ଫ୍ଲୋଟୁଫୋଲାଷ୍ଟାଟ ଏଫ-୧୮
ଦେଖଣା
Flotufolastat F-18 gallium | |
| Clinical data | |
|---|---|
| Trade names | Posluma |
| Synonyms | 18F-rhPSMA-7.3 |
| data | |
| Routes of administration | Intravenous |
| Legal status | |
| Legal status | |
| Chemical and physical data | |
| 3D model (JSmol) | |
| |
| |
ଫ୍ଲୋଟୁଫୋଲାଷ୍ଟାଟ ଏଫ-୧୮ (ଇଂରାଜୀ ଭାଷାରେ Flotufolastat F-18 ), ପୋସ୍ଲୁମା ବ୍ରାଣ୍ଡ ଏହାର ଏକ ବେପାର ନାମ, ହେଉଛି ଏକ ରେଡିଓଆକ୍ଟିଭ୍ ଡାଇଗ୍ନୋଷ୍ଟିକ୍ ଏଜେଣ୍ଟ ଯାହା ପ୍ରୋଷ୍ଟେଟ କର୍କଟ ରୋଗର ପୋଜିଟ୍ରନ୍ ଏମିସନ ଟୋମୋଗ୍ରାଫି (PET) ଇମେଜିଙ୍ଗରେ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ପ୍ରୋଷ୍ଟେଟ୍-ନିର୍ଦ୍ଦିଷ୍ଟ ମେମ୍ବ୍ରେନ୍ ଆଣ୍ଟିଜେନ୍ (PSMA) ସକରାତ୍ମକ ରୋଗ କିମ୍ବା ପୁନରାବୃତ୍ତିର ଅନ୍ୱେଷଣ କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଉଚ୍ଚ ରକ୍ତଚାପ ଏବଂ ଇଞ୍ଜେକସନ ସ୍ଥାନରେ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବିକିରଣର ସଂସ୍ପର୍ଶ ହୋଇପାରେ ।[୧] ଏହାର ସକ୍ରିୟ ଉପାଦାନ ହେଉଛି ଫ୍ଲୋଟୁଫୋଲାଷ୍ଟାଟ ଏଫ-୧୮ ଗାଲିୟମ ।[୧]
୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫ୍ଲୋଟୁଫୋଲାଷ୍ଟାଟ ଏଫ-୧୮କୁ ଅନୁମୋଦନ କରାଯାଇଥିଲା ।[୧]