ବିଦ୍ୟା ସିହ୍ନା
ବିଦ୍ୟା ସିହ୍ନା (୧୫ ନଭେମ୍ବର ୧୯୪୭– ୧୫ ଅଗଷ୍ଟ ୨୦୧୯) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ରଜନୀଗନ୍ଧା (୧୯୭୪), ଛୋଟି ସି ବାତ (୧୯୭୫) ଓ ପତି ପତ୍ନୀ ଔର ୱୋହ (୧୯୭୮) ଚଳଚ୍ଚିତ୍ର ପାଇଁ ବିଶେଷ ପରିଚିତ ଥିଲେ । ସେ ନିଜ କାରିଆର୍ର ଆରମ୍ଭ ମଡେଲ୍ ଭାବେ କରିଥିଲେ ଏବଂ “ମିସ୍ ବମ୍ବେ” ଖିତାବ ଜିତିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ରାଜା କାକା (୧୯୭୪) ଥିଲା, ଯେଉଁଥିରେ ସେ କିରଣ କୁମାରଙ୍କ ସହ ଅଭିନୟ କରିଥିଲେ। କିନ୍ତୁ ତାଙ୍କୁ ବିଶେଷ ଖ୍ୟାତି ମିଳିଥିଲା କମ୍ ବଜେଟର ସଫଳ ଚଳଚ୍ଚିତ୍ର ରଜନୀଗନ୍ଧା ମାଧ୍ୟମରେ, ଯାହାକୁ ବାସୁ ଚଟର୍ଜୀ ନିର୍ଦ୍ଦେଶନା କରିଥିଲେ।
ସେ ପରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି କିଛି ସମୟ ପାଇଁ ବିରତି ନେଇଥିଲେ। ଜୀବନର ପରବର୍ତ୍ତୀ ଅବଧିରେ ସେ ପୁନର୍ବାର ଅଭିନୟ ଜଗତକୁ ଫେରି ଅନେକ ଟେଲିଭିଜନ୍ ଧାରାବାହିକରେ ଏବଂ ବଡିଗାର୍ଡ (୨୦୧୧) ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବିଦ୍ୟା ସିହ୍ନାଙ୍କ ଜନ୍ମ ୧୫ ନଭେମ୍ବର ୧୯୪୭ରେ ମୁମ୍ବାଇରେ ହୋଇଥିଲା। ତାଙ୍କର ପିତା ପ୍ରତାପ ଏ. ରାଣା (ଚଳଚ୍ଚିତ୍ର ନାମ), ଯିଏ ରାଣା ପ୍ରତାପ ସିଂହ ଭାବେ ମଧ୍ୟ ପରିଚିତ ଥିଲେ, ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଥିଲେ। ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୋହନ ସିନ୍ହାଙ୍କ ଜାମାତା ଥିଲେ।[୧]
ପେଶାଜୀବନ
[ସମ୍ପାଦନା]ଚଳଚ୍ଚିତ୍ର
[ସମ୍ପାଦନା]୧୮ ବର୍ଷ ବୟସରେ ସେ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି “ମିସ୍ ବମ୍ବେ” ଖିତାବ ଜିତିଥିଲେ। ଭାରତୀୟ ସିନେମାର ସବୁଠୁ ସୁନ୍ଦର ଓ ପ୍ରତିଭାଶାଳୀ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କୁ ଗଣାଯାଉଥିଲା। ପରେ ସେ ଅନେକ ପ୍ରସିଦ୍ଧ ବ୍ରାଣ୍ଡ ପାଇଁ ମଡେଲିଂ କରିଥିଲେ ଏବଂ ବାସୁ ଚାଟର୍ଜୀ ସେଙ୍କୁ ଚଳଚ୍ଚିତ୍ର ଜଗତରେ ପରିଚୟ କରାଇଥିଲେ। ରଜନୀଗନ୍ଧାର ସଫଳତା ପରେ ସେ ଛୋଟି ସି ବାତ (୧୯୭୫)ରେ ଅଭିନୟ କରିଥିଲେ, ଯାହା ତାଙ୍କୁ ବଡ଼ ବଜେଟର ମୁଖ୍ୟ ଧାରାର ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲା।[୨] ସେ କର୍ମ (1977), ମୁକ୍ତି (୧୯୭୭), ଇନ୍କାର (୧୯୭୭), ପତି ପତ୍ନୀ ଔର ୱୋହ (୧୯୭୮), କିତାବ (୧୯୭୭), ସବୁତ୍ (୧୯୭୯) ଓ ମୀରା (୧୯୭୯) ପରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
୧୦ ବର୍ଷ ଅବଧିରେ ସେ ପ୍ରାୟ ୩୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଜୋଶ (୧୯୮୧) ଚଳଚ୍ଚିତ୍ରରେ ସେ ଏକମାତ୍ର ନକାରାତ୍ମକ ଭୂମିକାରେ ଅଭିନୟ କରିଥିଲେ, ଯେଉଁଠାରେ ସେ ଭିକ୍ଷୁକମାନଙ୍କୁ ଠକି କଏନ୍ ଚୋରି କରୁଥିବା ଗ୍ୟାଙ୍ଗଷ୍ଟର ଭୂମିକା ନିଭାଇଥିଲେ। ସେହି ବର୍ଷ ସେ ଲଭ୍ ଷ୍ଟୋରି ଚଳଚ୍ଚିତ୍ରରେ ବିଜେତା ପଣ୍ଡିତଙ୍କ ମା’ର ଭୂମିକାରେ ମଧ୍ୟ ଦେଖାଯାଇଥିଲେ ।
କିଛି ବର୍ଷ ଅଷ୍ଟ୍ରେଲିଆରେ ବସବାସ କରିବା ପରେ ସେ ଭାରତକୁ ଫେରି ଟେଲିଭିଜନ୍ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ବଡିଗାର୍ଡ (୨୦୧୧) — ୨୫ ବର୍ଷ ପରେ ତାଙ୍କର ଫେରା ଚଳଚ୍ଚିତ୍ର — ତାଙ୍କର ଶେଷ ଚଳଚ୍ଚିତ୍ର ହୋଇଥିଲା।[୩]
ଟେଲିଭିଜନ୍
[ସମ୍ପାଦନା]ବିଦ୍ୟା ସିହ୍ନା ବହୁ ରାଣୀ (୨୦୦୦), ହମ୍ ଦୋ ହୈନ୍ ନା, ଭାଭୀ ଓ କାଭ୍ୟାଞ୍ଜଲି (୨୦୦୪) ପରି ଧାରାବାହିକରେ ଅଭିନୟ କରିଥିଲେ। ୨୦୧୧ ମସିହାରେ ସେ ହାର୍ ଜୀତ୍ ଧାରାବାହିକରେ ଦେଖାଯାଇଥିଲେ।
ସେ କୁବୂଲ୍ ହୈ ଧାରାବାହିକରେ ଆସଦ୍ ଓ ଆୟାନଙ୍କ ଆଜି “ବଡ଼ି ବି” ଭୂମିକା କରିଥିଲେ। ସେହିପରି ସେ ଇତ୍ତି ସି ଖୁସୀରେ ନେହାଙ୍କ ଆଇ, ଚନ୍ଦ୍ର ନନ୍ଦିନୀରେ ଚନ୍ଦ୍ରଗୁପ୍ତଙ୍କ ଆଇ ଓ କୁଲ୍ଫି କୁମାର୍ ବାଜେୱାଲାରେ କୁଲ୍ଫିଙ୍କ ଆଇ ଭାବେ ମଧ୍ୟ ଅଭିନୟ କରିଥିଲେ ।[୩]
ମୃତ୍ୟୁ
[ସମ୍ପାଦନା]୧୫ ଅଗଷ୍ଟ ୨୦୧୯ ରେ, ୭୧ ବର୍ଷ ବୟସରେ ହୃଦୟ ଓ ଫୁସଫୁସ ରୋଗଜନିତ ଶ୍ୱାସକ୍ରିୟା ବିଫଳତା ହେତୁ ସିହ୍ନାଙ୍କ ମୁମ୍ବାଇର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।[୩]
ଆଧାର
[ସମ୍ପାଦନା]- ↑ N, Patcy. "'I still regret saying no to Raj Kapoor for Satyam Shivam Sundaram'". Rediff (in ଇଂରାଜୀ). Retrieved 2026-03-13.
- ↑ Joshi, Namrata (2019-08-15). "Queen of middle-ground cinema, actor Vidya Sinha passes away". The Hindu (in Indian English). ISSN 0971-751X. Retrieved 2026-03-13.
- 1 2 3 Desk, India Today Web (2019-08-15). "Veteran actress Vidya Sinha dies at 71". India Today (in ଇଂରାଜୀ). Retrieved 2026-03-13.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |