Jump to content

ବିନ୍ଦୁସାଗର (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ବିନ୍ଦୁସାଗର (ଓଡ଼ିଆ କଥାଚିତ୍ର)
ନିର୍ଦ୍ଦେଶକଅଭିଶେକ ସ୍ୱାଇଁ
ପ୍ରଯୋଜକଶିଲାଦିତ୍ୟ ବୋରା
ଚିତ୍ରନାଟ୍ୟଅଭିଶେକ ଦାସ
ପ୍ରଣବ ପ୍ରସନ୍ନ ରଥ
କାହାଣୀଅଭିଶେକ ଦାସ
କଳାକାରଦ୍ୱୀପନ୍ୱିତ ଦାଶମହାପାତ୍ର
ପ୍ରକୃତି ମିଶ୍ର
ସଙ୍ଗୀତକିଶାଲୟ ରାୟ
ମହାଦେବ ରାଉତ
ଆଶିଷ ପ୍ରଧାନ
ଚିତ୍ରଗ୍ରହଣଦୀପକ କୁମାର
ସମ୍ପାଦକସ୍ମୃତିରଞ୍ଜନ ମିଶ୍ର
ମୁକ୍ତିଲାଭ ତାରିଖ
୧୭ ଅପ୍ରେଲ ୨୦୨୬
ଦେଶ ଭାରତ
ଭାଷାଓଡ଼ିଆ

ବିନ୍ଦୁସାଗର ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶିଲାଦିତ୍ୟ ବୋରା ।[] ଅଭିଶେକ ଦାସ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ପ୍ରଣବ ପ୍ରସନ୍ନ ରଥ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଭିଶେକ ସ୍ୱାଇଁ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦ୍ୱୀପନ୍ୱିତ ଦାଶମହାପାତ୍ର ଓ ପ୍ରକୃତି ମିଶ୍ର ।[] ସତ୍ୟ ରଞ୍ଜନ, ସୋନାଲି ଶର୍ମିଷ୍ଠା, ରବିନ ଦାସ, ଜଗନ୍ନାଥ ସେଠ, ସୁକାନ୍ତ ରଥ, ପ୍ରଣବ ପ୍ରସନ୍ନ ରଥ, କିଶୋର ସ୍ୱାଇଁ, ମନୋଜ କୁମାର ପଣ୍ଡା, ମମତା ତ୍ରିପାଠୀ, ଗୌରବ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[][]

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ପ୍ରସ୍ତୁତ କରିଥିଲେ କିଶାଲୟ ରାୟ, ମହାଦେବ ରାଉତ ଓ ଆଶିଷ ପ୍ରଧାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହି ସାଉଣ୍ଡଟ୍ରାକ୍‌ରେ ଆଠଟି ମୌଳିକ ଗୀତ ଥିଲା, ଯେଉଁଥିରେ କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ସ୍ମୃତିକା ପାଢ଼ୀ, ନିହାର ବଗୁଡ଼ାଇ, ହ୍ୟୁମାନ ସାଗରଙ୍କ ଭଳି କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିଗାୟକସମୟ
1."ବିନ୍ଦୁସାଗର"ଦୁର୍ଗା ମାଧବ ପଣ୍ଡାଆଶିଷ ପ୍ରଧାନ 
2."ଓଡ଼ିଆ ଜାତି ଭାରି ବଢ଼ିଆ" ସ୍ମୃତିକା ପାଢ଼ୀ, ନିହାର ବଗୁଡ଼ାଇ 
3."ଚାଙ୍ଗା ରେ" ହ୍ୟୁମାନ ସାଗର 
4."ଭୋଳା ଶଙ୍କର" କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା 

ମୁକ୍ତିଲାଭ

[ସମ୍ପାଦନା]

ଏହି କଥାଚିତ୍ରଟି ୨୦୨୮ ମସିହାରେ ୫୬ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ, ଗୋଆଠାରେ ପ୍ରଦର୍ଶିତ ହୋଇଥିଲା ।[][] ୧୭ ଅପ୍ରେଲ ୨୦୨୬ରେ, ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ଏହାର ବିତରଣ ଦାୟିତ୍ୱ ନେଇଥିଲେ ପ୍ରକାଶ ଫିଲ୍ମସ୍ ।

  1. "Director Shiladitya Bora forays into Odia cinema with 'Bindusagar'" (in ଇଂରାଜୀ). Retrieved 2026-03-02.
  2. "Filmmaker Shiladitya Bora forays into Odia cinema with 'Bindusagar'" (in ଇଂରାଜୀ). Retrieved 2026-03-02.
  3. "Odia Film Bindusagar Set To Make Debut At IFFI 2025, Actress Prakruti Mishra Says: 'It's An Emotion'" (in ଇଂରାଜୀ). Retrieved 2026-03-02.
  4. "Bindusagar to Premiere at International Film Festival of India".
  5. "Bindusagar: An Odia Emotion".
  6. "'Bindusagar' reflected upon 'full circle of life' in profound tranquillity at 56th IFFI".
  7. "Bindusagar at IFFI Goa".

ବାହାର ଆଧାର

[ସମ୍ପାଦନା]