Jump to content

ବିଜୟ କୃଷ୍ଣ ପଟେଲ

ଉଇକିପିଡ଼ିଆ‌ରୁ
ଜଷ୍ଟିସ୍‌

ବିଜୟ କୃଷ୍ଣ ପଟେଲ
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି
କାର୍ଯ୍ୟକାଳ
୧୭.୦୧.୨୦୦୮  ୨୩.୦୧.୨୦୧୫
ଓଡ଼ିଶା ମାନବ ଅଧିକାର ଆୟୋଗ
କାର୍ଯ୍ୟକାଳ
୦୧.୧୨.୨୦୨୦  ୨୩.୦୧.୨୦୨୩
ବ୍ୟକ୍ତିଗତ ସବିଶେଷ
ଜନ୍ମ୨୪.୦୧.୧୯୫୩
ଜାତୀୟତାଭାରତୀୟ
ଘରସୁନ୍ଦରଗଡ଼

ବିଜୟ କୃଷ୍ଣ ପଟେଲ ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ପଟେଲ ଜନ୍ମ ୨୪.୦୧.୧୯୫୩ ରେ ସୁନ୍ଦରଗଡ଼ରେ ଜନ୍ମଗ୍ରହଣ କରିଥିଲେ । ପିତା ରାମଚନ୍ଦ୍ର ପଟେଲ ପେଶାରେ ଥିଲେ ଆଇନଜୀବୀ ଏବଂ ମାତା ଥିଲେ ଲକ୍ଷ୍ମୀପ୍ରିୟା ପଟେଲ । ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟ, ସୁନ୍ଦରଗଡ଼ରୁ ୧୯୬୮ ମସିହାରେ ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ୧୯୭୦ ମସିହାରେ ସରକାରୀ କଲେଜ, ସୁନ୍ଦରଗଡ଼ରୁ ପ୍ରି-ପ୍ରୋଫେସନାଲ (ବିଜ୍ଞାନ) ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ଜି.ଏମ. କଲେଜ, ସମ୍ବଲପୁରରୁ ୧୯୭୨ ରେ ପ୍ରଥମ ଶ୍ରେଣୀରେ ରାଜନୈତିକ ବିଜ୍ଞାନରେ ସମ୍ମାନ (Honours) ସହିତ B.A. ଡିଗ୍ରୀ ହାସଲ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ୱରରୁ ୧୯୭୪ ମସିହାରେ ରାଜନୈତିକ ବିଜ୍ଞାନରେ M.A. ଡିଗ୍ରୀ ହାସଲ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଆଇନ ବିଭାଗରୁ ୧୯୭୮ ରେ ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ LL.B. ଡିଗ୍ରୀ ଲାଭ କରିଥିଲେ ।

୧୫ ସେପ୍ଟେମ୍ବର ୧୯୭୯ରେ ଓଡ଼ିଶା ରାଜ୍ୟ ବାର କାଉନ୍ସିଲରେ ଅଧିବକ୍ତା ଭାବେ ନାମ ଲେଖାଇ ୧୯୭୯ରୁ ୧୯୯୩ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଏବଂ ଅନ୍ୟାନ୍ୟ ଅଦାଲତରେ ଆଇନ ବ୍ୟବସାୟ କରି କାର୍ଯ୍ୟରତ ରହିଲେ । ୧୯୯୩ ମସିହରେ ଓଡ଼ିଶା ନ୍ୟାୟିକ ସେବାରେ (ବରିଷ୍ଠ ଶାଖା) ଯୋଗଦେଇ ୨୬.୦୭.୧୯୯୩ରେ ପୁରୀର ୨ୟ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍ ଭାବେ ନିଯୁକ୍ତି ପାଇଲେ । ଚାକିରୀ ଅବଧିରେ ସେ ୦୬.୦୯.୧୯୯୬ରୁ ୨୬.୦୪.୧୯୯୯ ପର୍ଯ୍ୟନ୍ତ ଜିଲ୍ଲା ଏବଂ ଦୌରା ଜଜ୍, ବଳାଙ୍ଗିର[], ୩୦.୦୪.୧୯୯୯ରୁ - ୧୯.୦୭.୨୦୦୧ ପର୍ଯ୍ୟନ୍ତ ଜିଲ୍ଲା ଏବଂ ଦୌରା ଜଜ୍, ପୁରୀ[], ୨୩.୦୭.୨୦୦୧ରୁ - ୦୬.୦୨.୨୦୦୪ ପର୍ଯ୍ୟନ୍ତ ସଦସ୍ୟ-ସଚିବ, ଓଡ଼ିଶା ରାଜ୍ୟ ଆଇନ ବିଭାଗ କଟକ, ୦୬.୦୨.୨୦୦୪ରୁ - ୦୭.୧୧.୨୦୦୫ ପର୍ଯ୍ୟନ୍ତ ରେଜିଷ୍ଟ୍ରାର(ପ୍ରଶାସନ), ଓଡ଼ିଶା ଉଚ୍ଚନ୍ୟାୟଳୟ, କଟକ, ୦୭.୧୧.୨୦୦୫ରୁ - ୨୫.୦୪.୨୦୦୭ ପର୍ଯ୍ୟନ୍ତ ଅଧ୍ୟକ୍ଷ, ଓଡ଼ିଶା ବିକ୍ରୟ କର ଅପିଲ୍ ଆଦାଲତ, କଟକ ଏବଂ ୦୨.୦୫.୨୦୦୭ରୁ - ୧୬.୦୧.୨୦୦୮ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ମୁଖ୍ୟ ସଚିବ,ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।

ପଦୋନ୍ନତି ପାଇ ସେ ୧୭.୦୧.୨୦୦୮ରୁ ୨୩.୦୧.୨୦୧୫ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟଳୟର ବିଚାରପତିଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[] []ଅବସର ପରେ ଜୁନ ୮ ୨୦୧୭ରୁ ଜାନୁଆରୀ ୨୩ ୨୦୨୦ ପର୍ଯ୍ୟନ୍ତ ସେ ଓଡ଼ିଶା ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[][] ୦୧.୧୨.୨୦୨୦ରେ ସେ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ରୁପରେ ନିଯୁକ୍ତ ହୋଇ ଏହି ପଦବୀରେ ୨୩.୦୧.୨୦୨୩ ପର୍ଯ୍ୟନ୍ତ ଆସୀନ ଥିଲେ ।[][]

  1. 1 2 National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-01-31.
  2. "Former Judges | District Court, Balangir | India" (in ଆମେରିକୀୟ ଇଂରାଜୀ). Retrieved 2025-01-31.[permanent dead link]
  3. "Former Judges | DISTRICT & SESSIONS JUDGE COURT, PURI | India" (in ଆମେରିକୀୟ ଇଂରାଜୀ). Archived from the original on 2025-04-25. Retrieved 2025-01-31.
  4. archive, From our online (2012-05-16). "Justice BK Patel becomes permanent HC judge". The New Indian Express (in ଇଂରାଜୀ). Retrieved 2025-01-31.
  5. "New role for former HC judge". telegraphindia.com/. Retrieved 31 January 2025.
  6. Bureau, O. B. (2020-11-27). "Former Orissa HC Judge BK Patel Appointed As OHRC Chairman". Odisha Bytes (in ବ୍ରିଟିଶ୍‌ ଇଂରାଜୀ). Retrieved 2025-01-31.
  7. Bureau, Sambad English (2020-11-27). "Justice BK Patel appointed as Chairperson of OHRC". Sambad English (in ଇଂରାଜୀ). Retrieved 2025-01-31.
  8. "Justice BK Patel to head OHRC". The Times of India. 2020-11-26. ISSN 0971-8257. Retrieved 2025-01-31.