ବନ୍ଦନା ଲୁଥ୍ରା

ଉଇକିପିଡ଼ିଆ‌ରୁ
(ବନ୍ଦନା ଲୁଥାରାରୁ ଲେଉଟି ଆସିଛି)
ବନ୍ଦନା ଲୁଥ୍ରା
ଜନ୍ମ1959
ବୃତ୍ତିEntrepreneur
TitleFounder, VLCC
ବୈବାହିକ-ସାଥୀମୁକେଶ ଲୁଥ୍ରା (married 1980–present)
ସନ୍ତାନ୨ଟି ଝିଅ
ପୁରସ୍କାରPadma Shri
Woman Entrepreneur Award
FICCI Successful Business Woman Award
Amity Woman Achievers Award
Outstanding Business Woman Award
Rajeev Gandhi Women Achiever Award
ୱେବସାଇଟOfficial website of VLCC

ବନ୍ଦନା ଲୁଥ୍ରା (ଜନ୍ମ: ୧୨ ଜୁଲାଇ ୧୯୫୯) ଜଣେ ଭାରତୀୟ ଉଦ୍ୟୋଗୀ ଏବଂ VLCC ହେଲଥ କେୟାର ଲିମିଟେଡର ପ୍ରତିଷ୍ଠାତା ଅଟନ୍ତି,[୧] ଯାହା ଏସିଆ, ଜିସିସି ଓ ଆଫ୍ରିକାରେ ପ୍ରତିନିଧିତ୍ୱ କରୁଥିବା ଏକ ସୌନ୍ଦର୍ଯ୍ୟ ଏବଂ ସୁସ୍ଥତା ସମ୍ମିଳନୀ ଅଟେ । [୨] ସେ ୨୦୧୪ ମସିହାରେ ବିୟୁଟି ଆଣ୍ଡ ୱେଲନେସ୍ ସେକ୍ଟର ସ୍କିଲର ପ୍ରଥମ କାଉନସିଲର ଚେୟାରମ୍ୟାନ ଭାବରେ ନିଯୁକ୍ତ ହୋଇଥିଲେ । ଏହାକୁ ଭାରତ ସରକାର ସମର୍ଥନ କରନ୍ତି ଏବଂ ସୌନ୍ଦର୍ଯ୍ୟ ଶିଳ୍ପ ପାଇଁ ଦକ୍ଷତା ତାଲିମ ପ୍ରଦାନ କରନ୍ତି ।[୩]

ପ୍ରାଥମିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ବନ୍ଦନା ଲୁଥ୍ରା ୧୯୫୯ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ମେକାନିକାଲ ଇଞ୍ଜିନିୟର ଓ ମାତା ଜଣେ ଆୟୁର୍ବେଦିକ ଡାକ୍ତର ଥିଲେ ଯିଏ ଅମର ଜ୍ୟୋତି ନାମକ ଏକ ଦାନକାରୀ ସଂସ୍ଥା ଚଳାଉଥିଲେ । ଏହା ବନ୍ଦନାଙ୍କୁ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବା ପାଇଁ ପ୍ରେରଣା ଦେଇଥିଲା । ତେଣୁ ନୂଆଦିଲ୍ଲୀରେ ମହିଳାମାନଙ୍କ ପାଇଁ ପଲିଟେକ୍ନିକରୁ ସ୍ନାତକ ହାସଲ କରିବା ପରେ ସେ ୟୁରୋପ ଯାଇ ସୌନ୍ଦର୍ଯ୍ୟ, ପୁଷ୍ଟିକର ଖାଦ୍ୟ ଓ ଚର୍ମର ଯତ୍ନ ବିଷୟରେ ପାରଦର୍ଶିତା ଲାଭ କରିଥିଲେ ।[୪]

ଭିଏଲସିସି[ସମ୍ପାଦନା]

ଲୁଥ୍ରା , ନୂଆଦିଲ୍ଲୀର ସଫଦରଜୁଙ୍ଗ ଡେଭଲପମେଣ୍ଟ ଏରିଆରେ ଏକ ସୌନ୍ଦର୍ଯ ଏବଂ ସୁସ୍ଥତା ସେବା କେନ୍ଦ୍ର ଭାବେ ୧୯୮୯ ମସିହାରେ ଭିଏଲସିସି ଆରମ୍ଭ କରିଥିଲେ । ଏହି କେନ୍ଦ୍ର ଖାଦ୍ୟପେୟ ପରିବର୍ତ୍ତନ , ବ୍ୟାୟାମ ନିୟମ ଓ ଓଜନ ପରିଚାଳନା କାର୍ଯ୍ୟକ୍ରମ ଉପରେ ଆଧାରିତ ଥିଲା ।[୫] ଭିଏଲସିସିର ଏକ ଶକ୍ତିଶାଳୀ ଜାତୀୟ ଏବଂ ଆନ୍ତର୍ଜାତୀୟ ଉପସ୍ଥିତି ରହିଛି ।

ମାନବ ପ୍ରେମୀ[ସମ୍ପାଦନା]

ଲୁଥ୍ରା ଏନଜିଓ "ଖୁସୀ"ର କୁଳପତି, ଯାହାର ଏକ ଟେଲି ମେଡିସିନ କେନ୍ଦ୍ର , ୩୦୦୦ ପିଲାଙ୍କୁ ମଧ୍ୟାହ୍ନ ଭୋଜନର ସୁବିଧା ସହ ଏକ ପ୍ରତିକାର ବିଦ୍ୟାଳୟ ଏବଂ ଏକ ବୃତ୍ତିଗତ ତାଲିମ ସୁବିଧା ରହିଛି । ସେ "ମୋରାଜୀ ଦେଶାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ " ଯୋଗ ତଥା ପରିଚାଳନା ମନ୍ତ୍ରୀ ଏବଂ ଭାରତର ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟଦ୍ୱାରା ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା ଉପରେ ଗଠିତ ଉପ-କମିଟିର ସଦସ୍ୟ ଅଟନ୍ତି ।

ପୁରସ୍କାର ଏବଂ ସ୍ୱୀକୃତି[ସମ୍ପାଦନା]

ଲୁଥ୍ରା ବାଣିଜ୍ୟ ଏବଂ ଶିଳ୍ପରେ ଅବଦାନ ପାଇଁ ୨୦୧୩ ମସିହାରେ ପଦ୍ମଶ୍ରୀ (ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ) ସମେତ ଉତ୍କର୍ଷ ତଥା ଉଦ୍ୟୋଗୀତା ପାଇଁ ଅନେକ ପୁରସ୍କାର ଗ୍ରହଣ କରିଛନ୍ତି ।[୬]

ଆଧାର[ସମ୍ପାଦନା]

  1. "VLCC". VLCC. 2014. Retrieved 19 October 2014.
  2. "BBC Interview of VLCC Founder & Mentor Vandana Luthra". BBC World News - YouTube video. 18 October 2013. Retrieved 19 October 2014.
  3. "Anti-Obesity Entrepreneur Vandana Luthra Debuts On Asia's Power Businesswomen 2016 List". dropout dudes (in ଆମେରିକୀୟ ଇଂରାଜୀ). 2017-11-27. Retrieved 2020-05-07.
  4. "The queen of wellness in India – Dr Vandana Luthra". Inventiva.
  5. "After-hours with the boss: Vandana Luthra". Live Mint.
  6. "Padma 2013". The Hindu. 26 January 2013. Retrieved 10 October 2014.