ ଭାରତୀ ଶର୍ମା (ଜନ୍ମ ୧୩ ଜୁନ୍ ୧୯୬୩) ଜଣେ ଅବସରପ୍ରାପ୍ତ ଭାରତୀୟ ନ୍ୟାୟାଧୀଶ, ଯିଏ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିିଚାରପତି ଥିଲେ।[୧]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ନ୍ୟାୟମୂର୍ତ୍ତି ଶର୍ମା ଦିଲ୍ଲୀର ରାମଜସ୍ ସ୍କୁଲରେ ନିଜ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ସ୍ନାତକ (B.Sc.) ଡିଗ୍ରୀ ଅର୍ଜନ କରିଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗରୁ ଆଇନ ସ୍ନାତକ (LL.B.) ଡିଗ୍ରୀ ପ୍ରାପ୍ତ କରିଥିଲେ।[୨] ଏହା ସହିତ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନ୍ୟାନ୍ଥ୍ରୋପୋଲୋଜି ବିଭାଗରୁ ଫୋରେନ୍ସିକ୍ ସାଇନ୍ସରେ ଏକ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଥିଲେ।

ଆଇନ ପେଶା

[ସମ୍ପାଦନା]

ନ୍ୟାୟମୂର୍ତ୍ତି ଶର୍ମା ୧୯୮୭ ମସିହାରେ ନିଜ ଆଇନ ପେଶା ଆରମ୍ଭ କରିଥିଲେ ଏବଂ ଦିଲ୍ଲୀର ଜିଲ୍ଲା ଅଦାଲତ ଓ ଉଚ୍ଚ ନ୍ୟାୟାଳୟରେ ବିବାହିକ, ସିଭିଲ୍ ଓ ଆପରାଧିକ ମାମଲାରେ ପ୍ରାକ୍ଟିସ୍ କରୁଥିଲେ।[୩] ୧୯୯୦ ମସିହାରେ ସେ ଦିଲ୍ଲୀ ପ୍ରଶାସନ ପାଇଁ ସରକାରୀ ଆଇନଜୀବୀ ଭାବେ ନିଯୁକ୍ତ ହୋଇଥିଲେ। 1994 ମସିହାରେ ସେ ଦିଲ୍ଲୀ ସରକାରର ଅତିରିକ୍ତ ପବ୍ଲିକ୍ କାଉନସେଲ୍ ଭାବେ କାର୍ଯ୍ୟଭାର ଗ୍ରହଣ କରି, ଶିଳ୍ପ ନିର୍ଦ୍ଦେଶାଳୟ, ଶିକ୍ଷା ନିର୍ଦ୍ଦେଶାଳୟ, ଲୋକନିର୍ମାଣ ବିଭାଗ ଏବଂ ଦିଲ୍ଲୀ ପୁଲିସ୍ ସହିତ ବିଭିନ୍ନ ବିଭାଗର ମାମଲା ଦେଖୁଥିଲେ। ୧୯୯୮ ମସିହାରେ ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଭାରତୀୟ ରେଲୱେର ପକ୍ଷରୁ ଅଧିବକ୍ତା ଭାବେ ନିଯୁକ୍ତ ହୋଇଥିଲେ। ଦୁଇ ବର୍ଷ ପରେ, ୨୦୦୦ ମସିହାରେ, ସେ ଭାରତ ସଂଘ ପାଇଁ ଅତିରିକ୍ତ ସ୍ଥାୟୀ କାଉନସେଲ୍ ଭାବେ କାର୍ଯ୍ୟ କରିଥିଲେ।

ନ୍ୟାୟିକ ସେବା ଜୀବନ

[ସମ୍ପାଦନା]

୨୦୦୫ ମସିହାରେ ନ୍ୟାୟମୂର୍ତ୍ତି ଶର୍ମା ଉତ୍ତରାଖଣ୍ଡର ଉଚ୍ଚତର ନ୍ୟାୟିକ ସେବା (HJS)ର ପ୍ରଥମ ବ୍ୟାଚର ସଦସ୍ୟ ଭାବେ ଯୋଗଦେଇଥିଲେ।[6] ସେ ହରିଦ୍ୱାର, ରୁଡ଼କୀ, ହଲ୍ଦ୍ୱାନୀ ଏବଂ ନୈନିତାଲରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ଭାବେ ସେବା ପ୍ରଦାନ କରିଥିଲେ। ମେ ୨୦୧୧ ମସିହାରେ ସେ ପିଥୋରାଗଡ଼ରେ ପ୍ରଧାନ ଜିଲ୍ଲା ଜଜ୍ ଭାବେ ପଦୋନ୍ନତି ପାଇଥିଲେ ଏବଂ ପରେ ୨୦୧୩ ମସିହାରେ ପୌଡ଼ିରେ ମଧ୍ୟ ସେହି ପଦବୀରେ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟଜୀବନରେ ଉତ୍ତରାଖଣ୍ଡର ରାଜ୍ୟପାଳଙ୍କ ଆଇନ ପରାମର୍ଶଦାତା, ଦେହରାଦୂନରେ ବାଣିଜ୍ୟ କର ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ଉତ୍ତରାଖଣ୍ଡ ନ୍ୟାୟିକ ଓ ଆଇନ ଆକାଡେମୀର ନିର୍ଦ୍ଦେଶକ, ହରିଦ୍ୱାରରେ ପ୍ରଧାନ ଜିଲ୍ଲା ଜଜ୍ ଏବଂ ନୈନିତାଲରେ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଜେନେରାଲ୍ ଭାବେ କାର୍ଯ୍ୟ କରିଥିବା ଭୂମିକାଗୁଡ଼ିକ ଅନ୍ତର୍ଭୁକ୍ତ ।

ନ୍ୟାୟମୂର୍ତ୍ତି ଶର୍ମା ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇ ୨୮ ଏପ୍ରିଲ୍ ୨୦୨୩ ତାରିଖରେ ସ୍ଥାୟୀ ନ୍ୟାୟାଧୀଶ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ 12 ଜୁନ୍ 2025 ପର୍ଯ୍ୟନ୍ତ ସେବା ପ୍ରଦାନ କରିଥିଲେ।

  1. ↑ "Hon'ble Mr. Justice Vivek Bharti Sharma | High Court of Uttarakhand | India" (in ଇଂରାଜୀ). Retrieved 2026-01-04.
  2. ↑ "High Court Bar Association, Nainital, Uttarakhand". www.uttarakhandhighcourtbarassociationnainital.com. Retrieved 2026-01-04.
  3. ↑ "Profile Administrative Judge". rudraprayag.dcourts.gov.in. Retrieved 4 January 2026.[permanent dead link]