Jump to content

ବିଜୟ କୃଷ୍ଣ ପଟେଲ

ଉଇକିପିଡ଼ିଆ‌ରୁ
ଜଷ୍ଟିସ୍‌

ବିଜୟ କୃଷ୍ଣ ପଟେଲ
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି
କାର୍ଯ୍ୟକାଳ
୧୭.୦୧.୨୦୦୮ – ୨୩.୦୧.୨୦୧୫
ଓଡ଼ିଶା ମାନବ ଅଧିକାର ଆୟୋଗ
କାର୍ଯ୍ୟକାଳ
୦୧.୧୨.୨୦୨୦ – ୨୩.୦୧.୨୦୨୩
ବ୍ୟକ୍ତିଗତ ସବିଶେଷ
ଜନ୍ମ୨୪.୦୧.୧୯୫୩
ଜାତୀୟତାଭାରତୀୟ
ଘରସୁନ୍ଦରଗଡ଼

ବିଜୟ କୃଷ୍ଣ ପଟେଲ ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ପଟେଲ ଜନ୍ମ ୨୪.୦୧.୧୯୫୩ ରେ ସୁନ୍ଦରଗଡ଼ରେ ଜନ୍ମଗ୍ରହଣ କରିଥିଲେ । ପିତା ରାମଚନ୍ଦ୍ର ପଟେଲ ପେଶାରେ ଥିଲେ ଆଇନଜୀବୀ ଏବଂ ମାତା ଥିଲେ ଲକ୍ଷ୍ମୀପ୍ରିୟା ପଟେଲ । ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟ, ସୁନ୍ଦରଗଡ଼ରୁ ୧୯୬୮ ମସିହାରେ ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ୧୯୭୦ ମସିହାରେ ସରକାରୀ କଲେଜ, ସୁନ୍ଦରଗଡ଼ରୁ ପ୍ରି-ପ୍ରୋଫେସନାଲ (ବିଜ୍ଞାନ) ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଜି.ଏମ. କଲେଜ, ସମ୍ବଲପୁରରୁ ୧୯୭୨ ରେ ପ୍ରଥମ ଶ୍ରେଣୀରେ ରାଜନୈତିକ ବିଜ୍ଞାନରେ ସମ୍ମାନ (Honours) ସହିତ B.A. ଡିଗ୍ରୀ ହାସଲ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ୱରରୁ ୧୯୭୪ ମସିହାରେ ରାଜନୈତିକ ବିଜ୍ଞାନରେ M.A. ଡିଗ୍ରୀ ହାସଲ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଆଇନ ବିଭାଗରୁ ୧୯୭୮ ରେ ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ LL.B. ଡିଗ୍ରୀ ଲାଭ କରିଥିଲେ ।

୧୫ ସେପ୍ଟେମ୍ବର ୧୯୭୯ରେ ଓଡ଼ିଶା ରାଜ୍ୟ ବାର କାଉନ୍ସିଲରେ ଅଧିବକ୍ତା ଭାବେ ନାମ ଲେଖାଇ ୧୯୭୯ରୁ ୧୯୯୩ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଏବଂ ଅନ୍ୟାନ୍ୟ ଅଦାଲତରେ ଆଇନ ବ୍ୟବସାୟ କରି କାର୍ଯ୍ୟରତ ରହିଲେ । ୧୯୯୩ ମସିହରେ ଓଡ଼ିଶା ନ୍ୟାୟିକ ସେବାରେ (ବରିଷ୍ଠ ଶାଖା) ଯୋଗଦେଇ ୨୬.୦୭.୧୯୯୩ରେ ପୁରୀର ୨ୟ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍ ଭାବେ ନିଯୁକ୍ତି ପାଇଲେ । ଚାକିରୀ ଅବଧିରେ ସେ ୦୬.୦୯.୧୯୯୬ରୁ ୨୬.୦୪.୧୯୯୯ ପର୍ଯ୍ୟନ୍ତ ଜିଲ୍ଲା ଏବଂ ଦୌରା ଜଜ୍, ବଳାଙ୍ଗିର[], ୩୦.୦୪.୧୯୯୯ରୁ - ୧୯.୦୭.୨୦୦୧ ପର୍ଯ୍ୟନ୍ତ ଜିଲ୍ଲା ଏବଂ ଦୌରା ଜଜ୍, ପୁରୀ[], ୨୩.୦୭.୨୦୦୧ରୁ - ୦୬.୦୨.୨୦୦୪ ପର୍ଯ୍ୟନ୍ତ ସଦସ୍ୟ-ସଚିବ, ଓଡ଼ିଶା ରାଜ୍ୟ ଆଇନ ବିଭାଗ କଟକ, ୦୬.୦୨.୨୦୦୪ରୁ - ୦୭.୧୧.୨୦୦୫ ପର୍ଯ୍ୟନ୍ତ ରେଜିଷ୍ଟ୍ରାର(ପ୍ରଶାସନ), ଓଡ଼ିଶା ଉଚ୍ଚନ୍ୟାୟଳୟ, କଟକ, ୦୭.୧୧.୨୦୦୫ରୁ - ୨୫.୦୪.୨୦୦୭ ପର୍ଯ୍ୟନ୍ତ ଅଧ୍ୟକ୍ଷ, ଓଡ଼ିଶା ବିକ୍ରୟ କର ଅପିଲ୍ ଆଦାଲତ, କଟକ ଏବଂ ୦୨.୦୫.୨୦୦୭ରୁ - ୧୬.୦୧.୨୦୦୮ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ମୁଖ୍ୟ ସଚିବ,ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।

ପଦୋନ୍ନତି ପାଇ ସେ ୧୭.୦୧.୨୦୦୮ରୁ ୨୩.୦୧.୨୦୧୫ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟଳୟର ବିଚାରପତିଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[] []ଅବସର ପରେ ଜୁନ ୮ ୨୦୧୭ରୁ ଜାନୁଆରୀ ୨୩ ୨୦୨୦ ପର୍ଯ୍ୟନ୍ତ ସେ ଓଡ଼ିଶା ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[][] ୦୧.୧୨.୨୦୨୦ରେ ସେ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ରୁପରେ ନିଯୁକ୍ତ ହୋଇ ଏହି ପଦବୀରେ ୨୩.୦୧.୨୦୨୩ ପର୍ଯ୍ୟନ୍ତ ଆସୀନ ଥିଲେ ।[][]

  1. ୧.୦ ୧.୧ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-01-31.
  2. "Former Judges | District Court, Balangir | India" (in ଆମେରିକୀୟ ଇଂରାଜୀ). Retrieved 2025-01-31.[permanent dead link]
  3. "Former Judges | DISTRICT & SESSIONS JUDGE COURT, PURI | India" (in ଆମେରିକୀୟ ଇଂରାଜୀ). Archived from the original on 2025-04-25. Retrieved 2025-01-31.
  4. archive, From our online (2012-05-16). "Justice BK Patel becomes permanent HC judge". The New Indian Express (in ଇଂରାଜୀ). Retrieved 2025-01-31.
  5. "New role for former HC judge". telegraphindia.com/. Retrieved 31 January 2025.
  6. Bureau, O. B. (2020-11-27). "Former Orissa HC Judge BK Patel Appointed As OHRC Chairman". Odisha Bytes (in ବ୍ରିଟିଶ୍‌ ଇଂରାଜୀ). Retrieved 2025-01-31.
  7. Bureau, Sambad English (2020-11-27). "Justice BK Patel appointed as Chairperson of OHRC". Sambad English (in ଇଂରାଜୀ). Retrieved 2025-01-31.
  8. "Justice BK Patel to head OHRC". The Times of India. 2020-11-26. ISSN 0971-8257. Retrieved 2025-01-31.