Jump to content

ଫ୍ୟାକ୍ଟର IX କନସେଣ୍ଟ୍ରେଟ

ଉଇକିପିଡ଼ିଆ‌ରୁ
ଫ୍ୟାକ୍ଟର IX କନସେଣ୍ଟ୍ରେଟ
Clinical data
Trade namesHaemonine, Benefix, others
SynonymsFactor IX fraction[]

ଫ୍ୟାକ୍ଟର IX କନସେଣ୍ଟ୍ରେଟ, ବିକ୍ରୟ ନାମ ହେମୋନିନ୍ ଏବଂ ବେନେଫିକ୍ସ ବ୍ରାଣ୍ଡ ହେଉଛି ଏକ ଔଷଧ ଯାହା ହେମୋଫିଲିଆ ବି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ବିଶେଷକରି ଏଗୁଡ଼ିକ ରକ୍ତସ୍ରାବର ଚିକିତ୍ସା ଏବଂ ପ୍ରତିଷେଧ ପାଇଁ ବ୍ୟବହୃତ ହୁଏ ।[] ଏଗୁଡ଼ିକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଉଦ୍‌ବେଗ, ଅଣନିଶ୍ୱାସ, ଆଲର୍ଜି ପ୍ରତିକ୍ରିୟା, ଅଇ ଏବଂ ପିଠି ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ଏବଂ ଛାତି ଯନ୍ତ୍ରଣା ଅନ୍ତର୍ଭୁକ୍ତ ହୋଇପାରେ ।[] ଏହାର କାମ କରିବାର କ୍ଷମତାକୁ ଅବରୋଧ କରୁଥିବା ଆଣ୍ଟିବଡି ମଧ୍ୟ ବିକଶିତ ହୋଇପାରେ ।[] ଏହାକୁ ଡିସ‌ସେମିନେଟେଡ ଇଣ୍ଟ୍ରାଭାସ୍କୁଲାର ଜମାଟ ନିମନ୍ତେ ବ୍ୟବହାର କରାଯିବା ଉଚିତ ନୁହେଁ ।[] ଏଗୁଡ଼ିକ ମାନବ ପ୍ଲାଜମା କିମ୍ବା ପୁନଃସଂଯୋଜିତ ପଦ୍ଧତି ଦ୍ୱାରା ନିର୍ମିତ ଫ୍ୟାକ୍ଟର IX ର ନିର୍ମିତ ସଂସ୍କରଣ । [] ପ୍ଲାଜମାରୁ ତିଆରି ସଂସ୍କରଣର ବିପଦ ମଧ୍ୟରେ ସଂକ୍ରମଣ ହୋଇପାରେ ।[]

ଫ୍ୟାକ୍ଟର IX କନସଣ୍ଟ୍ରେଣ୍ଟ ୧୯୬୦ ଦଶକର ଶେଷ ଭାଗରେ ଉପଲବ୍ଧ ହୋଇଥିଲା ଓ ପୁନଃସଂଯୋଜକ ସଂସ୍କରଣ ୧୯୯୭ ମସିହାରେ ଅନୁମୋଦିତ ହୋଇଥିଲା ।[] [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ଜ୍ୟରେ ୨୦୨୩ ମସିହା ସୁଦ୍ଧା ୧,୦୦୦ ୟୁନିଟ୍ ପୁନଃସଂଯୋଜକ କିମ୍ବା ପ୍ଲାଜମା ପ୍ରାପ୍ତ ସଂସ୍କରଣର ମୂଲ୍ୟ ପ୍ରାୟ ୬୦୦ ପାଉଣ୍ଡ ଥିଲା। [] ଏହାର ଦୀର୍ଘକାଳୀନ କାର୍ଯ୍ୟକ୍ଷମ ସଂସ୍କରଣ ମଧ୍ୟ ଉପଲବ୍ଧ ।[]

  1. ୧.୦ ୧.୧ ୧.୨ ୧.୩ "Factor IX fraction, dried [Specialist drug]". BNF. Archived from the original on 16 September 2023. Retrieved 13 September 2023.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Konkle, Barbara A (9 February 2023). Hemophilia B. GeneReviews. Archived from the original on 20 October 2019. Retrieved 13 September 2023.
  3. "Hemophilia: From Plasma to Recombinant Factors". 2008. Archived from the original on 29 May 2023. Retrieved 13 September 2023.
  4. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  5. "Factor IX fraction, dried [Specialist drug] Medicinal forms". BNF. Archived from the original on 13 September 2023. Retrieved 13 September 2023.