ବଲାଙ୍ଗିର ରେଳ ଷ୍ଟେସନ

ଉଇକିପିଡ଼ିଆ‌ରୁ

ବଲାଙ୍ଗିର ରେଳ ଷ୍ଟସନ ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ସଦର ମହକୁମା ବଲାଙ୍ଗିର ସହରରେ ଅବସ୍ଥିତ । ଟିଟଲାଗଡ ସମ୍ବଲପୁର ଲାଇନରେ ଏହି ଷ୍ଟେସନଟି  ଅବସ୍ଥିତ .

ଇତିହାସ [ସମ୍ପାଦନା]

ଭାରତୀୟ ରେଳବାଇଦ୍ୱାରା ୧୯୦୮/୯ ମସିହାରେ ବିଜୟନଗରମ - ପାର୍ବତିପୁରମ୍ ଯାଏ ୭୯ କିଲୋମିଟର ରେଳପଥ ଯାତାୟତ ପାଇଁ ଖୋଲା ଗଲା।  ତାହା ପରେ ୧୯୩୧ରେ ପାର୍ବତିପୁରମ୍- ରାୟପୁର ଲିନେ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ୧୯୬୦ରେ ଭାରତୀୟ ରେଳ ବିଭାଗଦ୍ୱାରା ୩ଟି ପ୍ରକଳ୍ପ କୋଟ୍ଟଭାଲସା - କିରାଣ୍ଡୁଳ , ଟିଟିଲାଗଡ- ଝାରସୁଗୁଡା , ଓ ରାଉରକେଲା - କିରିନୁରୁ ପ୍ରକଳ୍ପର ପରଯୋଜନା କରାଯାଇ ସେ ସବୁକୁ DKB ବା ଦଣ୍ଡକାରଣ୍ୟ ବଲାଙ୍ଗିର କିରିବୁରୁ ପ୍ରକଳ୍ପ କୁହାଗଲା । ଏଠି ମଧ୍ୟରୁ ସମ୍ବଲପୁର - ଟିଟିଲାଗଡ ଅଂଶ ୧୯୬୩ରେ ସମ୍ପୂର୍ଣ୍ଣ  ହୋଇ ଟ୍ରେନ ଚଳାଚଳ ହେଲା ।  

ରେଳବାଇ ପୁନଃ ସଂଗଠନ [ସମ୍ପାଦନା]

ପୂର୍ବରୁ ବେସରକାରୀ ଭାବେ ଚାଲୁଥିବା ବେଙ୍ଗଲ ନାଗପୁର ରେଳବାଇ ୧୯୪୪ରେ ଜାତୀୟକରଣ ହେଇ ଭାରତୀୟ ରଲ ବିଭାଗର ପୂର୍ବ- ରେଳବାଇ ଭାବରେ କାର୍ଯ୍ୟ କଳା। ପରେ ଏଥିରୁ ଦକ୍ଷିଣ ପୂର୍ବ ଡିଭିଜନ ସୃଷ୍ଟି କରାଗଲା। ଏତତ୍ ପରେ ପୂର୍ବ ତଟ ରେଳବାଇ , ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇ ମଧ୍ୟ ସୃଷ୍ଟ ହେଲା । 

ଖୋର୍ଦ୍ଧା ବଲାଙ୍ଗିର ରେଳ ଲିଙ୍କ [ସମ୍ପାଦନା]

୧୯୪୫ରେ ସର୍ଭେ ହେଇଥିବା ବଲାଙ୍ଗିର - ଖୋର୍ଦ୍ଧା ରେଳ ପଥ ସଂଯୋଗ ପାଇଁ ସ୍ୱୀକୃତି ୧୯୯୪/୯୫ରେ ମିଳିଲା। ୨୮୯ କିଲୋମିଟର ଦୀର୍ଘ ଏହି ରେଲପଥରୁ   ଖୋର୍ଦ୍ଧାରୁ ରାଜସୁନାଖଳା ଯାଏ ୪୧.୫ କିଲୋମିଟର ରେଳପଥର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ନୟାଗଡ , ବୌଦ , ସୋନପୁର ପରି ଅଞ୍ଚଳ ସହ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସହ ରେଳ ସଂଯୋଗ ହେଇପାରିବ । 

ବୈଦ୍ୟୁତିକରଣ [ସମ୍ପାଦନା]

ଟିଟିଲାଗଡରୁ ଝାରସୁଗୁଡା ଯାଏ ଲାଇନର ବିଦ୍ୟୁତିକରଣ କାର୍ଯ୍ୟ ୨୦୧୨/୧୩ରୁ ଚଳୁଛି । 

ଆଧାର [ସମ୍ପାଦନା]