ଚାଚେରୀ ବେଶ

ଉଇକିପିଡ଼ିଆ‌ରୁ
(ବାଚେରୀ ବେଶରୁ ଲେଉଟି ଆସିଛି)

ଚାଚେରୀ ବେଶ ଫଗୁଣ ଶୁକ୍ଳ ଦଶମୀରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଦୋଳ ଉତ୍ସବ ବେଳେ ଅନୁଷ୍ଠିତ ହୋଇଥାଏ ।[୧] ଦିପ୍ରହର ଧୂପ ପରେ ପରେ ଆୟୋଜିତ ହୋଇ ବାଚେରୀ ବେଶ ସନ୍ଧ୍ୟା ଧୂପ ପୂର୍ବରୁ ଓହ୍ଲାଇ ଦିଆଯାଏ ।

ବେଶ[ସମ୍ପାଦନା]

ଠାକୁରମାନଙ୍କ ମଧ୍ୟାହ୍ନଧୂପ ସରିବାପରେ ମେକାପ ସେବକମାନେ ଠାକୁରଙ୍କୁ ଚନ୍ଦନଲାଗି, ବସ୍ତ୍ର ଓ ମାଧାବଳୀ ଆଦି ନୂଆ ଲୁଗା ଲାଗି କରାଇ ୬ମୂର୍ତ୍ତି ଅଳଙ୍କାର ଯଥା ୪ସୁବର୍ଣ୍ଣ କୁଣ୍ଡଳ ଓ ୨ ତଡଗୀ ଲାଗି କରିଥାନ୍ତି । ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘରକୁ ବିଜେ କରାଯିବା ପରେ ଠାକୁରମାନଙ୍କ ଚାଚେରୀ ବେଶ ବଢିବାପରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କ ଦେଉଳି ଭୋଗ ଅନୁଷ୍ଠିତ ହୋଇ ରତ୍ନସିଂହାସନକୁ ବିଜେ କରାଯାଏ । ପାଳିଆ ମୁଦିରସ୍ତ ସେବକ ପ୍ରସାଦ ଲାଗି କରନ୍ତି । ପରେ ପାଣି ପଡି ଘଣ୍ଟଛତା ସହ ତିନି ବାଡ଼ରେ ସର୍ବାଙ୍ଗ ନୀତି ବଢେ । ଶ୍ରୀଜଗନ୍ନାଥଙ୍କ ବାଡରେ ବଳିଆ ସୁନ୍ଦର, ଚନ୍ଦନ, ଫଗୁ, ଝିମିରି ଫଗୁ, ପ୍ରସାଦ ଲାଗି ଓ ବନ୍ଦାପନା ନୀତି ହେଉଛି । ପୁଣି କର୍ପୂର ଆଳତି କରାଯାଏ । ମୁଦିରସ୍ତ ଚାମର ଆଲଟ କରନ୍ତି । ତିନି ବାଡରେ ଫଗୁ ଆଞ୍ଜୁଳି ଦେଇସାରିବା ପରେ ଠାକୁରଙ୍କ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ସିଂହାସନକୁ ଉଠି ପ୍ରସାଦ ମଇଲମ କରନ୍ତି । ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଦିଆଯିବାପରେ ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ହାତରେ ନେଇ ଜୟବିଜୟ ଦ୍ୱାର ନିକଟରେ ବିଜେ କରାନ୍ତି । ସେଠାରେ ପ୍ରସାଦଲାଗି, କର୍ପୂରଆଳତୀ, ଦୃବାକ୍ଷତ, ସାତବତୀ, ସଞ୍ଜକାହାଳୀ ଓ ବନ୍ଦାପନା ଆଦି ନୀତି ହୁଏ ।[୨]

ଚାଚେରୀ ବେଶରେ ନାଲି ରଙ୍ଗର ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ ।[୩] ବାଚେରୀ ବେଶରେ ଦିଅଁମାନେ ସ୍ୱତନ୍ତ୍ର ଶୈଳୀରେ (ଦିଅଁମାନେ ପିନ୍ଧିଥିବା ପାଟବସ୍ତ୍ରର ଶୀର୍ଷଭାଗ ଯତ୍ନର ସହ ହରଡ଼ମାଳିରେ ଖୁଞ୍ଚା ଯାଇଥାଏ) ପିନ୍ଧିଥିବା ଶାଢ଼ୀ, ମସ୍ତକର ଶ୍ରୀକପଡ଼ା, ହାତରେ ଧରିଥିବା ରୁମାଲ ସବୁ ନାଲିରଙ୍ଗର ହୋଇଥାଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ବିଗ୍ରହରେ ନଳୀଭୁଜ ଲାଗି କରାଯାଏ । ଜଗନ୍ନାଥଙ୍କ ନଳୀଭୁଜ ସମ୍ମୁଖରେ ଶଙ୍ଖ ଓ ଚକ୍ର; ଏବଂ ବଳଭଦ୍ରଙ୍କ ନଳୀଭୁଜରେ ହଳ ଓ ମୂଷଳ ଖୋଦିତ ହୋଇଥାଏ । ଏହି ବେଶରେ ପିନ୍ଧୁଥିବା ଅଳଙ୍କାରଗୁଡ଼ିକ ହେଲା ମୁଖର ଉଭୟ ପାର୍ଶ୍ୱରେ କୁଣ୍ଡଳ,[୪] ମସ୍ତକ ଶୀର୍ଷରେ ଚନ୍ଦ୍ରିକା, ଅଣ୍ଟାରେ ଅଣ୍ଟାପଟି ଓ ଓଢ଼ିଆଣି ଏବଂ ଗଳାରେ ଗିନି ମାଳ, ଚାବୁକ ମାଳ, ପଦ୍ମମାଳି ଓ ହରଡ଼ ମାଳି । ଏହିବେଶରେ ସୁଭଦ୍ରା ଚନ୍ଦ୍ର, ସୂର୍ଯ୍ୟ ଓ ତଡ଼କିଦ୍ୱାରା ସୁଶୋଭିତା ହୁଅନ୍ତି ।

ଭୋଗ[ସମ୍ପାଦନା]

ବେଶ ସମୟରେ ଠାକୁରଙ୍କୁ ଆରିସା, ମରିଚିନଡୁ, ଖିରି, ଧଉଳା ଓ ଘିନାଡି ଆଦି ଭୋଗ ଲଗାଯାଏ ତଥା ଫଗୁ ଖେଳ ନୀତି ହୋଇଥାଏ । ଏ ସବୁ ଉପଚାର ପାଇଁ ଶ୍ରୀଦେବୀ (ଲକ୍ଷ୍ମୀ), ଭୂଦେବୀ (ଧରିତ୍ରୀ ) ଓ ଦୋଳଗୋବିନ୍ଦ ବେହରଣ ଦ୍ୱାର ପାଖରେ ନାଲିପାଟ ପିନ୍ଧି ବେଶ ହୁଅନ୍ତି । ବେଶ ହୋଇଥିବା ମୂର୍ତ୍ତିଗୁଡ଼ିକୁ ରତ୍ନସିଂହାସନ ଉପରକୁ ଆଣିବା ପରେ ଚାଚେରୀ ଭୋଗ ରୂପେ ଖଇ କୋରା ଅର୍ପଣ କରାଯାଇଥାଏ । ପରେ ସେହି ମୂର୍ତ୍ତିଗୁଡ଼ିକୁ ଜୟବିଜୟ ଦ୍ୱାର ନିକଟକୁ ନିଆଯାଇ ପଣ୍ଡା ଓ ପୁଷ୍ପାଳକ ସେବକମାନଙ୍କଦ୍ୱାରା ଫଗୁଖେଳ ନୀତି ସମାପନ ହୋଇଥାଏ ।

ଚାଚେରୀ ଲୀଳା[ସମ୍ପାଦନା]

ଶ୍ରୀକ୍ଷେତ୍ର ପୁରୀଠାରେ ଶ୍ରୀଜଗନ୍ନାଥ ଏକ ଲୋକାୟତ ପରମ୍ପରା ରୂପେ ଦୋଳଯାତ୍ରାକୁ ବୈଷ୍ଣବୀୟ ଢଙ୍ଗରେ ପାଳନ କରନ୍ତି । ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ । ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦ, ଶ୍ରୀଦେବୀ (ମହାଲକ୍ଷ୍ମୀ)ଭୂଦେବୀ (ଧରିତ୍ରୀ ମାତା) ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାଜୁ ଯାଆନ୍ତି । ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦୀପନା ଏକ ଭାବଭକ୍ତି ପୂର୍ଣ୍ଣ ଦୃଶ୍ୟ ସୃଷ୍ଟି କରିଥାଏ । ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି । ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ୍ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି । ସେଠୁ ତାହା ପରେ ସେ ୪ ଦିନ ଧରି ଗାଁ-ଗାଁ ବୁଲି ଫଗୁ (ନାଲିଆ ହୋଲି ରଙ୍ଗ) ଖେଳନ୍ତି। ତେଣୁ 'ଚାରିଚାରି'ରୁ ଚାଚେରୀ ନାଁ ବାହାରିଛି।

ଆଧାର[ସମ୍ପାଦନା]

  1. "Lord Jagannath - Chacheri Besha of Lord Jagannath, Beshas of Lord Jagannath | orissa.oriyaonline.com". orissa.oriyaonline.com. Archived from the original on 12 June 2015. Retrieved 26 November 2012. From 10th bright day of the month Falguna (Feb-Mar) to 14th Falgun (5 days) on Ratnavedi the deities are decorated with Chacheri vesha
  2. "ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚାଚେରୀ ବେଶ" (PDF). ଆମ ବିବେକ. Archived from the original (PDF) on 4 March 2016. Retrieved 6 January 2015.
  3. "Odisha Buzz Culture-Odisha Culture| Costumes Of Deities". odishabuzz.com. Archived from the original on 24 November 2012. Retrieved 26 November 2012. In this adornment deities are wearing red clothes and red flower.
  4. "Jagannath Vesha with Details - II - ISKCON Desire Tree - Devotee Network". iskcondesiretree.net. Retrieved 26 November 2012. The deities adorned with four ear rings locally called it "KUNDAL' and two Tadagis.

ଅଧିକ ତଥ୍ୟ[ସମ୍ପାଦନା]