ବାଇକୋଳି ମହାପାତ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜ୍ୟୋତିଷ ବିଶାରଦ
ପଣ୍ତିତ ବାଇକୋଳି ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ ବାଇକୋଳି ମହାପାତ୍ର
୧୬ ଡିସେମ୍ବର ୧୯୦୮(1908-12-16)
(ପୌଷ କୃଷ୍ଣ ଅଷ୍ଟମୀ)
ବାଲୁଙ୍କେଶ୍ୱର ଶାସନ, ଖଲିକୋଟ
ମୃତ୍ୟୁ

୨୦ ଡିସେମ୍ବର ୧୯୭୭ (୬୯ ବର୍ଷ)

(ମାର୍ଗଶିର ଶୁକ୍ଳ ଦଶମୀ)
ଗଞ୍ଜାମ
ଘର ଖଲିକୋଟ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଜୀବିକା ଜ୍ୟୋତିର୍ବିଦ, ଶିକ୍ଷକ, ଐତିହାସିକ
ଜଣାଶୁଣା କାମ ଜ୍ୟୋତିଷ ସାର ଗ୍ରନ୍ଥାବଳୀ, ନିତ୍ୟକର୍ମ ଦର୍ପଣ
ବାପା ମା ବିଶ୍ୱନାଥ ମହାପାତ୍ର, ପଦ୍ମାବତୀ
ପୁରସ୍କାର ଜ୍ୟୋତିଷ ବିଶାରଦ, ଜ୍ୟୋତିଷ ଭାସ୍କର, ଉପାୟନ, ଜ୍ୟୋତିର୍ବିଦ୍ୟା ବାଚସ୍ପତି

ପଣ୍ଡିତ ବାଇକୋଳି ମହାପାତ୍ର (୧୬ ଡିସେମ୍ବର ୧୯୦୮ - ୨୦ ଡିସେମ୍ବର ୧୯୭୭) ଏକାଧାରରେ ଜଣେ ସାହିତ୍ୟିକ, ଐତିହାସିକ, ଶିକ୍ଷାବିତ୍ ଓ ସଂଗଠକ ଥିଲେ । ସେ ଗଞ୍ଜାମ ଜିଲ୍ଲାର ଖଲିକୋଟ ଅନ୍ତର୍ଗତ ବାଲୁଙ୍କେଶ୍ୱର ଶାସନରେ ୧୯୦୮ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଅଗ୍ରଜମାନେ ଅକାଳରେ ମରି ଯାଉଥିବାରୁ ତାଙ୍କ ପିତାମାତା ଅପମୃତ୍ୟୁ ଟଳାଇବା ଉଦ୍ଦେଶ୍ୟରେ ତାଙ୍କର ନାମ ବାଇକୋଳି (ବିଷାକ୍ତ କୋଳି) ରଖିଥିଲେ। [୧]

ଜୀବନକାଳ[ସମ୍ପାଦନା]

ତତ୍କାଳୀନ ଥାର୍ଡ ଫର୍ମ (ଅଷ୍ଟମ ଶ୍ରେଣୀ) ପାସ୍ କରିବା ପରେ ନିଜ ଗ୍ରାମ ସନ୍ନିକଟ ଫାସୁଳା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କଲେ। ପରବର୍ତ୍ତୀ ସମୟରେ ବ୍ରହ୍ମପୁରଠାରେ ଶିକ୍ଷକ ତାଲିକ (ଇଟି) କରିଥିଲେ। ଏହି ସମୟରେ ଶିକ୍ଷକ ତାଲିମ କେନ୍ଦ୍ରର ଲାଇବ୍ରେରୀରୁ ସେ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଅଧ୍ୟୟନ କରିଥିଲେ। ସେ ସମୟରେ ଜ୍ୟୋତିଷ ଶାସ୍ତ୍ରଗୁଡ଼ିକ ଓଡ଼ିଆ ଭାଷାରେ ନ ଥିବାରୁ ସେ ଏ ଗୁଡ଼ିକର ସରଳ ଅନୁବାଦ ଓଡ଼ିଆରେ କରିଥିଲେ। ସେ ଭୁଗୋଳ, ଖଗୋଳ, ଗଣିତ (ବିଶେଷ କରି ତ୍ରିକୋଣମିତି ଓ ଜ୍ୟାମିତି), ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଭାଷାରେ ପାରଙ୍ଗମ ଥିଲେ। ମାତ୍ର ବାଇଶି ବର୍ଷ ବୟସରେ ସେ ଜ୍ୟୋତିଷ ସାର ଗ୍ରନ୍ଥାବଳୀର ପ୍ରଥମ ଭାଗ ପ୍ରକାଶ କରିଥିଲେ। ଏହା ପରେ ପରେ ଏହାର ଦ୍ୱିତୀୟ ଓ ତୃତୀୟ ଭାଗ ମଧ୍ୟ ପ୍ରକାଶ ପାଇଥିଲା।

ପ୍ରକାଶିତ ଗ୍ରନ୍ଥାବଳୀ[ସମ୍ପାଦନା]

  1. ଜ୍ୟୋତିଷ ସାର ଗ୍ରନ୍ଥାବଳୀ (ତିନି ଭାଗରେ)
  2. ଜାତକ ଦର୍ପଣ
  3. ଭାରତୀୟ ଜ୍ୟୋତିଷର ଇତିହାସ (ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ)
  4. ବୃହତ୍ ଜାତକ
  5. ଫଳଦୀପିକା[୨]
  6. ଚମତ୍କାର ଚିନ୍ତାମଣି
  7. ଯୋଗବାରିଧି
  8. ନିତ୍ୟକର୍ମ ଦର୍ପଣ (ଦୁଇ ଭାଗରେ)
  9. ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ଇତିହାସ
  10. ଓଡ଼ିଶା ଇତିହାସରେ ଖଲ୍ଲିକୋଟର ସ୍ଥାନ
  11. ଅଧ୍ୟାତ୍ମ ରାମାୟଣ

ଉପଲବ୍ଧି[ସମ୍ପାଦନା]

ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାୟରେ ସିନେଟ ଏବଂ ଏକାଡେମିକ କାଉନସିଲର ସଦସ୍ୟ ଥିଲେ। ବିଭିନ୍ନ ସମୟରେ ଭାରତୀୟ ଜ୍ୟୋତିଷକୁ ବିଶ୍ୱବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ପାଠ୍ୟକ୍ରମ ହିସାବରେ ଅନ୍ତର୍ଭୁକ୍ତ କରିବାପାଇଁ ଚେଷ୍ଟା କରିଥିଲେ। [୩]

ଜୀବନୀ[ସମ୍ପାଦନା]

“ଉଜ୍ଜ୍ୱଳ ପୁରୁଷ” ଲେଖକ ବିନୋଦ ରାଉତରାୟ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ତାଙ୍କଦ୍ୱାରା ଦିଆ ଯାଇଥିବା ଭବିଷ୍ୟତବାଣୀ ଯାହା ଦୈନିକ 'ଆଶା' ଓ 'ନୂଆ ଓଡ଼ିଶା'ରେ ୧୯୩୩ରେ ପ୍ରକାଶିତ ହୋଇଥିଲା, ସେହି ହିସାବରେ ୧୬ ଜାନୁଆରୀ ୧୯୩୮ରେ ବିହାରର ବିଭିନ୍ନ ସ୍ଥାନରେ ବ୍ୟାପକ ଭୂମିକମ୍ପ ହେବା ସତ ହେବାରୁ ସେ ସମୟର ଖଲ୍ଲିକୋଟ ରାଜା ରାୟବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଏକ ବିଶାଳ ଜନ ସମାବେଶରେ ତାଙ୍କୁ ଜ୍ୟୋତିଷ ବିଶାରଦ ଉପାଧିରେ ସମ୍ମାନିତ କରିଥିଲେ। ଏହା ଛଡ଼ା ସେ ବିଶ୍ୱଯୁଦ୍ଧ, କଂଗ୍ରେସ ଦଳର ଫାଟ, ଓଡ଼ିଶା ରାଜ୍ୟ ଗଠନ, ଭି.ଭି. ଗିରିଙ୍କର ରାଷ୍ଟ୍ରପତିତ୍ୱ ଇତ୍ୟାଦି ବିଷୟରେ ମଧ୍ୟ ସଫଳ ଭବିଷ୍ୟବାଣୀ କରିଥିଲେ। [୪]
  • ଅଯୋଧ୍ୟା ସଂସ୍କୃତି ସମିତିଦ୍ୱାରା ଜ୍ୟୋତିଷ ଭାସ୍କର ଉପାଧି
  • ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଉପାୟନ ଉପାଧି
  • ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦଦ୍ୱାରା ଜ୍ୟୋତିର୍ବିଦ୍ୟା ବାଚସ୍ପତି ଉପାଧି


ଆଧାର[ସମ୍ପାଦନା]

  1. "ASTROLOGERS OF ORISSA.". orissa.gov.in. Retrieved 9 January 2016. Baikoli Mahapatra 
  2. "Baikoli centenary celebrations conclude". The Hindu. http://www.thehindu.com/todays-paper/tp-national/tp-otherstates/Baikoli-centenary-celebrations-conclude/article15364482.ece. Retrieved 19 December 2016. 
  3. ସାମନ୍ତ, ପ୍ର. ବସନ୍ତ କୁମାର. "ଜ୍ୟୋତିଷ ଶାସ୍ତ୍ରର କିମ୍ବଦନ୍ତୀ ପୁରୁଷ". ଧରିତ୍ରୀ. Retrieved 19 December 2016. 
  4. "ASTROLOGERS OF ORISSA". orissa.gov.in. The Magharaja of Khallikote awarded him the title Jyotisha Visharada=9 January 2016