Jump to content

ବାମନ ଅବତାର

ଉଇକିପିଡ଼ିଆ‌ରୁ
ବାମନ ଅବତାର
Vamana Avatar by Raja Ravi Varma
AffiliationVaishnavism
ଲୋକVaikuntha, Satala
MantraOm Trivikramaya vidmahe
Vishvarupaya cha dhimahi
Tanno Vamana prachodayat
SymbolKamandalu and umbrella
ସ୍ୱାମୀ/ସ୍ତ୍ରୀKamala
ଭାଇଭଉଣୀIndra and the Adityas
ସନ୍ତାନଗଣBrhatsloka ('Great Praise')
ପର୍ବପର୍ବାଣିOnam, Balipratipada, Vamana Dvadashi

ବାମନ ଅବତାର ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ଅନ୍ୟତମ । ତ୍ରେତା ଯୁଗର ଆରମ୍ଭ ସମୟରେ ଭଗବାନ ବିଷ୍ଣୁ ମା ଗଙ୍ଗାଙ୍କ ତୀରେ ଥିବା ସିଦ୍ଧାଶ୍ରମ (ବକ୍ସର ନିକଟରେ) ନାମକ ସ୍ଥାନରେ ଦେବୀ ଅଦିତିଙ୍କ ଗର୍ଭରୁ ବାମନ ରୂପରେ ଜନ୍ମ ଗ୍ରହଣ କଲେ । ଏହି କାରଣରୁ ଏହି ସ୍ଥାନକୁ ବାମନ ଜନ୍ମସ୍ଥଳୀ ଓ ବାମନାଶ୍ରମ ମଧ୍ୟ ବୋଲି କୁହାଯାଏ । ଏହା ବିଷ୍ଣୁଙ୍କ ଏକ ଶିଶୁ ବ୍ରାହ୍ମଣ ରୂପରେ ପ୍ରଥମ ମାନବ ରୂପୀ ଅବତାର । ଦକ୍ଷିଣ ଭାରତରେ ସେମାନେ ତାଙ୍କୁ ଉପେନ୍ଦ୍ର ନାମରେ ଜାଣନ୍ତି । ବାମନଙ୍କ ପିତା ଥିଲେ ପ୍ରଜାପତି କଶ୍ୟପ ଓ ମାତା ଦେବୀ ଅଦିତି । ତାଙ୍କ ଭାଇମାନେ ଥିଲେ; ବିବସ୍ୱାନ, ଇନ୍ଦ୍ର, ଵରୁଣ, ପୂଷା, ଅର୍ଯ୍ୟମା, ଭଗ, ଧାତା, ପର୍ଜନ୍ୟ, ଅଂଶୁମାନ, ତ୍ୱଷ୍ଟା ଓ ମିତ୍ର । ଭଗବାନ ବାମନଙ୍କୁ ସାଧାରଣତଃ ତିନିଟି ପାଦ ସହିତ ଦେଖାଯାଏ । ତାଙ୍କ ତ୍ରିବିକ୍ରମ ରୂପରେ; ଗୋଟିଏ ପାଦ ପୃଥିବୀ ଉପରେ, ଦ୍ୱିତୀୟ ପାଦ ଆକାଶ (ଦେବଲୋକ) ଉପରେ ଓ ତୃତୀୟ ପାଦ ବଳି ରାଜାଙ୍କ ମୁଣ୍ଡ ଉପରେ ଥାଏ ।

ଉତ୍ପତ୍ତି

[ସମ୍ପାଦନା]

ଭଗବାନ ବାମନ ଋଷି କଶ୍ୟପ ଓ ତାଙ୍କ ସ୍ତ୍ରୀ ଅଦିତିଙ୍କ ପୁତ୍ର ଥିଲେ ।[] ସେ ଆଦିତ୍ୟମାନଙ୍କ ମଧ୍ୟରୁ ଦ୍ୱାଦଶତମ (୧୨ତମ) ଥିଲେ । ଏହିପରି ମଧ୍ୟ ମତ ରହିଛି ଯେ ସେ ଦେବରାଜ ଇନ୍ଦ୍ରଙ୍କ ଛୋଟ ଭାଇ ଥିଲେ ।

ପୌରାଣିକ ଆଖ୍ୟାନ

[ସମ୍ପାଦନା]

ଇନ୍ଦ୍ର (ଦେବମାନଙ୍କ ରାଜା, କଶ୍ୟପ ଓ ଅଦିତିଙ୍କ ପୁତ୍ର) ଦିତିଙ୍କ ପ୍ରପୌତ୍ର ଓ ଦାନବରାଜ ବଳିଙ୍କ (ଅସୁରମାନଙ୍କ ରାଜା) ନିକଟରେ ପରାଜିତ ହେଲାପରେ, ଦେବତାମାନେ ଶେଷରେ ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହେଲେ । ବିଷ୍ଣୁ ଇନ୍ଦ୍ରଙ୍କୁ ପୁନର୍ବାର ଶକ୍ତି ଓ ସିଂହାସନ ଫେରାଇବାକୁ ସମ୍ମତ ହେଲେ । ଏହି କାର୍ଯ୍ୟ ସାଧନ ପାଇଁ ବିଷ୍ଣୁ ବାମନ (କଶ୍ୟପ ଓ ଅଦିତିଙ୍କ ପୁତ୍ର) ରୂପେ ଅବତାର ଗ୍ରହଣ କଲେ । ଭକ୍ତିଶୀଳ ବଳି ନିୟମିତ ଯଜ୍ଞ ଓ ଦାନ କରୁଥିଲେ (ଯେଉଁଥିରେ ତାଙ୍କ ଶାସନ ଅଧୀନ ଅସୁରମାନେ ଅଂଶଗ୍ରହଣ କରୁଥିଲେ, କିନ୍ତୁ ଦେବମାନେ ନୁହେଁ) । ଏକ ଯଜ୍ଞରେ ବାମନ ଉପସ୍ଥିତ ହେଲେ ଓ ସେ ବଳିଙ୍କୁ କେବଳ ତିନିପାଦ ଜମି ଦେବାକୁ ଅନୁରୋଧ କଲେ (ସାଧାରଣତଃ ଯଜ୍ଞବେଦି ନିର୍ମାଣ ପାଇଁ) । ଗୁରୁ ଶୁକ୍ରାଚାର୍ଯ୍ୟ ଚେତାବନୀ ଦେଲେ ଯେ ବାମନ ବାସ୍ତବରେ ବିଷ୍ଣୁ, ତେଣୁ ତାଙ୍କ ମାୟା ବୁଝିବା ସହଜ ନୁହେଁ । ଗୁରୁ ଭୃଗୁପୁତ୍ର ଶୁକ୍ରାଚାର୍ଯ୍ୟଙ୍କ ଚେତାବନୀ ସତ୍ତ୍ୱେ ବଳି ଦାନ ଦେବା ପାଇଁ ତଥାପି ସମ୍ମତି ଦେଲେ ।

ତ୍ରିବିକ୍ରମ ରୂପ

[ସମ୍ପାଦନା]

ଇନ୍ଦ୍ର (ଦେବମାନଙ୍କ ରାଜା, କଶ୍ୟପ ଓ ଅଦିତିଙ୍କ ପୁତ୍ର) ଦିତିଙ୍କ ପ୍ରପୌତ୍ର ଓ ଦାନବରାଜ ବଳିଙ୍କ (ଅସୁରମାନଙ୍କ ରାଜା) ନିକଟରେ ପରାଜିତ ହେଲାପରେ, ଦେବତାମାନେ ଶେଷରେ ଭଗବାନ ବିଷ୍ଣୁଙ୍କ ଶରଣ ନେଲେ । ବିଷ୍ଣୁ ଇନ୍ଦ୍ରଙ୍କୁ ପୁନର୍ବାର ଶକ୍ତି ଓ ସିଂହାସନ ଫେରାଇବାକୁ ସମ୍ମତ ହେଲେ । ଏହି କାର୍ଯ୍ୟ ସାଧନ ପାଇଁ ବିଷ୍ଣୁ ବାମନ (କଶ୍ୟପ ଓ ଅଦିତିଙ୍କ ପୁତ୍ର) ରୂପେ ଅବତାର ଗ୍ରହଣ କଲେ ।

ଭକ୍ତିଶୀଳ ବଳି ନିୟମିତ ଯଜ୍ଞ ଓ ବଳିଦାନ କରୁଥିଲେ (ଯେଉଁଥିରେ ତାଙ୍କ ଶାସନ ଅଧୀନ ଅସୁରମାନେ ଅଂଶଗ୍ରହଣ କରୁଥିଲେ, କିନ୍ତୁ ଦେବମାନେ ନୁହେଁ) । ଏକ ଯଜ୍ଞରେ ବାମନ ଉପସ୍ଥିତ ହେଲେ ଓ ସେ ବଳିଙ୍କୁ କେବଳ ତିନୋଟି ପଦ ଜମି ଦେବାକୁ ଅନୁରୋଧ କଲେ (ସାଧାରଣତଃ ଯଜ୍ଞବେଦି ନିର୍ମାଣ ପାଇଁ) । ବଳି, ତାଙ୍କ ଗୁରୁ ଭୃଗୁପୁତ୍ର ଶୁକ୍ରାଚାର୍ଯ୍ୟଙ୍କ ଚେତାବନୀ ସତ୍ତ୍ୱେ ବାମନଙ୍କୁ ତିନିପାଦ ଭୂମି ଦାନ ଦେବା ନିମିତ୍ତ ସମ୍ମତି ଦେଲେ । ବାମନ ତାହାପରେ ବିଶାଳ ଆକାର ଧାରଣ କଲେ ଓ ତାଙ୍କ ତିନି ପଦରେ ସମଗ୍ର ସୃଷ୍ଟି ଓ ତାହାର ପରିଧିକୁ ଆବରଣ କଲେ । ଏହିପରି ଭାବେ, ତିନୋଟି ଲୋକ (ଭୂର୍, ଭୁବଃ, ସ୍ଵଃ) ଇନ୍ଦ୍ରଙ୍କୁ ପୁନର୍ବାର ଫେରାଇ ଦିଆଗଲା, ଓ ବଳି ସହିତ ଅସୁରମାନେ ପାତାଳ ଲୋକକୁ ନିଷ୍କାସିତ ହେଲେ ।[][]

ଅନ୍ୟ ଗୋଟିଏ କଥା ଅନୁସାରେ, ବାମନ ତାଙ୍କ ପାଦ ବଳିଙ୍କ ମୁଣ୍ଡ ଉପରେ ରଖି ତାଙ୍କୁ ଅମରତ୍ୱ ଦେଇଥିଲେ । ତା’ପରେ ବିଷ୍ଣୁ ନିଜ ବିରାଟ ରୂପ ପ୍ରଦର୍ଶନ କରି ବଳିଙ୍କୁ ମହାବଲି ଉପାଧି ଦେଲେ, କାରଣ ବଲି ନିଜ ଧର୍ମନିଷ୍ଠା ଓ ବଚନବାନୀ ପାଳନରେ ମହାତ୍ମା ସିଦ୍ଧ ହୋଇଥିଲେ । ଶେଷରେ, ବିଷ୍ଣୁ ମହାବଲିଙ୍କୁ ଦିବ୍ୟ ଲୋକ ଯିବାକୁ ଅନୁମତି ଦେଲେ, ଯେଉଁଠି ସେ ନିଜ ପରମ ଭକ୍ତ ଦାଦା ପ୍ରହ୍ଲାଦ ଓ ଅନ୍ୟ ଦିବ୍ୟ ଆତ୍ମାମାନଙ୍କ ସହ ସାକ୍ଷାତ କଲେ ।

ରାମାୟଣରେ

[ସମ୍ପାଦନା]

ଆଧ୍ୟାତ୍ମ ରାମାୟଣ ଅନୁସାରେ, ରାଜା ବଳି ଭଗବାନ ବାମନଙ୍କ ସୁତଳ ଲୋକରେ ଦ୍ୱାରପାଳ (ପହରାଦାର) ହୋଇ ରହିଥିଲେ ଏବଂ ସେ ସେଠାରେ ସଦା ସର୍ବଦା ରହିବେ ।ତୁଳସୀଦାସଙ୍କ ରଚିତ ରାମଚରିତମାନସରେ ମଧ୍ୟ ଏହି ଘଟଣାର ଏକେପରି ଉଲ୍ଲେଖ ମିଳେ ।

  1. मनुस्मृति Archived 6 July 2008[Date mismatch] at the Wayback Machine. सन् १८४० ई. में होरेस हेमैन विल्सन द्वारा अनुवादित विष्णु पुराण की पुस्तक संख्या ३ अध्याय १ में श्लोक २६५:२२
  2. www.wisdomlib.org (2019-01-28). "Story of Vāmana". www.wisdomlib.org (in ଇଂରାଜୀ). Retrieved 2022-11-27.
  3. Cole, Owen; Kanit, V. P. Hermant (2010-06-25). Hinduism - An Introduction (in ଇଂରାଜୀ). John Murray Press. p. 30. ISBN 978-1-4441-3100-0.