ବାସୁଦେବ ପାଣିଗ୍ରାହୀ
ବାସୁଦେବ ପାଣିଗ୍ରାହୀ (ଜନ୍ମ: ଜାନୁଆରୀ ୧୯, ୧୯୪୨) ଜଣେ ଭାରତୀୟ ଆଇନଜୀବୀ ଏବଂ ଓଡ଼ିଶା ତଥା କଲିକତା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧][୨]
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀ ଜାନୁଆରୀ ୧୯, ୧୯୪୨ରେ ଜନ୍ମ ଗ୍ରହଣ କରିଥିଲେ । ସେ ଏପ୍ରିଲ୍ ୮, ୧୯୬୮ରେ ଓଡ଼ିଶା ବାର କାଉନସିଲରେ ନାମ ଲେଖାଇ ଓକିଲାତି ପେଶା ଆରମ୍ଭ କରିଥିଲେ । ଏହିପରି ଭାବେ ସେ ଜିଲ୍ଲା ଅଦାଲତଗୁଡ଼ିକରେ ଦେୱାନୀ, ଫୌଜଦାରୀ ଏବଂ ରେଭେନ୍ୟୁ ମାମଲାରେ ୧୫ ବର୍ଷ ପର୍ଯ୍ୟନ୍ତ ଆଇନ ବ୍ୟବସାୟ କରିଥିଲେ। ସେ ମାର୍ଚ୍ଚ ୭, ୧୯୮୩ରେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗଦେଇଥିଲେ ଏବଂ ଏକ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଭାବେ ନିଯୁକ୍ତି ପାଇଥିଲେ । ସେ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ବିଭିନ୍ନ ପଦବୀରେ ମଧ୍ୟ କାର୍ଯ୍ୟରତ ଥିଲେ । ୧୯୯୧ରୁ ୧୯୯୩ ଅବଧି ମଧ୍ୟରେ ସେ କଟକର ଜିଲ୍ଲା ଓ ଦୌରା ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।[୩]
ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ୩୧ ମାର୍ଚ୍ଚ ୧୯୯୪ରେ ନିଯୁକ୍ତ ହେଲେ ଏବଂ ୨୧ ନଭେମ୍ବର ୧୯୯୪ରେ କଲିକତା ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ ।[୨] [୧]୧୧ ଡିସେମ୍ବର ୧୯୯୫ରେ ସେ ସ୍ଥାୟୀ ବିଚାରପତି ଭାବେ ପଦୋନ୍ନତି ପାଇଲେ । ୯ ଜୁଲାଇ ୨୦୦୩ରେ ସେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।
ଡିସେମ୍ବର ୨୦୦୭ରେ ଘଟିଥିବା କନ୍ଧମାଳ ଦଙ୍ଗାରେ ଓଡ଼ିଶା ରାଜ୍ୟ ସରକାର ଶ୍ରୀ ପାଣିଗ୍ରାହିଙ୍କୁ ତଦନ୍ତ କମିଶନର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ ।[୪]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-13.
- ↑ ୨.୦ ୨.୧ "Calcutta High Court - Judges". www.calcuttahighcourt.gov.in. Retrieved 2025-01-13.
- ↑ "Former Judges | District Court, Cuttack | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-23. Retrieved 2025-01-13.
- ↑ Service, Express News (2015-12-25). "Justice Basudev Panigrahi Commission of Inquiry on Kandhamal Violence Submits Report". The New Indian Express (in ଇଂରାଜୀ). Retrieved 2025-01-13.