ବମ୍ବେ ଉଚ୍ଚ ନ୍ୟାୟାଳୟ
ବମ୍ବେ ଉଚ୍ଚ ନ୍ୟାୟାଳୟ | |
| ସ୍ଥାପିତ | 14 ଅଗଷ୍ଟ 1862 |
|---|---|
| ଭୌଗଳିକ ଦିଗବାରେଣି | 18°55′52.26″N 72°49′49.66″E / 18.9311833°N 72.8304611°E |
| ସଂରଚନା | Presidential with confirmation of Chief Justice of India and Governor of respective state. |
| ଅଧିକାର ପ୍ରାପ୍ତ | Constitution of India |
| ବିଚାରପତି କାର୍ଯ୍ୟକାଳ | Mandatory retirement at age 62 |
| ସଦସ୍ଯତା ସଂଖ୍ଯା | 94 (71 permanent, 23 additional) |
| Website | Official website |
| Chief Justice | |
| ବର୍ତ୍ତମାନ | Alok Aradhe |
| ନିଯୁକ୍ତି ଦିନ | 21 January 2025 |
ବମ୍ବେ ଉଚ୍ଚ ନ୍ୟାୟାଳୟ (ମୁମ୍ବାଇ ଉଚ୍ଚ ନ୍ୟାୟାଳୟ) ହେଉଛି ଭାରତର ମହାରାଷ୍ଟ୍ର ଓ ଗୋଆ ରାଜ୍ୟ ଏବଂ ଦାଦ୍ରା ଓ ନଗର ହାବେଳୀ ଓ ଡାମନ ଓ ଡିଉ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଉଚ୍ଚ ନ୍ୟାୟାଳୟ । ଏହି ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇ (ପୂର୍ବତନ ନାମ ବମ୍ବେ) ରେ ଅବସ୍ଥିତ ଓ ଏହା ଭାରତର ସବୁଠାରୁ ପୁରୁଣା ଉଚ୍ଚ ନ୍ୟାୟାଳୟମାନଙ୍କ ମଧ୍ୟରୁ ଗୋଟିଏ । ଏହି ଉଚ୍ଚ ନ୍ୟାୟାଳୟର ମହାରାଷ୍ଟ୍ରର ନାଗପୁର ଓ ଔରଙ୍ଗାବାଦ ଓ ଗୋଆର ପୋର୍ଭୋରିମ ରେ ଭ୍ରମଣ କେନ୍ଦ୍ର (ସର୍କିଟ୍ ବେଞ୍ଚ୍) ଅଛି ।[୧]
ସ୍ୱାଧୀନତା ପରେ ଭାରତର ପ୍ରଥମ ମୁଖ୍ୟ ନ୍ୟାୟାଧୀଶ, ଅଟର୍ଣି ଜେନେରାଲ୍ ଓ ସୋଲିସିଟର୍ ଜେନେରାଲ୍ ଏହି ନ୍ୟାୟାଳୟରୁ ହିଁ ଥିଲେ । ସ୍ୱାଧୀନତା ପରେ ଏହି ଉଚ୍ଚ ନ୍ୟାୟାଳୟର ୨୨ ଜଣ ନ୍ୟାୟାଧୀଶ ସୁପ୍ରିମ କୋର୍ଟକୁ ବଦଳି ହୋଇ ଯାଇଛନ୍ତି ଓ ୮ ଜଣ ଭାରତର ମୁଖ୍ୟ ନ୍ୟାୟାଧୀଶ ହିସାବରେ ନିଯୁକ୍ତ ହୋଇଛନ୍ତି ।
ଏହି ନ୍ୟାୟାଳୟର ପ୍ରାଥମିକ ଓ ଅପିଲ୍ ଏହିଭଳି ଦୁଇଧରଣର ଅଧିକାର ରହିଅଛି । ଏହି ନ୍ୟାୟାଳୟର ରାୟ ବିରୁଦ୍ଧରେ କେବଳ ଭାରତର ସୁପ୍ରିମ କୋର୍ଟରେ ଅପିଲ୍ କରିପାରିବେ। ବମ୍ବେ ଉଚ୍ଚ ନ୍ୟାୟାଳୟର ମୋଟ ନ୍ୟାୟାଧୀଶ ସଂଖ୍ୟା ୯୪ (୭୧ ଅସ୍ଥାୟୀ ଓ ୨୩ ଅତିରିକ୍ତ)। ଏହି ଭବନ ୨୦୧୮ ମସିହାରେ ୱର୍ଲ୍ଡ ହେରିଟେଜ୍ ସାଇଟ୍ ତାଲିକାରେ ସାମିଲ୍ ହୋଇଥିବା "ଦ ଭିକ୍ଟୋରିୟନ୍ ଏଣ୍ଡ ଆର୍ଟ ଡେକୋ ଇନସେମ୍ବଲ୍ ଅଫ୍ ମୁମ୍ବାଇ" ର ଏକ ଅଂଶ ।[୨]
୨୦୨୫ ମସିହା ପର୍ଯ୍ୟନ୍ତ, ଏହି ନ୍ୟାୟାଳୟରେ କେବଳ ୫୨ ଅସ୍ଥାୟୀ ଓ ୧୬ ଅତିରିକ୍ତ ନ୍ୟାୟାଧୀଶ ଉପଲବ୍ଧ ଥିଲେ ।
ଇତିହାସ
[ସମ୍ପାଦନା]ବମ୍ବେ ଉଚ୍ଚ ନ୍ୟାୟାଳୟ ୧୪ ଅଗଷ୍ଟ ୧୮୬୨ ରେ ରାଣୀ ଭିକ୍ଟୋରିଆଙ୍କ ଦ୍ୱାରା ୨୬ ଜୁନ୍ ୧୮୬୨ରେ ଜାରି ହୋଇଥିବା ଲେଟର୍ସ ପେଟେଣ୍ଟ ଦ୍ୱାରା ଭାରତ ଉଚ୍ଚ ନ୍ୟାୟାଳୟ ଆଇନ୍ ୧୮୬୧ ଅନୁଯାୟୀ ସ୍ଥାପିତ ହୋଇଥିଲା । ଏହା ତତକାଳୀନ ଭାରତର ପ୍ରେସିଡେନ୍ସି ସହରରେ ସ୍ଥାପିତ ତିନୋଟି ପ୍ରଥମ ଉଚ୍ଚ ନ୍ୟାୟାଳୟ ମଧ୍ୟରୁ ଅନ୍ୟତମ; ଅନ୍ୟଦୁଇଟି ହେଉଛି କଲିକତା ଓ ମାଦ୍ରାସ ।
ବର୍ତ୍ତମାନ ଯେଉଁ ଭବନରେ ଏହି ଉଚ୍ଚ ନ୍ୟାୟାଳୟ ଅବସ୍ଥିତ, ତାହାର କାମ ଏପ୍ରିଲ ୧୮୭୧ ରେ ଆରମ୍ଭ ହୋଇ ନଭେମ୍ବର ୧୮୭୮ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ଭବନ ବ୍ରିଟିଶ୍ ଇଞ୍ଜିନିୟର୍ କର୍ଣ୍ଣଲ୍ ଜେମ୍ସ ଏ. ଫୁଲର୍ ଦ୍ୱାରା ଡିଜାଇନ୍ କରାଯାଇଥିଲା । ଏହି ଭବନ ଗୋଥିକ୍ ରିଭାଇଭାଲ୍ ଶୈଳୀରେ, ଅର୍ଲି ଇଂଲିଶ୍ ଶୈଳୀ ଅନୁସାରେ ନିର୍ମିତ । ଏହା ୫୬୨ ଫୁଟ୍ (୧୭୧ ମିଟର) ଲମ୍ବା ଓ ୧୮୭ ଫୁଟ୍ (୫୭ ମିଟର) ଚଉଡ଼ା । ମଧ୍ୟବର୍ତ୍ତୀ ଟାୱାର୍ ର ପଶ୍ଚିମ ଭାଗରେ ଦୁଇଟି ଅଷ୍ଟକୋଣୀ ଟାୱାର୍ ଅଛି । ଏହି ଭବନର ଉପରେ ନ୍ୟାୟ ଓ କୃପାର ମୂର୍ତ୍ତି ରହିଛି । ଏହି ଭବନରେ ପ୍ରଥମ ବାର ଅଧିବେଶନ ୧୦ ଜାନୁଆରୀ ୧୮୭୯ରେ ହୋଇଥିଲା ।
ସ୍ୱାଧୀନତା ପରେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟର ପ୍ରଥମ ଭାରତୀୟ ଅସ୍ଥାୟୀ ମୁଖ୍ୟ ନ୍ୟାୟାଧୀଶ ଥିଲେ ନ୍ୟାୟମୂର୍ତ୍ତି ଏମ୍. ସି. ଛାଗ୍ଲା (୧୯୪୮–୧୯୫୮)।
ନ୍ୟାୟାଳୟର ନାମ
[ସମ୍ପାଦନା]ଯଦିଓ ସହରର ନାମ ୧୯୯୫ ମସିହାରେ ବମ୍ବେ ରୁ ମୁମ୍ବାଇ କରାଯାଇଥିଲା, ଉଚ୍ଚ ନ୍ୟାୟାଳୟ ନାମରେ ତାହା ପରିବର୍ତ୍ତନ କରିନଥିଲା ଓ ଆଜିଯାଏ ପୁରୁଣା ନାମ "Bombay High Court" ନାମ ବ୍ୟବହାର କରାଯାଉଛି । ୫ ଜୁଲାଇ ୨୦୧୬ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଦ୍ୱାରା ଏହି ନ୍ୟାୟାଳୟ ଓ ଅନ୍ୟ ଦୁଇଟି ଯଥା "Calcutta High Court" କୁ "Kolkata High Court" ଓ "Madras High Court" କୁ "Chennai High Court" ନାମ ପରିବର୍ତ୍ତନ ପାଇଁ ବିଧେୟକ ପ୍ରମାଣିତ ହେଲେ ମଧ୍ୟ, ଏହା ପାର୍ଲିଆମେଣ୍ଟର ସମ୍ମତି ପାଇଁ ଅପେକ୍ଷାରେ ଅଛି ।
ଆଧାର
[ସମ୍ପାଦନା]- ↑ "History Of High Court of Bombay". bombayhighcourt.nic.in. Retrieved 2025-07-06.
- ↑ https://bombayhighcourt.nic.in/index.php
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |