ବିଜୟ ନାରାୟଣ ପଟ୍ଟନାୟକ
ବିଜୟ ନାରାୟଣ ପଟ୍ଟନାୟକ (ଜନ୍ମ: ୨୩ ଜୁଲାଇ ୧୯୩୬) ଓଡି଼ଶା ତଥା କେରଳ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ବିଜୟ ନାରାୟଣ ପଟ୍ଟନାୟକ ୨୩ ଜୁଲାଇ ୧୯୩୬ରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୫ ମସିହାରେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ୧୯୫୭ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଏମ.ଏସ୍. ଲ' କଲେଜ, କଟକରୁ ଏଲ୍ଏଲ୍.ବି. ଡିଗ୍ରୀ ହାସଲ କରି ୧୯୫୮ ମାର୍ଚ୍ଚଠାରୁ ୧୯୬୧ ଅକ୍ଟୋବର ପର୍ଯ୍ୟନ୍ତ କଟକରେ ପ୍ଲିଡର ଭାବେ ଆଇନ ବ୍ୟବସାୟ କରୁଥିଲେ । ଏହି ଅବଧିରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏଲ୍ଏଲ୍.ଏମ୍. ଡିଗ୍ରୀ ହାସଲ କଲେ । ୧୯୬୧ରେ ସେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗଦେଲେ । ନ୍ୟାୟିକ ବିଭାଗର ବିଭିନ୍ନ ପଦବୀରେ କାମ କଲେ ଏବଂ କଟକ, ପୁରୀ ଏବଂ ବାଲେଶ୍ୱର ଜିଲ୍ଲାର ଜିଲ୍ଲା ଜଜ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ ।[୨][୩] [୪]କିଛି ସମୟ ପାଇଁ ସେ ଓଡ଼ିଶାର ପବ୍ଲିକ୍ ପ୍ରସିକ୍ୟୁସନ୍ସର ନିର୍ଦ୍ଦେଶକ ଏବଂ ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରେଜିଷ୍ଟ୍ରାର (ପ୍ରଶାସନ) ଭାବେ ମଧ୍ୟ କାର୍ଯ୍ୟ ତୁଲାଇ ଥିଲେ ।[୫]
୩୦ ଜୁନ ୧୯୯୪ରୁ ୨୫ ଜୁଲାଇ ୧୯୯୪ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବା ପରେ ୨୬ ଜୁଲାଇ ୧୯୯୪ରେ କେରଳ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦାସୀନ ହୋଇଥିଲେ ।[୬][୧]
୨୮ ଜୁନ ୨୦୨୦ ତାରିଖରେ ୮୪ ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ ।[୭]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-15.
- ↑ "Former Judges | District Court, Cuttack | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-23. Retrieved 2025-01-15.
- ↑ "Former Judges | DISTRICT & SESSIONS JUDGE COURT, PURI | India" (in ଆମେରିକୀୟ ଇଂରାଜୀ). Archived from the original on 2025-04-24. Retrieved 2025-01-15.
- ↑ "Former Judges | District & Sessions Court, Balasore | India" (in ଆମେରିକୀୟ ଇଂରାଜୀ). Retrieved 2025-01-15.[permanent dead link]
- ↑ archive, From our online (2020-06-30). "Former Orissa High Court judge BN Patnaik passes away at 84". The New Indian Express (in ଇଂରାଜୀ). Retrieved 2025-01-15.
- ↑ "Former Judges". highcourt.kerala.gov.in. Retrieved 15 January 2025.[permanent dead link]
- ↑ NETWORK, LIVELAW NEWS (2020-06-30). "Former Judge Of Orissa HC Justice BN Patnaik Passes Away". www.livelaw.in (in ଇଂରାଜୀ). Retrieved 2025-01-15.