Jump to content

ବିଚିତ୍ରାନଦ ଦାସ (ବିଚାରପତି)

ଉଇକିପିଡ଼ିଆ‌ରୁ


ବିଚିତ୍ରାନନ୍ଦ ଦାସ (ଜନ୍ମ: ୮-୮-୧୯୩୩) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[][]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ବିଚିତ୍ରାନଦ ଦାସ ୮ ଅଗଷ୍ଟ ୧୯୩୩ ମସିହାରେ ସମ୍ବଲପୁର ଜିଲ୍ଲାର କାନଖିଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ସେ କଟକର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହୋଇ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ଏଲଏଲବି ସମାପ୍ତ କରିବା ପରେ, ଶ୍ରୀ ଦାସ ସମ୍ବଲପୁରରେ ଛଅ ବର୍ଷ ପର୍ଯ୍ୟନ୍ତ ଆଇନଜୀବୀ ଭାବେ ଆଇନ ବ୍ୟବସାୟ କରିଥିଲେ ଏବଂ ପରେ ସେ ୨୫-୧୦-୧୯୬୧ ତାରିଖରେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେଲେ ।[] ଏହି କ୍ରମରେ ସେ ୨୫-୧୦-୧୯୬୧ରୁ ୨୭-୩-୧୯୮୯ ଅବଧି ମଧ୍ୟରେ ଅତିରିକ୍ତ ମୁନ୍ସିଫ, ମୁନ୍ସିଫ, ଚତୁର୍ଥ ସବ୍‌ ଜଜ, ସବ୍‌ ଜଜ ଓ ରେଜିଷ୍ଟ୍ରାର୍, ସ୍ୱତନ୍ତ୍ର ଅଧିକାରୀ, ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ (C.J.M.), ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି, ବିକ୍ରୟ କର ଅପିଲାଟ୍ ନ୍ୟାୟାଧୀକରଣରେ ନ୍ୟାୟିକ ମେମ୍ବର ଭଳି ଏକାଧିକ ପଦବୀରେ କାର୍ଯ୍ୟ ନିର୍ବାହ କରିଥିଲେ । ୨୮-୩-୧୯୮୯ରୁ ୬-୧-୧୯୯୧ ପର୍ଯ୍ୟନ୍ତ ସେ ଓଡ଼ିଶା ସରକାରଙ୍କ ଆଇନ ବିଭାଗରେ ଲିଗାଲ୍ ରିମେମ୍ବରେନ୍ସର ଏବଂ ଅତିରିକ୍ତ ସଚିବ ଭାବରେ କାମ କରିଥିଲେ ।

୭-୧-୧୯୯୧ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୦୭ ଅଗଷ୍ଟ ୧୯୯୫ରେ ସେବା ନିବୃତ ହୋଇଥିଲେ ।[]

୨୬ ଜାନୁଆରୀ ୨୦୨୧ରେ, ୮୮ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-13.
  2. Pioneer, The. "Former Orissa HC judge Dash dies". The Pioneer (in ଇଂରାଜୀ). Retrieved 2025-01-13.
  3. Bureau, Sambad English (2021-01-27). "Odisha HC former Judge Justice Bichitra Nanda passes away; full court reference today". Sambad English (in ଇଂରାଜୀ). Retrieved 2025-01-13.
  4. Service, Pragativadi News (2021-01-27). "Odisha HC Former Judge, Justice Bichitra Nanda, Passes Away". Pragativadi | Odisha News, Breaking News Odisha, Latest Odisha News (in ବ୍ରିଟିଶ୍‌ ଇଂରାଜୀ). Retrieved 2025-01-13.