Jump to content

ବିଜୟାକୁମାରୀ

ଉଇକିପିଡ଼ିଆ‌ରୁ
ବିଜୟାକୁମାରୀ
୨୦୧୩ ମସିହାର ବିଜୟାକୁମାରୀ
ଜନ୍ମ
ତ୍ରାବନକୋର୍, ବ୍ରିଟିଶ ଭାରତ
(ଏବେକାର କେରଳ, ଭାରତୀୟ)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୬୪  – ଏବେଯାଏଁ
ବୈବାହିକ-ସାଥୀଓ. ମାଧବନ
ସନ୍ତାନ
ପିତାମାତା
  • ପରମୁ ପାନିକର
  • ଭାର୍ଗବିଆମ୍ମା

ବିଜୟାକୁମାରୀ ଜଣେ ଭାରତୀୟ ମଞ୍ଚ, ଟେଲିଭିଜନ ଓ କଥାଚିତ୍ର ଅଭିନେତ୍ରୀ । ସେ କେରଳ ପିପୁଲ୍ସ ଆର୍ଟସ୍ କ୍ଲବ ଓ କାଳିଦାସ କଳାକେନ୍ଦ୍ରରେ ମଞ୍ଚ ଅଭିନେତ୍ରୀ ଥିଲେ ।[] ସେ ଶ୍ରେଷ୍ଠ ମଞ୍ଚ ଅଭିନେତ୍ରୀ ଭାବରେ କେରଳ ରାଜ୍ୟ ପୁରସ୍କାର ବିଜେତା ଅଟନ୍ତି । ସେ ୧୯୭୬ ମସିହାରେ କେରଳ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ୨୦୦୫ ମସିହାରେ କେରଳ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ପାଇଥିଲେ ।[][]

ପ୍ରାରମ୍ଭିକ ଓ ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ କୋଲ୍ଲାମଠାରେ ପରମୁ ପାନିକର ଓ ଭାର୍ଗବିଆମ୍ମାଙ୍କ ଠାରୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ବୋଟ୍ କ୍ୟାପଟେନ୍ ଥିଲେ ଏବଂ ତାଙ୍କ ମାଆ କୋଲ୍ଲାମର ଏକ କାଜୁ କାରଖାନାରେ କାଜୁ ବାଦାମ ଶ୍ରମିକ ଥିଲେ । ସେ ବହୁତ ଛୋଟ ଥିବାବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ଜଣେ ସାନ ଭଉଣୀ ଅଛନ୍ତି ।[] ସେ କୋଲ୍ଲାମର କ୍ୟାଣ୍ଟନମେଣ୍ଟ ସ୍କୁଲରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ ।[]

ସେ ଓ. ମାଧବନଙ୍କୁ ବିବାହ କରିଛନ୍ତି ।[] ତାଙ୍କର ତିନିଜଣ ସନ୍ତାନ ଅଛନ୍ତି ।[][]

Vijayakumari KSNA S.L. Puram Award distribution 2019
  1. "Malayalam Cinema News | Malayalam Movie Reviews | Malayalam Movie Trailers - IndiaGlitz Malayalam". Archived from the original on 31 March 2007.
  2. "Kerala Sangeetha Nataka Akademi Award: Drama". Department of Cultural Affairs, Government of Kerala. Retrieved 26 February 2023.
  3. "Kerala Sangeetha Nataka Akademi Fellowship: Drama". Department of Cultural Affairs, Government of Kerala. Retrieved 25 February 2023.
  4. "എന്റമ്മേ..." mathrubhumi.com. Archived from the original on 3 June 2015. Retrieved 2 June 2015.
  5. Pradeep, K. (28 August 2014). "Throwing light on a burning issue". The Hindu.
  6. "The Hindu : Kerala / Kochi News : Actor O. Madhavan passes away". www.thehindu.com. Archived from the original on 4 November 2014. Retrieved 3 February 2022.
  7. "Chithrakeralam: Mukesh celebrates 30th year in Malayalam cinema". Archived from the original on 4 November 2014. Retrieved 4 November 2014.
  8. "Archived copy". Archived from the original on 4 November 2014. Retrieved 4 November 2014.{{cite web}}: CS1 maint: archived copy as title (link)

ବାହାର ଲିଙ୍କ୍

[ସମ୍ପାଦନା]