Jump to content

ବତ୍ରିଶ ସିଂହାସନ

ଉଇକିପିଡ଼ିଆ‌ରୁ
1. Vikramaditya Memorial, Ujjain

ବତ୍ରିଶ ସିଂହାସନ (संस्कृत:सिंहासन द्वात्रिंशिका, विक्रमचरित)ଏକ ଭାରତୀୟ ଲୋକକଥା ସଂଗ୍ରହ ଅଟେ । ଏହି ଶୀର୍ଷକର ଅର୍ଥ ହେଉଛି — “ସିଂହାସନର ବରିଶ(୩୨)ଟି କଥା” । ଉପଲବଧ ତଥ୍ୟ ଅନୁସାରେ, ୧୧ଶ ଶତାବ୍ଦୀର ରାଜା ଭୋଜ ଏକ ଦିନ ପ୍ରାଚୀନ ପୌରାଣିକ ରାଜା ବିକ୍ରମାଦିତ୍ୟଙ୍କ ସିଂହାସନ ଆବିଷ୍କାର କରନ୍ତି । ସେହି ସିଂହାସନରେ ୩୨ଟି ମୂର୍ତ୍ତି ଥିଲା, ଯେଉଁମାନେ ଅସଲରେ ପୂର୍ବଜନ୍ମରେ ଅପସରାମାନେ ଥିଲେ, ଏବଂ ଏକ ଶାପର କାରଣରୁ ସେମାନେ ପାଥରରେ ପରିଣତ ହୋଇଯାଇଥିଲେ । ପ୍ରତ୍ୟେକ ଅପସରା ରାଜା ଭୋଜଙ୍କୁ ବିକ୍ରମାଦିତ୍ୟଙ୍କ ଜୀବନ ଓ ସାହସିକ କାର୍ଯ୍ୟ ସମ୍ବନ୍ଧୀୟ ଗୋଟିଏ ଗୋଟିଏ କଥା କହିଥିଲେ, ଯାହା ମାଧ୍ୟମରେ ସେ ଭୋଜଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଯେ ସେ ବିକ୍ରମାଦିତ୍ୟଙ୍କ ପରି ଯୋଗ୍ୟ ନୁହଁନ୍ତି ଏହି ସିଂହାସନରେ ବସିବାକୁ ।[] ଏହାର ମୂଳ ଗ୍ରନ୍ଥ ସଂସ୍କୃତରେ ରଚିତ ହୋଇଥିଲା ଓ ତାହାକୁ ସିଂହାସନ ଦ୍ୱାତ୍ରିଂଶିକା (Siṃhāsana Dvātriṃśikā) ବୋଲି କୁହାଯାଉଥିଲା ।[]

ଲୋକକଥା

[ସମ୍ପାଦନା]

ବତ୍ରିଶ ସିଂହାସନ ଓ ବିକ୍ରମାଦିତ୍ୟ

[ସମ୍ପାଦନା]

ପ୍ରାଚୀନ ଭାରତର ସବୁଠୁ ପ୍ରବଳ ଓ ଶକ୍ତିଶାଳୀ ରାଜାମାନଙ୍କ ମଧ୍ୟରେ ଜଣେ ଥିଲେ ଚକ୍ରବର୍ତୀ ମହାରାଜା ବିକ୍ରମାଦିତ୍ୟ । ସେ ପ୍ରାୟ ୨୦୬୬ ବର୍ଷ ପୂର୍ବରୁ ଶାସନ କରିଥିଲେ । ସେ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ଗୁପ୍ତ ବଂଶର ଅଧୀନ ଥିବା କଳିଙ୍ଗ ରାଜ୍ୟର ରାଜା ଥିଲେ, ଯାହାର ରାଜଧାନୀ ଉଜ୍ଜୟିନୀ ନଦୀ ଶିପ୍ରାର କୂଳରେ ଥିଲା । ରାଜା ବିକ୍ରମାଦିତ୍ୟ ତାଙ୍କ ସାହସ, ପରାକ୍ରମ ଓ ଉଦାର ସ୍ୱଭାବ ପାଇଁ ପ୍ରସିଦ୍ଧ ଥିଲେ । ଲୋକେ ତାଙ୍କୁ ଭଲ ପାଉଥିଲେ କାରଣ ସେ ସଦା ନ୍ୟାୟପୂର୍ଣ୍ଣ ନିର୍ଣ୍ଣୟ ପ୍ରଦାନ କରୁଥିଲେ ।[]

ବିକ୍ରମାଦିତ୍ୟଙ୍କ ନ୍ୟାୟବିବେକ ଓ ଯଥାର୍ଥ ନ୍ୟାୟଦାନ ଶକ୍ତିରେ ପ୍ରଭାବିତ ହୋଇ, ବ ଇନ୍ଦ୍ରଦେବ ତାଙ୍କୁ ସ୍ୱର୍ଗକୁ ଆମନ୍ତ୍ରଣ କଲେ ଦେବମାନଙ୍କ ମଧ୍ୟରେ ଥିବା ଏକ ବିବାଦର ନ୍ୟାୟ କରିବା ପାଇଁ । ଦିନକର କଥା । ସ୍ୱର୍ଗରେ ଅପସରା ଉର୍ବଶୀ ଓ ରମ୍ଭାଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ହେଉଥିଲା । ସେମାନେ ସ୍ୱର୍ଗର ସବୁଠୁ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ଥିଲେ । ଇନ୍ଦ୍ର କହିଲେ — “ବିକ୍ରମାଦିତ୍ୟ, ତୁମେ ବିଚାରକ ଭାବେ ନିଷ୍ପତ୍ତି ଦିଅ, ଏହି ଦୁଇଜଣ ମଧ୍ୟରେ କିଏ ଶ୍ରେଷ୍ଠ ନୃତ୍ୟାଙ୍ଗନା ।” ବିକ୍ରମାଦିତ୍ୟ ଉର୍ବଶୀ ଓ ରମ୍ଭାଙ୍କୁ ପ୍ରତ୍ୟେକଙ୍କୁ ଏକ ଫୁଲତୋଡା ଦେଲେ ଓ କହିଲେ, “ନୃତ୍ୟ କରୁଥିବା ସମୟରେ ଏହାକୁ ସିଧା ରଖିବାକୁ ହେବ।” ସେ ଫୁଲତୋଡା ଭିତରେ ଜାଣିଶୁଣି ଗୋଟିଏ ବିଛା ଲୁଚାଇ ଦେଇଥିଲେ । ଯେତେବେଳେ ରମ୍ଭା ଓ ଉର୍ବଶୀ ନୃତ୍ୟ ଆରମ୍ଭ କଲେ, ନୃତ୍ୟ ଯଦି ହୃଦୟସ୍ପର୍ଶି ନ ହୁଏ, ବିଛାମାନେ ସେମାନଙ୍କୁ କାଟିବାର ଥିଲା । ରମ୍ଭାକୁ ବିଛା କାଟିଲା । ସେ ଫୁଲତୋଡା ଫିଙ୍ଗି ଦେଲେ ଓ ନୃତ୍ୟ ବନ୍ଦ କଲେ । କିନ୍ତୁ ଉର୍ବଶୀ ଏମିତି ସୁନ୍ଦର ନୃତ୍ୟ କଲେ ଯେ ସେ ବିଛାକୁ ତାଙ୍କ ନୃତ୍ୟର ମାଦକତାରେ ଶୁଆଇଦେଲେ । ଫଳରେ ସେ ବିଛା ତାଙ୍କୁ କାଟିଲା ନାହିଁ । ବିକ୍ରମାଦିତ୍ୟ କହିଲେ, “ଅତ୍ୟନ୍ତ ଭଲ, ଉର୍ବଶୀ! ନିଶ୍ଚୟ ତୁମେ ଶ୍ରେଷ୍ଠ ନୃତ୍ୟାଙ୍ଗନା ।”

ଭଗବାନ ଇନ୍ଦ୍ର ବିକ୍ରମାଦିତ୍ୟଙ୍କ ନ୍ୟାୟପୂର୍ଣ୍ଣ ବିଚାରରେ ଏତେ ପ୍ରସନ୍ନ ହେଲେ ଯେ ସେ ତାଙ୍କୁ ୩୨ଟି କଥା କହୁଥିବା ମୂର୍ତ୍ତି ସହିତ ଏକ ସୁବର୍ଣ୍ଣ ସିଂହାସନ ଉପହାର ଦେଲେ । ତାହା ହିଁ ଅଦ୍ଭୁତ ଶକ୍ତିଯୁକ୍ତ ବତ୍ରିଶ ସିଂହାସନ । ସେଥିରେ ଶୋଭା ପାଉଥିବା ସେହି ୩୨ ମୂର୍ତ୍ତିଙ୍କ ନାମ ହେଲା —

  1. ରତ୍ନମଞ୍ଜୁରୀ
  2. ଚିତ୍ରଲେଖା
  3. ଚନ୍ଦ୍ରକଳା
  4. କାମକନ୍ଦଳା
  5. ଲୀଳାବତୀ
  6. ରବିଭାମା
  7. କୌମୁଦୀ
  8. ପୁଷ୍ପବତୀ
  9. ମଧୁମାଳତୀ
  10. ପ୍ରଭାବତୀ
  11. ତ୍ରିଲୋଚନା
  12. ପଦ୍ମାବତୀ
  13. କୀର୍ତ୍ତିମତୀ
  14. ସୁନୟନା
  15. ସୁନ୍ଦରବତୀ
  16. ସତ୍ୟବତୀ
  17. ବିଦ୍ୟାବତୀ
  18. ତାରାବତୀ
  19. ରୂପରେଖା
  20. ଜ୍ଞାନବତୀ
  21. ଚନ୍ଦ୍ରଜ୍ୟୋତି
  22. ଅନୁରୋଧବତୀ
  23. ଧର୍ମବତୀ
  24. କରୁଣାବତୀ
  25. ତ୍ରିନେତ୍ରୀ
  26. ମୃଗନୟନୀ
  27. ମଳୟବତୀ
  28. ବୈଦେହୀ
  29. ମାନବତୀ
  30. ଜୟଲକ୍ଷ୍ମୀ
  31. କୌଶଲ୍ୟା
  32. ରାଣୀ ରୂପବତୀ।

ରାଜା ବିକ୍ରମାଦିତ୍ୟଙ୍କ ଅନ୍ତେ ବହୁ ଦିନ ପରେ ରାଜା ଭୋଜ ଏହି ସିଂହାସନକୁ ମାଟିତଳେ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କଲେ ।

ରାଜା ଭୋଜ ଓ ବତ୍ରିଶ ସିଂହାସନ

[ସମ୍ପାଦନା]

ଏହି ସିଂହାସନ ରାଜା ଭୋଜଙ୍କୁ ଏକ ଅଶ୍ଚର୍ଯ୍ୟ ପରିସ୍ଥିତିରେ ମିଳିଥିଲା । ଏକ ଦିନ ରାଜା ଭୋଜ ଜାଣିଲେ ଯେ ଏକ ସାଧାରଣ ଗାଇ ଚରାଳି (ଗୋପାଳକ) ନିଜ ନ୍ୟାୟପ୍ରିୟତା ପାଇଁ ପ୍ରସିଦ୍ଧ, ଯଦିଓ ସେ ଅଶିକ୍ଷିତ ଓ ପୂର୍ବପୁରୁଷ ଠାରୁ ତାଙ୍କ ରାଜ୍ୟର କୁମ୍ଭାରମାନଙ୍କର ଗାଈ, ମହିଷ ଓ ଛେଳି ଚରାଉଥାଏ । ରାଜା ଭୋଜ ଯେତେବେଳେ ତଦନ୍ତ କରାଇଲେ, ସେତେବେଳେ ଜଣାପଡ଼ିଲା ଯେ ସେଇ ଗୋ ଚରାଳି ସବୁ ନ୍ୟାୟ ଓ ଫୈସଲା ଏକ ଟିଲା ଉପରେ ଚଢ଼ି କରୁଥାଏ । ଏହା ଶୁଣି ରାଜା ଭୋଜଙ୍କ ଉତ୍ସୁକତା ବଢ଼ିଗଲା । ସେ ନିଜେ ବେଶ ବଦଳି ଗଲେ ଓ ସେଇ ଚରାଳି — ଯାହାର ନାମ ଥିଲା ଚନ୍ଦ୍ରଭାନ — ତାଙ୍କୁ ଏକ ଜଟିଳ ମାମଲାରେ ନ୍ୟାୟ କରୁଥିବା ଦେଖିଲେ ।[] ତାଙ୍କ ନ୍ୟାୟବିଚାର ଓ ଆତ୍ମବିଶ୍ୱାସ ଦେଖି ରାଜା ଭୋଜ ଅତ୍ୟନ୍ତ ପ୍ରଭାବିତ ହେଲେ । ସେ ଚନ୍ଦ୍ରଭାନଙ୍କୁ ପଚାରିଲେ ଯେ ତାଙ୍କର ଏହି ଅଦ୍ଭୁତ ଶକ୍ତି କେମିତି ଆସିଲା । ଚନ୍ଦ୍ରଭାନ କହିଲେ ଯେ ସେ ଟିଲା ଉପରେ ବସିବା ମାତ୍ରେ ଏହି ଶକ୍ତି ସ୍ୱତଃ ଆସିଯାଏ । ଏହା ଶୁଣି ରାଜା ଭୋଜ ସେହି ସ୍ଥାନ ଖନନ କରାଇବାକୁ ନିଶ୍ଚୟ କଲେ । ଯେତେବେଳେ ଖନନ ସମାପ୍ତ ହେଲା, ମାଟି ମଧ୍ୟରେ ଏକ ରାଜସିଂହାସନ ମିଳିଲା ।ସେଇ ସିଂହାସନ ଅତ୍ୟନ୍ତ ଶିଳ୍ପକୃତିମୟ ଥିଲା, ସେଥିରେ ୩୨ଟି ମୂର୍ତ୍ତି ଲଗାଯାଇଥିଲା ଓ ମୂଲ୍ୟବାନ ରତ୍ନ ଜଡ଼ିତ ଥିଲା । ଧୁଳି ମାଟି ସଫା ହେବା ପରେ ସେଇ ସିଂହାସନ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲା । ଏହାକୁ ମହଲକୁ ନିଆଗଲା ଓ ଶୁଭ ମୁହୂର୍ତ୍ତରେ ରାଜାଙ୍କ ବସିବା ନିଶ୍ଚିତ ହେଲା । କିନ୍ତୁ ଯେତେବେଳେ ରାଜା ଭୋଜ ସିଂହାସନ ଉପରେ ବସିବାକୁ ଚେଷ୍ଟା କଲେ, ସବୁ ମୂର୍ତ୍ତି ସ୍ଵତଃ ହସିବା ଓ ଉପହାସ କରିବା ଆରମ୍ଭ କଲେ । ରାଜା କାରଣ ପଚାରିଲେ, ତେବେ ପ୍ରତ୍ୟେକ ମୂର୍ତ୍ତି ଏକ ପରେ ଏକ କରି ବିକ୍ରମାଦିତ୍ୟଙ୍କ କଥା କହିବା ଆରମ୍ଭ କଲେ । ସମସ୍ତ ମୂର୍ତ୍ତି ୩୨ଟି କଥା କହି ଏକଥା ପ୍ରମାଣିତ କଲେ ଯେ ଏହି ସିଂହାସନ, ଯାହା ରାଜା ବିକ୍ରମାଦିତ୍ୟଙ୍କର ଅଟେ, ସେଥିରେ କେବଳ ସେଇ ଲୋକେ ବସିପାରିବେ ଯିଏ ବିକ୍ରମାଦିତ୍ୟ ପରି ଯୋଗ୍ୟ, ପରାକ୍ରମୀ, ଦାନଶୀଳ ଓ ବିବେକଶୀଳ।[]

  1. WD. "विक्रमादित्य का सिंहासन और उनकी 32 पुतलियां". hindi.webdunia.com (in ହିନ୍ଦୀ). Retrieved 2025-11-05.
  2. "Singhasan Battisi - The Story of 1st Doll by M2 StoryTeller". Spotify for Creators (in ଇଂରାଜୀ). Retrieved 2025-11-06.
  3. "The Legend of King Vikramaditya". Jai Guru Dev (in ଇଂରାଜୀ). 2010-04-10. Retrieved 2025-11-05.
  4. ଜଗନ୍ନାଥ ସିଂହ (1965). ବତ୍ରିଶ ସିଂହାସନ (in Oriya).{{cite book}}: CS1 maint: unrecognized language (link)
  5. "Unlock the Magic: Singhasan Battisi - 32 Tales of Vikramaditya's Throne | सिंघासन बत्तीसी". KidsGen. Retrieved 2025-11-05.