ବିପୁଳ ଗୁପ୍ତା
ଦେଖଣା
ବିପୁଳ ଗୁପ୍ତା ଜଣେ ଭାରତୀୟ ଅଭିନେତା ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସେ କେ. ଷ୍ଟ୍ରିଟ୍ ପାଲି ହିଲ୍ରେ ଦ୍ରୋଣେ କେଶବ, ଇଣ୍ଡିଆ କଲିଂରେ ଆଦିତ୍ୟ ଖାନ୍ନା, ଏକ୍ ନୟି ଛୋଟି ସି ଜିନ୍ଦଗୀରେ ସମର୍ଥ ଓଝା ଏବଂ ଏକ ନଣନ୍ଦ କୀ ଖୁସିୟୋଁ କୀ ଛବି – ମେରି ଭାବିରେ ଆନନ୍ଦ ଶେରଗିଲ୍ ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।[୧] ୨୦୨୦ ମସିହାରେ, ସେ ହିନ୍ଦୀ କଥାଚିତ୍ର ତାନାଜୀରେ ଜଗତ ସିଂହ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ ଜୀବନ
[ସମ୍ପାଦନା]ବିପୁଲ ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ କେ. ଷ୍ଟ୍ରିଟ୍ ପାଲି ହିଲ୍ ଧାରାବାହିକ ଜରିଆରେ ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ, ସେ ଷ୍ଟାର୍ ପ୍ଲସ୍ର ଅନ୍ୟ ଏକ ଧାରାବାହିକ ମେରି ଭାବିରେ କାମ କରିଥିଲେ ।[୩][୪]
ଟେଲିଭିଜନ ଓ ୱେବ୍ ସିରିଜ୍
[ସମ୍ପାଦନା]| ବର୍ଷ | ଧାରାବାହିକ/ସିରିଜ୍ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୪ – ୨୦୦୫ | କେ. ଷ୍ଟ୍ରିଟ୍ ପାଲି ହିଲ୍ | ଦ୍ରୋଣେ କେଶବ | ମୁଖ୍ୟ ଭୂମିକା |
| ୨୦୦୫ – ୨୦୦୬ | ଇଣ୍ଡିଆ କଲିଂ | ଆଦିତ୍ୟ ଖାନ୍ନା | ମୁଖ୍ୟ ଭୂମିକା[୪] |
| ୨୦୦୭ | ଫୋର୍ | ରାକେଶ | ମୁଖ୍ୟ ଭୂମିକା |
| ୨୦୧୧ | ଏକ୍ ନୟି ଛୋଟି ସି ଜିନ୍ଦଗୀ | ସମର୍ଥ ଓଝା | |
| ୨୦୧୨ | ତେରି ମେରି ଲଭ୍ ଷ୍ଟୋରିଜ୍ | ଅଧ୍ୟାୟଗତ ଭୂମିକା | |
| ୨୦୧୩ – ୨୦୧୪ | ମେରି ଭାବି | ଆନନ୍ଦ ଜୋରାୱର ଶେରଗିଲ୍ | ମୁଖ୍ୟ ଭୂମିକା |
| ୨୦୧୪ – ୨୦୧୫ | ଏକ୍ ଥା ରୁଷ୍ଟି | ରୁଷ୍ଟି | |
| ୨୦୧୫ | ଡର୍ ସବ୍କୋ ଲଗ୍ତା ହୈ | ଡ. ପୁରୁବ | ଅଧ୍ୟାୟଗତ ଭୂମିକା |
| ୨୦୧୭ | ମାୟା | ରାହୁଲ | ମୁଖ୍ୟ ଭୂମିକା |
| ଆରମ୍ଭ | |||
| ୨୦୨୦ | ସ୍ପେଶାଲ୍ ଅପ୍ସ୍ | ବାଳକୃଷ୍ଣ "ବାଲା" ରେଡ୍ଡି | |
| ୨୦୨୩ | ହ୍ୟାକ୍: କ୍ରାଇମ୍ ଅନ୍ଲାଇନ୍[୫] | ଏସିପି ଆଶୁତୋଷ ଭଟନାଗର |
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକାଡ଼ |
|---|---|---|
| ୨୦୦୪ | ଲକ୍ଷ୍ୟ | କ୍ୟାପ୍ଟେନ ରାକେଶ ଭବନାନୀ |
| ୨୦୦୯ | ଫକ୍ସ | ରାଜ ଠାକୁର |
| ୨୦୧୧ | ୟେଃ ସାଲି ଜିନ୍ଦଗୀ | ଶ୍ୟାମ |
| ୨୦୨୦ | ତାନାଜୀ | ଜଗତ ସିଂହ |
ଆଧାର
[ସମ୍ପାଦନା]- ↑ "Ek Nanad Ki Khushiyon Ki Chaabi...Meri Bhabhi".
- ↑ Rajesh, Srividya (17 January 2020). "I always knew I had a good role in Tanhaji, but the end product made me happier: Vipul Gupta". IWMBuzz. Retrieved 26 January 2020.
- ↑ "Ek Nanad Ki Khushiyon Ki Chaabi Meri Bhabhi News | Latest News on Ek Nanad Ki Khushiyon Ki Chaabi Meri Bhabhi". The Times of India.
- 1 2 Mulchandani, Amrita (25 June 2013). "Doing films was a risk, but I have no regrets: Vipul Gupta". The Times of India. Retrieved 2 February 2021.
- ↑ Cyril, Grace (18 November 2023). "'Hack Crimes Online' star Vipul Gupta says 'most challenging part was the script'". India Today. Retrieved 1 February 2024.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିପୁଳ ଗୁପ୍ତା