ବାମଣ୍ଡା ରାଜ୍ୟ

ଉଇକିପିଡ଼ିଆ‌ରୁ

Bamra State
Bamanda State
बामरा रियासत
Princely State of British India
1545–1948
Location of Bamra
Location of Bamra
Bamra State in the Imperial Gazetteer of India
History
 •  Established 1545
 •  Accession to the Union of India 1948
Area
 •  1901 ୫,୧୪୯ km2 (୧,୯୮୮ sq mi)
Population
 •  1901 ୧,୨୩,୩୭୮ 
Density ୨୪ /km2  (୬୨.୧ /sq mi)
Rajput Provinces of India - Bamra (Princely State)


ବାମଣ୍ଡା  ରାଜ୍ୟ ବା ବାମରା ରାଜ୍ୟ , ପୁରାତନ ବ୍ରିଟିଶ ଶାସନ ସମୟର ଏକ ରାଜକୀୟ ରାଜ୍ୟ । ଏହାର ଆୟତନ 5149 ବର୍ଗକିଲୋମିଟର ହେଇଥିବା ବେଳେ ଏହାର ରାଜଧାନୀ ଦେବଗଡଠାରେ ଥିଲା । ବମଣ୍ଡ ରାଜ୍ୟ 1948 ମସିହାରେ ଭାରତୀୟ ସଂଘରେ ସମ୍ମିଳିତ ହେଲା । 

ବାମଣ୍ଡା ରାଜ୍ୟ ମହାନଦୀ ଉପତ୍ୟକା ଓ ଛୋଟନାଗପୁର ମାଳଭୂମି  ରେ ପାର୍ବତ୍ଯ ଇଲାକାରେ ଏହି ରାଜ୍ୟ ଅବସ୍ଥିତ । ଏହାର ଅଧିକାଂଶ ଅଞ୍ଚଳ ଅରଣ୍ୟରେ ପୂର୍ଣା ରହି କାଠ ଓ କାଖ ଉତ୍ପାଦନ କରୁଥିବା ବେଳେ ଏହି ଅଞ୍ଚଳ ଲୌହ ଖଣିଜ ଦ୍ରବ୍ଯଦ୍ୱାରା ପରିପୂର୍ଣ । ଏହି ଅଞ୍ଚଳର ମୁଖ୍ୟ ନଦୀ ବ୍ରାହ୍ମଣୀ । 1905 ମସିହାରେ ଏହି ରାଜ୍ୟ ଏକଦା କେନ୍ଦ୍ରୀୟ ପ୍ରଭିନ୍ସ ଅଧୀନରୁ ବଙ୍ଗକୁ ଦିଆ ଯାଇଥିବା 5ଟି କରଡା ରାଜ୍ୟ ଭିତରୁ ଗୋଟିଏ ଥିଲା । ଏହି ରାଜ୍ୟର ରାଜଧାନୀ ଦେବଗଡଠାରେ ଥିଲା । [୧]

ଇତିହାସ History[ସମ୍ପାଦନା]

ପ୍ରବାଦ ଅନୁସାରେ ଦେବଗଡର ରାଜା ପାଟଣାର  ଗଙ୍ଗାବାସୀ ରାଜପୁତ ବଂଶର ଥିଲେ । ତାଙ୍କୁ ବାମଣ୍ଡାର ଭୂୟାଁ ଓ ଖୋଣ୍ଡମାନେ ଏକ ଶିଶୁ ହିସାବରେ ଚୋରୀ କରି ଆଣିଥିଲେ ଓ ତାଙ୍କୁ ବାମଣ୍ଡାର ଶାସକ ହିସାବରେ 1545 ମସିହାରେ ଅଧିଷ୍ଠିତ କରିଥିଲେ । 

ବେଙ୍ଗଳା -ନାଗପୁର ରେଳପଥ ଉତ୍ତର ପୂର୍ବ ଦିଗ  ରେ ବାମଣ୍ଡା ନିକଟରେ ଯାଇ ବାମର ରୋଡ ଓ ଗଡପୋଷ ନାମକ ଦୁଇଟି ଷ୍ଟେସନ ରହିଛି ।  [୨] 1905 ମସିହା ଯାଏ ଏହି ରାଜ୍ୟ କେନ୍ଦ୍ରୀୟ ପ୍ରଭିନ୍ସର ଛତିଶଗଦ ଡିଭିଜନର ରାଜନୈତିକ ଶାସନର ଅଧୀନରେ ରହିଥିଲା । ତତ୍ ପାଶ୍ଚାତ ଏହା 1912 ଯାଇ ବେଙ୍ଗଲ ପ୍ରଭିନ୍ସ ଅଧୀନରେ ରହି ତାହା ପରେ ବିହାର ଓ ଓଡ଼ିଶା ପ୍ରଭିନ୍ସ ଅଧୀନରେ 1936 ଯାଏ ରହିଲା । ତାହା ପରେ 1 ଜାନୁଆରୀ , 1948ରେ ସ୍ୱାଧୀନତା ପରେ ଏହା ସର୍ବଶେଷ ରାଜକୀୟ ରାଜ୍ୟ ଭାବରେ ଭାରତୀୟ ସଂଘରେ ସମ୍ମିଳିତ ହେଲା । Union.[୩][୪]

ବାମଣ୍ଡାର ରାଜା ସମୂହ [ସମ୍ପାଦନା]

  • 1673 - 1713 ଭାଗିରଥ ଦେବ 
  • 1713 - 1745 ପ୍ରତାପ ଦେବ 
  • 1745 - 1779 ସିଦଶର ଦେବ 
  • 1779 - 1819 ଅର୍ଜୁନ ଦେବ 
  • 1819 - 1832 ବାଲୁଙ୍କାବୃଷଭ ଦେବ 
  • 1832 ଖଗେଶ୍ୱର ଦେବ 
  • 1832 - 12 May 1869 ବ୍ରଜସୁନ୍ଦର ଦେବ 
  • 12 May 1869 - 19 ବାସୁଦେବ ସୁଢଳ ଦେବ 
  • 12 May 1869 - 1871 .... -ଋଜେଣ୍ଟ 
  • 19 Nov 1903 - 11 Mar 1916 ସଚିଦାନନ୍ଦ ସୁଢଳ ଦେବ 
  • 11 Mar 1916 - 1 Jan 1920 ଦିବ୍ୟଶଙ୍କର ଦେବ 
  • 1 Jan 1920 - 15 Aug 1947 ଭାନୁଗଙ୍ଗା ତ୍ରିଭୁବନ ଦେବ 
  • 1 Jan 1920 - 1935 .... -ରେଜେଣ୍ଟ 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Eastern States Agency

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]