ବହୁଚର ମାତା

ଉଇକିପିଡ଼ିଆ‌ରୁ
ବହୁଚର ମାତା
ନିରୀହ, କରୁଣା, ଦୟା, ସାଧୁତା, ଅନବଚ୍ଛିନ୍ନ, ଆତ୍ମ ବିଶ୍ୱାସ, en:କନ୍ୟା, ନପୁଂସକ, ସତ୍ୟନିଷ୍ଠଜନ କଲ୍ୟାଣ ଇତ୍ୟାଦି ଗୁଣଗୁଡିକର ଦେବୀ ।
ଅନ୍ଯ ନାମବହୁଚର, ଦେବଲ ସୂତା ଷଷ୍ଠୀ, ଶକ୍ତିପୂତ୍ରୀ, ପରଶକ୍ତି କନ୍ୟା
Affiliationଦେବୀ, ଶକ୍ତି
ଲୋକମଣିଦ୍ୱୀପ
Mountଗଞ୍ଜା
ପର୍ବପର୍ବାଣିବହୁଚର ନବମୀ

ବହୁଚର ମାତା (ହିନ୍ଦୀ : बहुचर माता; ଗୁଜରାଟୀ: બહુચર માતા) ସତୀତ୍ୱ ଓ ଉର୍ବରତାର ଜଣେ ହିନ୍ଦୁ ଦେବୀ ଯିଏ ହିଂଗଲାଜ ମାତାଙ୍କର (Hinglaj) ଏକ ଅବତାର । ଗୁଜରାଟ ଓ ରାଜସ୍ଥାନର ଅନ୍ୟ ସ୍ୱର୍ଗୀୟ ଦେବାଦେବୀ ଭଳି ସେ ଚାରଣ (Charan) ଥିଲେ ।[୧] ବୋଦାପାଲ ଦେଠାଙ୍କର କନ୍ୟା ଥିଲେ ଦେବୀ ବହୁଚର । ଆଉ ମଧ୍ୟ ସେ ହିଜରା ଗୋଷ୍ଠୀର ରକ୍ଷକ ଥିଲେ ।[୨] ଗୁଜରାଟ ପ୍ରଦେଶ, ଭାରତରେ ଥିବା ମେହସାନା ଜିଲ୍ଲାର ବେଚରାଜୀ (Becharaji) ଟାଉନରେ ତାଙ୍କର ମୂଖ୍ୟ ମନ୍ଦିର ଅବସ୍ଥିତ । କୋଲି (Koli) ଡକାୟତ ବାପାଇୟା ପୂଜା କରୁଥିଲା ବହୁଚର ମାତାଙ୍କୁ ଯାହାଙ୍କର ଶଙ୍ଖଳପୁରରେ ମୃତ୍ୟୁ ପରେ ଏକ ଗଛମୂଳେ ଗୋଟିଏ ଟିକି ମନ୍ଦିର କରି ପୂଜା କରୁଥିଲା ।[୩]

ବର୍ଣ୍ଣନା ଓ ଚିହ୍ନ[ସମ୍ପାଦନା]

ବହୁଚର ଏକ ଚାରଣ ସମାଜରେ ଜନ୍ମ ଗ୍ରହଣ କରିଥିଲେ । ଦେବୀ ବହୁଚର ଥିଲେ ବୋଦାପାଲ ଦେଠାଙ୍କର କନ୍ୟା । ବହୁଚର ମାତାଙ୍କର ବାମ ତଳ ହାତରେ ଖଣ୍ଡା ଥାଏ, ବାମ ଉପର ହାତରେ ପବିତ୍ର ବହି ଥାଏ, ଡାହାଣ ତଳ ହାତଟି ଅଭୟ ମୁଦ୍ରାରେ ଥାଏ ଓ ଡାହାଣ ଉପର ହାତରେ ତ୍ରିଶୂଳ ଥାଏ । ତାଙ୍କର ବାହନ ଗଞ୍ଜା ଅଟେ ଯାହା ଏକ ନିଷ୍କପଟ ଚିହ୍ନ । ଏକ ତଥ୍ୟ ଅନୁସାରେ ସେ ଶ୍ରୀ ଚକ୍ରର ଜଣେ ଦେବୀ ଥିଲେ । ତାଙ୍କର ପ୍ରକୃତ ବାହନ କୁରକୁଟ ଯିଏ ଦୁଇ ପାଟି ବିଶିଷ୍ଟ ଏକ ସାପ । ବହୁଚର ତଳ ପାଖରେ ବସୁଥିଲେ ଓ ଅନ୍ୟଟିରେ ଥିଲେ ସହସ୍ରର Sahasrara, ଯାହାର ଅର୍ଥ ସେ ମୋକ୍ଷ ହେବା କୁଣ୍ଡାଳିନୀ ଜାଗ୍ରତ କରୁଛନ୍ତି ।[୪]

କିମ୍ବଦନ୍ତୀ[ସମ୍ପାଦନା]

ଗୋଟିଏ ପୁରାତନ ପରମ୍ପରା ଅନୁସାରେ ମାରୱାରର (Marwar) ଗୋଟିଏ ଦେଠେ ପରିବାରରେ ବହୁଚର ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା କାଠିଆୱାରର (Kathiawad) କୋର୍ଟ କବି ଥିଲେ ଓ ତାଙ୍କର ମାତା ଦେବଲ ଜଣେ ଦେବୀ ଅବତାର ଥିଲେ । ଏକଦା ବହୁଚର ତାଙ୍କ ଭଉଣୀମାନଙ୍କ ସହିତ ପିତାଙ୍କୁ ସାକ୍ଷାତ କରିବାକୁ ଯିବା ଅବସରରେ ଶଙ୍ଖଳପୁରରେ ବିଶ୍ରାମ କଲେ ।[୫] ସେଠାରେ ତାଙ୍କୁ କୋଲି ସମ୍ପ୍ରଦାୟର ବାପାଇୟା (Bapaiya) ଆକ୍ରମଣ କରି ମାରିଦେଲା ।[୬] ମୃତ୍ୟୁ ପୂର୍ବରୁ ବାପାଇୟାକୁ ନପୁଂସକ ହୋଇଯିବାକୁ ବହୁଚର ଅଭିଶାପ ଦେଲେ । ଅଭିଶାପ ପାଇବା ପରେ ସେ କ୍ଷମା ମାଗିବାରୁ ବହୁଚର ତାଙ୍କୁ କ୍ଷମା ଦେଇ କହିଲେ, “ଗୋଟିଏ ମନ୍ଦିର ତିଆରି କରି ମୋତେ ଦେବୀ ଭାବରେ ପୂଜା କରିବୁ ।”[୭] ତା’ ପରେ ଆଶ୍ୱାସନା ଦେଇ କହିଲେ ନପୁଂସକମାନେ ମହିଳା ପୋଷାକରେ ସେହି ମନ୍ଦିର ପାଖରେ ରହି ତାଙ୍କୁ ଦେବୀ ଭାବରେ ପୂଜା କଲେ ମୁକ୍ତି ପାଇ ସ୍ୱର୍ଗର ମଣିଦ୍ୱୀପରେ ତାଙ୍କ ପାଖରେ ଏକ ସ୍ଥାନ ପାଇବେ । ନପୁଂସକ ବାପାଇୟା ସେଠାରେ ଏକ ବରଖଡ ଗଛ ପାଖରେ ଏକ ମନ୍ଦିର ତୋଳେଇ ସାରା ଜୀବନ ବିତେଇଲା । ଅନ୍ୟ ପକ୍ଷରେ ବହୁଚର ଜଣେ ପୁରୁଣା କୋଲି ଦେବୀ ହୋଇଥିବା ଅନେକ ବିଶ୍ୱାସ କରନ୍ତି ।[୮]

ମନ୍ଦିର[ସମ୍ପାଦନା]

ମେହସାନା ଜିଲ୍ଲାରେ ଥିବା ବହୁଚର ମନ୍ଦିର ପରିସର

ମନ୍ଦିର ପରିସରରେ ତିନୋଟି ମନ୍ଦିର ସ୍ଥାପିତ ହୋଇଛି । ସବୁଠାରୁ ପୁରାତନ ମନ୍ଦିର ଆଦ୍ୟସ୍ଥାନ ଏକ ଛୋଟ ମନ୍ଦିର ଯାହା ଚାରି ପାଖରେ ଛୋଟ ପତ୍ର ଥିବା ବରଖଡ଼ ଗଛ ବେଢି ରହିଛି ଓ ସେଠାରେ ଦେବୀ ପ୍ରଥମେ ଆବିର୍ଭାବ ହୋଇଥିବା ବିଶ୍ୱାସ କରାଯାଏ । ଏହି ମନ୍ଦିର ପାଖରେ ‘ମଧ୍ୟସ୍ଥାନ’ ନାମକ ଏକ ଛୋଟ ମନ୍ଦିର ଅଛି ଯାହା ବାହାର ପାଖରେ ରୂପା ତାଲା ପଡ଼ିଛି ଓ ଭିତରେ ଦେବୀଙ୍କର ଏକ କଟା ମୂର୍ତ୍ତି ଅଛି । ଏହି ମନ୍ଦିରକୁ ଅଷ୍ଟାଦଶ ଶତାବ୍ଦୀରେ ଫଡନାଭିସ ନାମକ ଜଣେ ମରହଟ୍ଟା ବ୍ୟକ୍ତି ତୋଳେଇଥିଲେ । ୧୭୭୯ ଖ୍ରୀଷ୍ଟାବ୍ଦରେ ବରୋଦାର ମରହଟ୍ଟା ଶାସକଙ୍କ ସାନ ଭାଇ ମାନାଜିରାଓ ଗାଇକୋୱାଡ ମୂଳ ମନ୍ଦିର ପାଖରେ ଏକ ଗୃହ ତିଆରି କରିବାରୁ ଦେବୀ ତାଙ୍କୁ ଏକ ଅର୍ବୁଦ ରୋଗର ଶିକାର ହେବାକୁ ଅଭିଶାପ ଦେଇଥିଲେ । ଅଧୁନା ତୃତୀୟ ମନ୍ଦିରକୁ ମୁଖ୍ୟ ମନ୍ଦିର ମାନ୍ୟତା ଦିଆଯାଇଛି ଯେଉଁଥିରେ କ୍ୱାର୍ଜ କ୍ରିଷ୍ଟାଲ ତିଆରି ବାଲା ଯନ୍ତ୍ର (Bala Yantra) ଅଛି ଯାହା ଦେବୀଙ୍କର ପ୍ରତିନିଧିତ୍ୱ କରୁଛି । ଅଷ୍ଟାଦଶ ଶତାବ୍ଦୀରେ ଫଡାନାଭିସ ତାହାକୁ ତିଆର କରିଥିଲେ । ସନ୍ଥ କପିଲଦେବ ଓ କଲରି ରାଜା ତେଜପାଲଙ୍କର ସେହି ମନ୍ଦିର ତିଆରି କରିବାରେ ଅନୁଦାନ ରହିଛି । ଏହି ମନ୍ଦିରରେ ପ୍ରସ୍ତର କାରୁକାର୍ଯ୍ୟ ଭରି ରହିଛି ଓ କାନ୍ଥ ରଙ୍ଗୀନ ହୋଇଛି । ଏହି ମନ୍ଦିର ବିଷୟରେ ଗୁଜରାଟ ଓ ରାଜସ୍ଥାନ ବାହାର ଲୋକମାନେ ଅଜ୍ଞାତ ଥିଲେ ମଧ୍ୟ ଏହାକୁ ଏକ ଛୋଟ ଶକ୍ତି ପୀଠ ମାନ୍ୟତା ଦିଆଯାଇଛି । ଏଠାକୁ ପ୍ରତିବର୍ଷ ପ୍ରାୟ ୧.୫ ନିୟୁତ ତୀର୍ଥ ଯାତ୍ରୀ ଆସନ୍ତି ।[୯]

ବାହ୍ୟ ଲିଙ୍କ[ସମ୍ପାଦନା]

ଆଧାର[ସମ୍ପାଦନା]

  1. The Great Circle: Journal of the Australian Association for Maritime History (in ଇଂରାଜୀ). New Delhi, India, Asia: Australian Association for Maritime History. 1983. pp. 6: Bahuchara was a deified Charan lady, but the cult which developed around her probably also coalesced with an earlier one centred on a Koli goddess. 45 The main shrines of Bahuchara are located at Bahuchara, 30 miles south of Patan.{{cite book}}: CS1 maint: date and year (link)
  2. Aditi Dharmadhikari (7 May 2015). "Bahuchara Mata's Story: A Hindu Goddess Worshipped By India's Transgender Community".
  3. Jayakar, Pupul (1989). The Earth Mother (in ଇଂରାଜୀ). New Delhi, India, Asia: Penguin Books. pp. 82: Bahuchara and her two sisters were attacked by Bapaiya, a Koli plunderer at Shakatpur. To save themselves from rape and abduction, the sisters killed themselves. Bahuchara cut off her breasts with the sword carried by Charana women and cursed him to be eunuch but she was requested by Koli dacoit and t. ISBN 978-0-14-012352-4.{{cite book}}: CS1 maint: date and year (link)
  4. Yogi Ananda Saraswati (2012-08-20). "Devi: Bahuchara Mata". Retrieved 2015-11-03.
  5. Gopal, Dr Krishna (2003). Fairs and Festivals of India (in ଇଂରାଜୀ). New Delhi, India, Asia: Gyan Publishing House. pp. 112 - 113: When his wife died, Bapal sent his servants to bring his children (Bahuchara and her sister) to Kathiawad from Marwar where they were staying. At Shankhalpur, where they halted for the night, Bapaiya, a Koli plunderer. ISBN 978-81-212-0811-6.{{cite book}}: CS1 maint: date and year (link)
  6. Jayakar, Pupul (1994). The Children of Barren Women: Essays, Investigations, Stories (in ଇଂରାଜୀ). New Delhi, India, Asia: Penguin Books. pp. 44: Bahuchara and her two sisters were attacked by Bapaiya, a Koli plunderer at Shakatpur, To save themselves from rape and abduction, the sisters killed themselves, Bahuchara cut off her breasts with the sword carried by Charana women. ISBN 978-0-14-024068-9.{{cite book}}: CS1 maint: date and year (link)
  7. Jayakar, Pupul (1980). The Earthen Drum: An Introduction to the Ritual Arts of Rural India (in ଇଂରାଜୀ). New Delhi, India: National Museum. pp. 68: Bapaiya Koli begged forgiveness, and the dying Chāraņa girl realizing that the Traga having been called forth could not be recalled, advised Bapaiya to install her as a goddess and worship her image . Bahuchara also promised that any.{{cite book}}: CS1 maint: date and year (link)
  8. Burman, J. J. Roy (2005). Gujarat Unknown: Hindu-Muslim Syncretism and Humanistic Forays (in ଇଂରାଜୀ). New Delhi, India, Asia: Mittal Publications. p. 80. ISBN 978-81-8324-052-9.{{cite book}}: CS1 maint: date and year (link)
  9. "Integrated Development Plan of Bahucharamataji Temple". Revenue Department, Government of Gujarat. Archived from the original on 2011-07-19. Retrieved 2007-11-28.