ବିଜୟ କୁମାର ନାୟକ (ବିଚାରପତି)
ବିଜୟ କୁମାର ନାୟକ ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ନାୟକ ପୁରୀ ଜିଲ୍ଲା ଅନ୍ତର୍ଗତ କାଇମାଟି ଗ୍ରାମରେ ୦୨.୦୨.୧୯୫୬ ଦିନ ଜନ୍ମ ଗ୍ରହଣ କରିଥିଲେ । ପିତା ଲକ୍ଷ୍ମୀଧର ନାୟକ ଥିଲେ ଏକ ଶିକ୍ଷକ ଏବଂ ମାତା କମଳା ନାୟକ ଥିଲେ ଗୃହିଣୀ । ନିମାପଡ଼ା ହାଇ ସ୍କୁଲରେ ୧୯୭୧ ରେ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ବି.ଜେ.ବି. କଲେଜ୍, ଭୁବନେଶ୍ବରରେ ୧୯୭୫ ରେ ଇତିହାସରେ ସମ୍ମାନସହ ସ୍ନାତକ (B.A. Hons.) ଡିଗ୍ରୀ ହାସଲ କଲେ । ପରେ ଆଇ.ଏଲ୍.ଏସ୍. ଲ' କଲେଜ୍, ପୁଣେରୁ ୧୯୭୯ ରେ ପ୍ରଥମ ଶ୍ରେଣୀରେ LL.B. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇନରେ ସ୍ନାତକ ଡିଗ୍ରୀ ଲାଭ କଲେ । ୧୯୮୧ ରେ ପୁଣେ ବିଶ୍ଵବିଦ୍ୟାଳୟରୁ LL.M. ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୮୨ ରେ ଓଡ଼ିଶା ରାଜ୍ୟ ବାର୍ କାଉନ୍ସିଲ୍ରେ ଆଡ଼ଭୋକେଟ୍ ଭାବେ ଭର୍ତ୍ତି ହୋଇ ପୁରୀରେ ଏବଂ ୧୯୮୬ ରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ।
୧୯୯୬ ମସିହାରେ ଓଡ଼ିଶା ନ୍ୟାୟିକ ସେବା (ବରିଷ୍ଠ ଶାଖାରେ) ଚୟନ ହୋଇ ୨୨.୧୧.୧୯୯୬ ରୁ ୨୬.୦୪.୧୯୯୯ ଅବଧିରେ ବଳାଙ୍ଗୀରରେ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୬.୦୪.୧୯୯୯ ରୁ ୨୪.୦୬.୨୦୦୦ ଅବଧିରେ ଜିଲ୍ଲା ଏବଂ ଦୌରା ଜଜ୍, ବଳାଙ୍ଗୀର[୨], ୨୬.୦୬.୨୦୦୦ ରୁ ୧୦.୦୭.୨୦୦୩ ଅବଧିରେ କମିଶନର୍, ଦେବୋତ୍ତର ବିଭାଗ, ଭୁବନେଶ୍ବର, ୧୪.୦୭.୨୦୦୩ ରୁ ୩୧.୧୦.୨୦୦୫ ଅବଧିରେ ଜିଲ୍ଲା ଏବଂ ଦୌରା ଜଜ୍, ବାଲେଶ୍ବର,[୩] ୦୭.୧୧.୨୦୦୫ ରୁ ୩୧.୦୩.୨୦୦୭ ଅବଧିରେ ରେଜିଷ୍ଟ୍ରାର (ପ୍ରଶାସନ), ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ୦୧.୦୪.୨୦୦୭ ରୁ ୨୩.୦୪.୨୦୦୮ ଅବଧିରେ ରେଜିଷ୍ଟ୍ରାର ଜେନେରାଲ୍, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ୨୮.୦୪.୨୦୦୮ ରୁ ୦୭.୧୦.୨୦୦୯ ଅବଧିରେ ପ୍ରଧାନ ସଚିବ, ଆଇନ ବିଭାଗ, ଭୁବନେଶ୍ବର ଭାବେ କାର୍ଯ୍ୟ ସଂପାଦନ କରିଥିଲେ ।
ପଦୋନ୍ନତି ପାଇ ୦୭.୧୦.୨୦୦୯ ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଭାବେ ଯୋଗଦାନ କଲେ ଏବଂ ଏହି ପଦବୀରେ ସେ ୦୨.୦୨.୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[୧]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judges". orissahighcourt.nic.in. Retrieved 3 February 2025.
- ↑ "Former Judges | District Court, Balangir | India" (in ଆମେରିକୀୟ ଇଂରାଜୀ). Retrieved 2025-02-04.[permanent dead link]
- ↑ "Former Judges | District & Sessions Court, Balasore | India" (in ଆମେରିକୀୟ ଇଂରାଜୀ). Retrieved 2025-02-04.[permanent dead link]