ବାହୁବଳି: ଦ ବିଗନିଙ୍ଗ

ଉଇକିପିଡ଼ିଆ‌ରୁ

ବାହୁବଳିର ଅର୍ଥ ଏକ ବଳବାନ ବ୍ୟକ୍ତି । ଏହି ଚଳଚ୍ଚିତ୍ର ଟିର ନିର୍ଦ୍ଦେଶକ ହେଲେ ଏସ୍.ଏସ୍ ରାଜାମୌଳି । ଏହାର ପ୍ରଯୋଜକ ହେଲେ ଶୋବୁ ୟାରଲାଗଡ଼ା ଓ ପ୍ରସାଦ ଦେବିନେନି । ଏହା ତେଲୁଗୁ ଓ ତାମିଲ ଭାଷାରେ ପ୍ରସ୍ତୁତ କରାଯାଇଛି । ଏଥିରେ ଅଭିନେତା ପ୍ରଭାସ୍,ରାଣା ଡାଗୁବାଟି,ଅଭିନେତ୍ରୀ ଅନୁଷ୍କା ସେଠୀ ଓ ତମନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।ସେମାନଙ୍କ ସହିତ ରାମ୍ୟା କ୍ରୀଷ୍ଣନ, ସତ୍ୟରାଜ ସହ କଳାକାର ଭାବେ ଅଭିନୟ କରିଛନ୍ତି । ପ୍ରଥମ ଭାଗରେ ଦ ବିଗିନିଙ୍ଗ କାଳ୍ପନିକ ସହର ମହେସ୍ମତିର ଏବଂ ଏହାର ସମ୍ରାଟଙ୍କର ଏକ ନିଆରା କାହାଣୀ ।

ଥରେ ରାଜମୌଳିଙ୍କ ବାପା କେ.ଭି.ବିଜେନ୍ଦ୍ର ପ୍ରସାଦ ରାଜାମୌଲିଙ୍କୁ ଶିବଗାମୀଙ୍କ ବିଷୟରେ କାହାଣୀ ଶୁଣାଉଥିଲେ । ଶିବଗାମୀ ହେଉଛନ୍ତି ଜଣେ ଏପରି ମହିଳା ଯିଏ ନିଜ ସନ୍ତାନକୁ ହାତରେ ଧରି ନଦୀ ପାର ହୋଇଯାଇଥିଲେ । ଆଉ କିଛି ବର୍ଷ ପରେ ପୁଣି ଥରେ ରାଜା ମୌଲିଙ୍କ ବାପା କଟପା ବିଷୟରେ କହିଥିଲେ । ଏହାକୁ ଅମର ଚିତ୍ରକଥା ଏବଂ ଭାରତର ଇତିହାସ ଏବଂ ପୁରାଣ ସହିତ ମିଳାଇ ରାଜମୌଳି ବହୁବଳିର ରଚନା କରିଥଲେ ।

ଏହି ଚଳଚ୍ଚିତ୍ରଟି ୧୮୦ କୋଟି ଟଙ୍କାରେ ନିର୍ମାଣ କରାଯାଇଛି ।ଏହା ଭାରତର ସବୁଠୁ ମହଙ୍ଗା ଚଳଚ୍ଚିତ୍ର ଭାବେ ସବୁ ଦିନ ପାଇଁ ଚର୍ଚ୍ଚାରେ ରହିଆସିଛି । ଏହା ବକ୍ସ ଅଫିସରେ ସଫଳତା ପାଇପାରିଛି। ଏହା ସବୁଠୁ ଚର୍ଚ୍ଚିତ ଚଳଚ୍ଚିତ୍ର । ଚଳଚ୍ଚିତ୍ର ଜଗତରେ ସବୁ ଚଳଚ୍ଚିତ୍ରର ସଫଳତାକୁ ପଛରେ ପକାଇ ବହୁତ ଶୀର୍ଷରେ ପହଞ୍ଚି ପାରିଛି।