ବିନୟ ପିଟକ
| ବୌଦ୍ଧବାଦ
|
| ଧର୍ମ ବା ମତବାଦ ଚାରୋଟି ସତ |
| ଆଚରଣ ତିନୋଟି ରତନ |
|
ପରମ୍ପରା ·
ଧର୍ମଗ୍ରନ୍ଥ |
ବିନୟ ପିଟକ (ଇଂରାଜୀ: Basket of Discipline, ଅର୍ଥାତ୍ “ଶିଷ୍ଟାଚାରର ଝୁଡ଼ି”); ଏହା ପାଳି ତ୍ରିପିଟକର ପ୍ରଥମ ଅଂଶ । ବିନୟ ପିଟକ ଏକ ବୌଦ୍ଧ ଗ୍ରନ୍ଥ ଅଟେ । ଏହା ‘ତ୍ରିପିଟକ’ ଗ୍ରନ୍ଥର ତିନୋଟି ଭାଗରୁ ଗୋଟିଏ । ତ୍ରିପିଟକର ଅନ୍ୟ ଦୁଇ ଅଂଶ ହେଲେ; ସୂତ୍ର ପିଟକ (Sutta Piṭaka) ଓ ଅଭିଧର୍ମ ପିଟକ (Abhidhamma Piṭaka) । ଏହି ଗ୍ରନ୍ଥର ପ୍ରଧାନ ବିଷୟ ବିହାରର ଭିକ୍ଷୁ, ଭିକ୍ଷୁଣୀ ଇତ୍ୟାଦିଙ୍କ ସମ୍ପର୍କରେ ଅଟେ । ‘ବିନୟ ପିଟକ’ର ଶାବ୍ଦିକ ଅର୍ଥ ହେଉଛି “ଶିଷ୍ଟାଚାର (ଶାସନ)ର ଝୁଡ଼ି”। ବୌଦ୍ଧ ଧର୍ମରେ ଭିକ୍ଷୁ ଓ ଭିକ୍ଷୁଣୀ ଭାବେ ପ୍ରବେଶ କରୁଥିବା ଶିଷ୍ୟ (ଅନୁଗାମୀ)ଙ୍କ ଆଚରଣକୁ ନିୟମିତ କରିବା ପାଇଁ ଯେଉଁ ନିୟମମାନ ନିର୍ଦ୍ଧାରିତ ହୋଇଛି, ସେଗୁଡ଼ିକୁ ‘ବିନୟ’ ବୋଲି କୁହାଯାଏ । ତେଣୁ, ବିନୟ ପିଟକ ହେଉଛି ସେହି ବିନୟ ସମ୍ବନ୍ଧୀୟ ନିୟମମାନଙ୍କର ଏକ ସୁସଂଗଠିତ ସଂଗ୍ରହ । ଏହାର ପ୍ରଧାନ ବିଷୟବସ୍ତୁ ହେଉଛି ସଂଘ (ମଂକ୍ଷ ଓ ଭିକ୍ଷୁଣୀମାନଙ୍କ) ପାଇଁ ନିର୍ଦ୍ଧାରିତ ସଂଘଜୀବନର ନିୟମ ଓ ଆଚାରବିଧି ।[୧]
ଉତ୍ପତ୍ତି
[ସମ୍ପାଦନା]ବୁଦ୍ଧ ଯେତେବେଳେ ସଂଘ ପ୍ରତିଷ୍ଠା କଲେ ସେତେବେଳେ ବୌଦ୍ଧ ଅନୁଗାମୀ ମାନଙ୍କ ପାଇଁ କୌଣସି ଲିପିବଦ୍ଧ ଆଚାର ସଂହିତା ନ ଥିଲା ।[୨] ପାରମ୍ପରିକ ଦୃଷ୍ଟିକୋଣ ଅନୁସାରେ, ତ୍ରିପିଟକ ବୁଦ୍ଧଙ୍କ ମହାପରିନିର୍ବାଣ ପରେ ପ୍ରଥମ ସଂଘୀୟ ପରିଷଦରେ ସଂଗ୍ରହ କରାଯାଇଥିଲା । ବିନୟ ପିଟକ ଉପାଳି ଦ୍ୱାରା ପାଠ କରାଯାଇଥିଲା ବୋଲି କୁହାଯାଏ ଓ ପରେ ସେଥିରେ ଅତି କମ ପରିବର୍ତ୍ତନ ହୋଇଥିଲା ।
ବିନୟ ପିଟକର ଉପଲବ୍ଧ ବିଭିନ୍ନ ସଂସ୍କରଣମାନଙ୍କ ମଧ୍ୟରେ ସାଧାରଣତଃ ଅଧିକ ସାଦୃଶ୍ୟ ପରିଦୃଶ୍ୟ ହୁଏ । ଅଧିକାଂଶ ଗବେଷକଙ୍କ ମତାନୁସାରେ ବିନୟ ପିଟକର ବଡ଼ ଅଂଶ ଅତି ପ୍ରାଚୀନ, ଅର୍ଥାତ୍ ସମସ୍ତ ବୌଦ୍ଧ ସଂପ୍ରଦାୟ ଭିନ୍ନ ହେବା ପୂର୍ବରୁ ଏହା ରଚିତ ।
ବିଷୟବସ୍ତୁ
[ସମ୍ପାଦନା]ପାଳି ବିନୟ ପିଟକର ଅଂଶଗୁଡ଼ିକ ହେଉଛି —
- ସୁତ୍ତବିଭଙ୍ଗ (Suttavibhaṅga): ପତିମୋକ୍ଷ (Pāṭimokkha) ଓ ତାହାର ଟିପ୍ପଣୀ ଯାହା ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କ ପାଇଁ ସଦାଚାର ସଂହିତା । ଏହାର ଦୁଇଭାଗ ଏହିପରି ।[୩]
- ମହାବିଭଙ୍ଗ (Mahāvibhaṅga): ଭିକ୍ଷୁମାନଙ୍କ ପାଇଁ ନିୟମ ।
- ଭିକ୍ଷୁଣୀବିଭଙ୍ଗ (Bhikkhunīvibhaṅga): ଭିକ୍ଷୁଣୀମାନଙ୍କ ପାଇଁ ନିୟମ ।
- ଖଣ୍ଡକ (Khandhaka): ବିଭିନ୍ନ ବିଷୟରେ ୨୨ ଅଧ୍ୟାୟ ।
- ପରିବାର (Parivāra): ନିୟମଗୁଡ଼ିକର ବିଭିନ୍ନ ଦୃଷ୍ଟିକୋଣରୁ ବିଶ୍ଳେଷଣ ।
ପାଳି ସଂସ୍କରଣ ପତିମୋକ୍ଷରେ ଭିକ୍ଷୁମାନଙ୍କ ପାଇଁ ୨୨୭ ଓ ଭିକ୍ଷୁଣୀମାନଙ୍କ ପାଇଁ ୩୧୧ ନିୟମ ରହିଛି । ବିଭଙ୍ଗ ଅଂଶଗୁଡ଼ିକ ଏହି ନିୟମମାନଙ୍କ ବ୍ୟାଖ୍ୟା ଓ ପ୍ରତ୍ୟେକ ନିୟମ ପଛରେ ଥିବା ଉତ୍ପତ୍ତିକାହାଣୀ ସହିତ ବିସ୍ତାର ଭାବରେ ଦିଆଯାଇଛି । ଖଣ୍ଡକ ଅଂଶରେ ବିଭିନ୍ନ ବିଷୟ ଅନୁସାରେ ଗୋଟିଏ ଗୋଟିଏ ଖଣ୍ଡରେଅନେକ ଅନୁପୂରକ ନିୟମ ଓ ସେଗୁଡ଼ିକର ଉତ୍ପତ୍ତିକାହାଣୀ ରହିଅଛି ।
ପାରମ୍ପରିକ ମହତ୍ତ୍ୱ
[ସମ୍ପାଦନା]ସୂତ୍ରମାନଙ୍କ ଅନୁସାରେ, ବୁଦ୍ଧଙ୍କ ଶିକ୍ଷାର ପ୍ରଥମ କିଛି ବର୍ଷରେ ସଂଘରେ କୌଣସି ବିନୟ ନଥିଲା, କାରଣ ସମସ୍ତ ଆଦି ଶିଷ୍ୟ ଉଚ୍ଚ ସାଧନାଲାଭୀ ଥିଲେ । ପରେ ସଂଘ ବୃଦ୍ଧି ପାଇଲାପରେ ଏମିତି କିଛି ପରିସ୍ଥିତି ସୃଷ୍ଟି ହେଲା ଯାହାକୁ ବୁଦ୍ଧ ଓ ଗୃହସ୍ଥ ଦୁହେଁ ଅନୁଚିତ ଭାବେ ଦେଖିଥିଲେ । ପ୍ରଥମ ନିୟମ ଯାହା ନିର୍ଦ୍ଧାରିତ ହେଲା ସେହିଥିଲା ଯୌନ ସମ୍ପର୍କର ନିଷେଧ । ତାହାର ଉତ୍ପତ୍ତିକାହାଣୀ ଅନୁସାରେ ଗୋଟିଏ ସାଧୁଙ୍କ ପରିବାର ଏକ ପୁରୁଷ ଉତ୍ତରାଧିକାରୀ ନ ଥିବାରୁ ଦୁଃଖିତ ଥିଲେ ଓ ସେମାନେ ସେହି ସାଧୁଙ୍କୁ ତାଙ୍କ ପୂର୍ବତନ ସ୍ତ୍ରୀଙ୍କୁ ଗର୍ଭବତୀ କରିବାକୁ ଅନୁରୋଧ କଲେ । ପରେ ତିନିଜଣକ ଯଥା ସାଧୁ, ସ୍ତ୍ରୀ ଓ ପୁତ୍ର ସମସ୍ତେ ସ୍ଵର୍ଗଲାଭ କଲେ ବୋଲି କୁହାଯାଏ ।
ବୁଦ୍ଧ ତାଙ୍କ ଶିକ୍ଷାକୁ “ଧର୍ମ-ବିନୟ” (Dhamma-Vinaya) ବୋଲି ଅଭିହିତ କରିଥିଲେ; ଯାହାର ମର୍ମ ହେଉଛି ଏହା ତତ୍ତ୍ୱ ଓ ଆଚରଣ (ଶିଷ୍ଟାଚାର) ଉଭୟଙ୍କୁ ସମାନ ମହତ୍ତ୍ୱ ଦିଏ ।
ତାଙ୍କ ମହାପରିନିର୍ବ୍ବାଣ ପୂର୍ବରୁ ବୁଦ୍ଧ ଆନନ୍ଦଙ୍କ ମାଧ୍ୟମରେ ସଂଘକୁ କହିଥିଲେ ଯେ ବୁଦ୍ଧଙ୍କ ଅନ୍ତେ ସେମାନେ ଗୁରୁହୀନ ବୋଲି ମନେ କରିବେ ନାହିଁ' ବରଂ ଧର୍ମ ପିଟକ ଏବଂ ବିନୟ ପିଟକ ସର୍ବଦା ସେମାନଙ୍କର ଗୁରୁ ହୋଇ ରହିବ । ଏହାର ଇଂରେଜୀ ଅନୁବାଦ ଏହିଭଳି:-
"Now, Ānanda, if it occurs to any of you—"The teaching has lost its arbitrator; we are without a Teacher"—do not view it in that way. Whatever Dhamma and Vinaya I have pointed out and formulated for you, that will be your Teacher when I am gone".
— ମହାପରିନିର୍ବାଣ ସୁତ୍ତ (DN 16)
ଅନ୍ୟ ସମ୍ପର୍କିତ ବିଷୟ
[ସମ୍ପାଦନା]- ଅଭିଧର୍ମ ପିଟକ (Abhidhamma Pitaka)
- Access to Insight
- ବୁଦ୍ଧିଷ୍ଟ ପବ୍ଲିକେସନ ସୋସାଇଟି (Buddhist Publication Society)
- ଧମ୍ମ ସୋସାଇଟି ଫଣ୍ଡ (Dhamma Society Fund)
- ସୁତ୍ତ ତାଲିକା (List of Suttas)
- ପାଳି କାନନ (Pāli Canon)
- ପାଳି ଟେକ୍ସଟ ସୋସାଇଟି (Pali Text Society)
- ପରିୟତ୍ତି (Pariyatti, ପୁସ୍ତକାଳୟ)
- ସୁତ୍ତ ପିଟକ (Sutta Piṭaka)
- ଭିନୟ (Vinaya)
- ଉପାଳି (Upāli)
ଆଧାର
[ସମ୍ପାଦନା]- ↑ "Vinaya Piṭaka | Monastic Rules, Discipline & Texts | Britannica". www.britannica.com (in ଇଂରାଜୀ). Retrieved 2025-10-20.
- ↑ "Vinaya Pitaka". www.accesstoinsight.org. Archived from the original on 2006-05-11. Retrieved 2025-10-20.
- ↑ "Bhikkhu Pāṭimokkha: The Bhikkhus' Code of Discipline". www.accesstoinsight.org. Retrieved 2025-10-20.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |