ବରଦାବିନାୟକ
ବରଦାବିନାୟକ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Raigad district |
ଦେବାଦେବୀ | ପ୍ରଭୁ ଅଷ୍ଟବିନାୟକ |
Location | |
ସ୍ଥାନ | Mhad village situated in Khalapur taluka near Karjat and Khopoli |
State | Maharashtra |
Country | India |

ବରଦାବିନାୟକ ବା ବରଦବିନାୟକ ହିନ୍ଦୁ ଠାକୁର ଗଣେଶଙ୍କର ଅଷ୍ଟବିନାୟକ (Ashtavinayak) ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ । ଭାରତର ମହାରାଷ୍ଟ୍ରରେ ଥିବା ରାୟଗଡ଼ ଜିଲ୍ଲାର ଖଲପୁର ତାଲୁକାରେ ଥିବା ମାଁଡ଼ ଗ୍ରାମରେ ଏହି ମନ୍ଦିର ଅବସ୍ଥିତ ।[୧][୨] ମନ୍ଦିରଟି ୧୭୨୫ ମସିହାରେ ପେଶୱା ଜେନେରାଲ ରାମଜୀ ମହାଦେବ ବିୱାଲକର (Ramji Mahadev Biwalkar) ତୋଳେଇ ଥିଲେ ।
୧୬୯୦ ମସିହାରେ ଗଣେଶଙ୍କ ସ୍ୱୟମ୍ଭୁ ବିଗ୍ରହ ପାଖ ପୁଷ୍କରିଣୀରେ ବୁଡ଼ିଥିବା ଅବସ୍ଥାରେ ମିଳିଥିଲା । ଗୋଟିଏ ସୁନ୍ଦର ପୋଖରୀର କୂଳରେ ଏହି ମନ୍ଦିର ଅଛି । ଏଥିରେ ଥିବା ଗଣେଶ ମୂର୍ତ୍ତିଙ୍କ ମୁଖ ପୂର୍ବ ଦିଗକୁ ଅଛି ଓ ତାଙ୍କ ଥୋଡ଼ ବାମ ଦିଗକୁ ଅଛି । ସେଠାରେ ଥିବା ତୈଳ ପ୍ରଦୀପ ୧୮୯୨ ମସିହାରୁ ବରାବର ଜଳୁଛି । ପ୍ରତି ଦିନ ଏହି ମନ୍ଦିରକୁ ହଜାର ହଜାର ଭକ୍ତ ଦୈନିକ ଦର୍ଶନ କରିବାକୁ ଆସନ୍ତି । ମାଘ ଚତୁର୍ଥି ଭଳି ପର୍ବରେ ଏଠାରେ ଅସମ୍ଭବ ଭିଡ଼ ହୁଏ ।
କିମ୍ବଦନ୍ତୀ
[ସମ୍ପାଦନା]କିମ୍ବଦନ୍ତୀ ଅନୁସାରେ ଥରେ କୋଉଦିନୟପୁରର ନିଃସନ୍ତାନ ରାଜା ଭୀମ ଓ ତାଙ୍କ ପତ୍ନୀ ଜଙ୍ଗଲକୁ ତପସ୍ୟା କରିବା ପାଇଁ ଆସି ବିଶ୍ୱାମିତ୍ରଙ୍କୁ ଭେଟକରିଥିଲେ । ବିଶ୍ୱାମିତ୍ର ତାଙ୍କୁ ମନ୍ତ୍ର ଦେଇ ଜପ କରିବାକୁ ଉପଦେଶ ଦେଲେ ଓ ଏହା ଫଳରେ ତାଙ୍କର ରୁକ୍ମଗଣ୍ଡ ନାମକ ଏକ ପୁତ୍ର ଓ ଦାୟାଦ ଜାତ ହେଲେ । ସେହି ପୁତ୍ର ବଡ଼ ହୋଇ ଏକ ସୁନ୍ଦର ଯୁବକ ହେଲେ । ରାଜପୁତ୍ର ଦିନେ ଶିକାର କରିବାକୁ ଯାଇ ଋଷି ବଚକନଭିଙ୍କ ଆଶ୍ରମରେ ପହଞ୍ଚିଲେ । ଋଷିଙ୍କ ପତ୍ନୀ ମୁକୁନ୍ଦ ରାଜପୁତ୍ରଙ୍କ ସୌନ୍ଦର୍ଯ୍ୟରେ ପ୍ରେମାସକ୍ତ ହୋଇ କାମନା ପୂର୍ତ୍ତି ନିମନ୍ତେ ଅନୁରୋଧ କଲେ । ରାଜପୁତ୍ର କିନ୍ତୁ ଅତି ସାଧୁ ଥିଲେ ଓ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଆଶ୍ରମ ତ୍ୟାଗ କରି ଚାଲିଗଲେ । ଇନ୍ଦ୍ର ଦେବ ସେହି ମହିଳାଙ୍କ ଅବସ୍ଥା ଦେଖି ରୁକ୍ମଗଣ୍ଡ ବେଶ ଧରିଲେ ଓ ତାଙ୍କର କାମନା ପୂରଣ କଲେ । ମୁକୁନ୍ଦ ଗର୍ଭବତୀ ହୋଇ ଗ୍ରିତସମଦ ନାମକ ଏକ ପୁତ୍ର ଜାତ କଲେ ।
ସେହି ପୁତ୍ର ସମୟକ୍ରମେ ତାଙ୍କ ଜନ୍ମ ବୃତ୍ତାନ୍ତ ଜାଣିପାରି ତାଙ୍କ ମାତାଙ୍କୁ ଏକ ଭୋର ଗଛରେ ପରିଣତ ହେବାକୁ ଅଭିଶାପ ଦେଲେ । ମୁକୁନ୍ଦ ମଧ୍ୟ ନିଜ ପୁଅଙ୍କୁ ଏକ ରାକ୍ଷସ ପୁତ୍ର ଜାତ କରିବାକୁ ଅଭିଶାପ ଦେଲେ । ଏତିକିବେଳେ ଗ୍ରିତସମଦ ଇନ୍ଦ୍ର ପୁତ୍ର ହୋଇଥିବା ସ୍ୱର୍ଗବାଣୀ ହେଲା । ତେଣୁ ଦୁହେଁ ଅବାକ ହୋଇଗଲେ କିନ୍ତୁ ଅଭିଶାପ ତ ଫଳିବା କଥା ଫଳିଲା । ଗ୍ରିତସମଦ ଅପମାନିତ ଓ ପଶ୍ଚାତ୍ତାପରେ ଦଗ୍ଧ ହୋଇ ପୁଷ୍ପକ ଜଙ୍ଗଲକୁ ଯାଇ ଗଣେଶଙ୍କୁ ପ୍ରାର୍ଥନା କଲେ ।
ଗ୍ରିତସମଦଙ୍କ ତପସ୍ୟାରେ ଗଣେଶ ସନ୍ତୁଷ୍ଟ ହୋଇ ପୁତ୍ର ଲାଭ କରିବାକୁ ଏକ ବର ଦେଲେ ଯାହାକୁ ଶଙ୍କରଙ୍କ ବ୍ୟତୀତ ଆଉ କେହି ହରେଇ ପାରିବେନି । ସେହି ଜଙ୍ଗଲକୁ ଆଶୀର୍ବାଦ କରିବାକୁ ଗ୍ରିତସମଦ ଗଣେଶଙ୍କୁ ଅନୁରୋଧ କଲେ । ସେଠାରେ ଭକ୍ତଙ୍କ ପ୍ରାର୍ଥନା ସର୍ବଦା ଫଳବତୀ ହେବାକୁ କହି ଗଣେଶଙ୍କୁ ସ୍ଥାୟୀ ସେଠାରେ ଭାବରେ ରହିବାକୁ ଅନୁରୋଧ କରିଥିଲେ । ଆଉ ମଧ୍ୟ ବ୍ରହ୍ମ ଜ୍ଞାନ ଦେବାକୁ କହିଥିଲେ । ଗ୍ରିତସମଦ ସେଠାରେ ଗୋଟିଏ ମନ୍ଦିର ତୋଳେଇଦେଲେ ଯାହାକ ବରଦାବିନାୟକ ନାମିତ ହେଲା । ସେହି ଜଙ୍ଗଲ ଏବେ ଭଦ୍ରକ ଭାବରେ ପରିଚିତ । ମାଘ ଚତୁର୍ଥୀ ଦିନ ଯିଏ ସେଠାର ନଡ଼ିଆ ପ୍ରସାଦ ସେବନ କରିବ, ତାର ଏକ ପୁତ୍ର ସନ୍ତାନ ହେବ, ଏହି କଥା ଶୁଣାଯାଏ । ମାଘି ଉତ୍ସବରେ ଏହି ମନ୍ଦିର ଜନାକୀର୍ଣ୍ଣ ହୋଇଯାଏ ।
ମନ୍ଦିର
[ସମ୍ପାଦନା]୧୬୯୦ ମସିହାରେ ଗଣେଶଙ୍କ ସ୍ୱୟମ୍ଭୁ ବିଗ୍ରହ ପାଖ ପୁଷ୍କରିଣୀରେ ବୁଡ଼ିଥିବା ଅବସ୍ଥାରେ ମିଳିଥିଲା । ଗୋଟିଏ ସୁନ୍ଦର ପୋଖରୀର କୂଳରେ ଏହି ମନ୍ଦିର ଅଛି । ଏଥିରେ ଥିବା ଗଣେଶ ମୂର୍ତ୍ତିଙ୍କ ମୁଖ ପୂର୍ବ ଦିଗକୁ ଅଛି ଓ ତାଙ୍କ ଥୋଡ଼ ବାମ ଦିଗକୁ ଅଛି । ସେଠାରେ ଥିବା ତୈଳ ପ୍ରଦୀପ ୧୮୯୨ ମସିହାରୁ ବରାବର ଜଳୁଛି । ପ୍ରତି ଦିନ ଏହି ମନ୍ଦିରକୁ ହଜାର ହଜାର ଭକ୍ତ ଦୈନିକ ଦର୍ଶନ କରିବାକୁ ଆସନ୍ତି । ଏଠାରେ ଏକ ମୂଷିକ, ନବଗ୍ରହ, ଓ ଶିବଲିଙ୍ଗ ଅଛି । ଏଠାରେ ଭକ୍ତ ବ୍ୟକ୍ତିଗତ ଭାବରେ ଗର୍ଭଗୃହକୁ ଯାଇ ମୂର୍ତ୍ତିଙ୍କୁ ସମ୍ମାନ ପ୍ରଦର୍ଶନ କରିପାରନ୍ତି । ସେଠାକୁ ବର୍ଷ ସାରା ଯାଇ ପରିଦର୍ଶନ କରିହୁଏ ।
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Grewal, Royina (20 ଜୁଲାଇ 2009). Book of Ganesha (in ଇଂରାଜୀ). Penguin UK. ISBN 978-93-5118-091-3.
- ↑ Kundu, Mousumi. WeaverMag Volume 8 | Edition | Monomousumi Services (in ଇଂରାଜୀ). Monomousumi Services.