Jump to content

ବଳରାମ ପୂଜାରୀ

ଉଇକିପିଡ଼ିଆ‌ରୁ
ବଳରାମ ପୂଜାରୀ
ଜନ୍ମ ଓ ଜନ୍ମସ୍ଥାନ(1974-03-21)୨୧ ମାର୍ଚ୍ଚ ୧୯୭୪
କୁଡ଼ୁମୁଲୁଗୁମା, ମାଲକାନଗିରି
ମୃତ୍ୟୁ୧୦ ଅଗଷ୍ଟ ୨୦୨୪(2024-08-10) (ବୟସ ୫୦)
ଜାତୀୟତାଭାରତୀୟ
ଜୀବନସାଥୀପୁଷ୍ପାଞ୍ଜଳି ରଣା
ପିତାମାତାଚନ୍ଦ୍ରଶେଖର ପୂଜାରୀ, ବୃନ୍ଦାବତୀ ପୂଜାରୀ

ବଳରାମ ପୂଜାରୀ (୨୧ ମାର୍ଚ୍ଚ ୧୯୭୪ - ୧୦ ଅଗଷ୍ଟ ୨୦୨୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ସାହିତ୍ୟ ସଂଗଠକ ଥିଲେ । ସେ ମାଲକାନଗିରିର ଡଙ୍ଗର, ବଣଜଙ୍ଗଲ, ଆଦିବାସୀ ଜୀବନଚର୍ଯ୍ୟାକୁ ନେଇ ନିଜ କବିତାରେ ଅନେକ ପରୀକ୍ଷାନିରୀକ୍ଷା କରିଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବଳରାମ, ୨୧ ମାର୍ଚ୍ଚ ୧୯୭୪ ମସିହାରେ ମାଲକାନଗିରି ଜିଲ୍ଲାର କୁଡ଼ୁମୁଲୁଗୁମାଠାରେ ଜନ୍ମଗ୍ରହଣ କରିଥିଲେ । କୁଡ଼ୁମୁଲୁଗୁମା ପଞ୍ଚାୟତ ସମିତି ଅଧିନସ୍ଥ ଦୋରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ମାଲକାନଗିରିର ପ୍ରକୃତି ଓ ପ୍ରକୃତି ସହ ଜଡ଼ିତ ସରଳ ଆଦିବାସୀଙ୍କ ସ୍ୱର ହିଁ ଥିଲା ତାଙ୍କ କବିତାର ସ୍ୱର ।

ରଚନାବଳୀ

[ସମ୍ପାଦନା]
  • ଶବ୍ଦବ୍ରହ୍ମ
  • ଶ୍ୱେତପତ୍ର[]
  • ମାଟିମଗ୍ନା
  • ମେଘଲଗ୍ନା
  • ଈଶ୍ୱରଙ୍କ ଭାଡ଼ି
  • କୋଣ୍ଡାକାମ୍ବେରୁ ଖୁଆଡ଼

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ହର୍ଷିତା ପରିବାର ପକ୍ଷରୁ ମରଣୋତ୍ତର ସମ୍ମାନୀତ ୨୦୨୪
  1. https://dharitriepaper.in/edition/17041/chhutidina/page/4#google_vignette
  2. ପୂଜାରୀ, ବଳରାମ (୨୦୨୪). ଶ୍ୱେତପତ୍ର. ଭୁବନେଶ୍ୱର: ପେନ୍ ଇନ୍ ବୁକ୍ସ. pp. କଭର ପୃଷ୍ଠା. ISBN 978-93-91388-45-4.