Jump to content

ବାଜି ଲାଗିଛି ମୋ ଶଙ୍ଖା ସିନ୍ଦୂର

ଉଇକିପିଡ଼ିଆ‌ରୁ
ବାଜି ଲାଗିଛି ମୋ ଶଙ୍ଖା ସିନ୍ଦୂର
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକରାଜା ନାୟକ
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀଦିଲ୍ଲୀପ କୁମାର ଦାସ
କଳାକାରବିକ୍ରମ କେଶରୀ ମହାନ୍ତି
ଆଲୋକ ମିଶ୍ର
ସୁଲଗ୍ନା ନାୟକ
ମନସ୍ୱିନୀ ପତି
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣକାହ୍ନୁ ନନ୍ଦ
ସମ୍ପାଦକଅରୁଣ କୁମାର ପାଢ଼ୀ
ବିତରକତରଙ୍ଗ ଟିଭି
ତରଙ୍ଗ ପ୍ଲସ୍
ମୁକ୍ତିଲାଭ ତାରିଖ
୯ ଫେବୃଆରୀ ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ବାଜି ଲାଗିଛି ମୋ ଶଙ୍ଖା ସିନ୍ଦୂର ୨୦୨୫ ମସିହାରେ ଟେଲିଭିଜନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜା ନାୟକ । ଦିଲ୍ଲୀପ କୁମାର ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଦେବୀଦତ୍ତ ମହାନ୍ତି ଏହାର ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ବିକ୍ରମ କେଶରୀ ମହାନ୍ତି, ଆଲୋକ ମିଶ୍ର, ସୁଲଗ୍ନା ନାୟକ, ମନସ୍ୱିନୀ ପତି, କେଦାର ମିଶ୍ର, ରାଜଶ୍ରୀ, କୁନାଲ ପଟ୍ଟନାୟକ, ବିଜେତ ବାରିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୯ ଫେବୃଆରୀ ୨୦୨୫ରେ ଏହି କଥାଚିତ୍ରଟି ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ତାରିକ୍ ଅଜିଜ୍, ଅସୀମା ପଣ୍ଡା, ସିମ୍ରନ ଦାସ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତଗାୟକସମୟ
1."ତୋ'ରି ଉପରେ ଖାଲି ମୋର ଅଧିକାର"ଅସୀମା ପଣ୍ଡା 
2."ପ୍ରେମ ତୋ'ର ତାଜା ତାଜା"ତାରିକ୍ ଅଜିଜ୍, ସିମ୍ରନ ଦାସ 

ବାହାର ଆଧାର

[ସମ୍ପାଦନା]