ଫେସନ (୨୦୦୮ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଫେସନ
ନିର୍ଦ୍ଦେଶକମଧୁର ଭଣ୍ଡାରକର
ପ୍ରଯୋଜକମଧୁର ଭଣ୍ଡାରକର
ଦେବେନ୍ ଖୋଟେ
ରୋନୀ ସ୍କୃବାଲା
ଜରିନ୍ ମେହେତା
ଚିତ୍ରନାଟ୍ୟଅଜୟ ମୋଙ୍ଗା
ମଧୁର ଭଣ୍ଡାରକର
ଅନୁରାଧା ତିୱାରି
କାହାଣୀଅଜୟ ମୋଙ୍ଗା
କଳାକାରପ୍ରିୟଙ୍କା ଚୋପ୍ରା
କଙ୍ଗନା ରାଣାବତ
ମୁଗ୍ଧା ଗୋଦ୍‌ସେ
ଅରବାଜ୍ ଖାନ୍
ବର୍ଣ୍ଣନାପ୍ରିୟଙ୍କା ଚୋପ୍ରା
ସଙ୍ଗୀତସଲିମ୍-ସୁଲେମାନ
ଚିତ୍ରଗ୍ରହଣମହେଶ ଲିମାୟେ
ସମ୍ପାଦକଦେବେନ୍ ମୁରଦେସ୍ୱର
ବିତରକୟୁଟିଭି ମୋସନ୍ ପିକ୍ଚରସ୍
ଭଣ୍ଡାରକର ଇଣ୍ଟରଟେନ୍‌ମେଣ୍ଟ୍
ମୁକ୍ତିଲାଭ ତାରିଖ
୨୯ ଅକ୍ଟୋବର ୨୦୦୮
କଥାଚିତ୍ରର ସମୟ
୧୬୫ ମିନିଟ୍[୧]
ଦେଶଭାରତ
ଭାଷାହିନ୍ଦୀ
ଖର୍ଚ୍ଚ୧୮ କୋଟି[୨]
ମୋଟ ଆୟ୬୦ କୋଟି[୩]

ଫେସନ ୨୦୦୮ରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମଧୁର ଭଣ୍ଡାରକର, ଦେବେନ୍ ଖୋଟେ, ରୋନୀ ସ୍କୃବାଲା, ଜରିନ୍ ମେହେତା । ଅଜୟ ମୋଙ୍ଗା ଏହି କଥାଚିତ୍ରଟିର କାହାଣୀ ଏବଂ ଚିନତ୍ରନାଟ୍ୟ ରଚନା କରିଥିଲେ । ମଧୁର ଭଣ୍ଡାରକର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ପାକିସ୍ତାନୀ ସଙ୍ଗୀତକାର ଭାଇ ଦ୍ୱୟ ସଲିମ-ସୁଲେମାନ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ଏବଂ ଗୀତିକାର ଇର୍ଫାନ ସିଦ୍ଦିକ୍ ଓ ସନ୍ଦୀପ ନାଥ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରିୟଙ୍କା ଚୋପ୍ରା । କଙ୍ଗନା ରାଣାବତ ଏହି କଥାଚିତ୍ରଟିର ସ‌ହ-ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ମୁଗ୍ଧା ଗୋଦ୍‌ସେ, ଅର୍‌ବାଜ୍ ଖାନ୍, ଅର୍‌ଜାନ୍ ବଜ‌ୱା, ସମୀର ସୋନି, ଅଶ୍ୱିନୀ ମୁସ୍‌ରାନ୍, କିଟୁ ଗୀଡ୍‌ୱାନୀ, ସୁଚିତ୍ରା ପିୟାଲି ମଲ୍ଲିକ, ରୋହିତ ରାୟ, ରାଜ୍ ବ‌ବ୍ୱ୍‌ର୍, କିରଣ ଜୁନେଯା, ଚିତ୍ରାସି ରାୱ୍‌ତ୍, ମାନିନୀ ମିଶ୍ର, ହର୍ସ୍ ଛାୟା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିର କାମ ୨୦୦୬ ମସିହାରୁ ଆରମ୍ଭ ହୋଇଥିଲା । ୨୯ ଅକ୍ଟୋବର ୨୦୦୮ରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ଭାରତୀୟ ମୁଦ୍ରାରେ ପାଖାପାଖି ୧୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ଏହି ଚଳଚ୍ଚିତ୍ରଟିର ନିର୍ମାଣରେ । ସମୀକ୍ଷକମାନେ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ, ଚିତ୍ରଗ୍ରହଣ, ସଙ୍ଗୀତ, ନିର୍ଦ୍ଦେଶନା ଏବଂ ଅଭିନୟକୁ ବ‌ହୁତ ପସନ୍ଦ କରିଥିଲେ । ଏହି କଥାଚିତ୍ରଟି ସମୁଦାୟ ୬୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା । ଏହି କଥାଚିତ୍ରଟିରେ କେହି ପୁରୁଷ ମୁଖ୍ୟ ଭୂମିକାରେ ନ ଥାଇ ମ‌ହିଳାମାନଙ୍କର ନେତୃତ୍ୱରେ ବ‌ହୁତ ସଫଳ ହୋଇଥିଲା ।

ଏହି ଚଳଚ୍ଚିତ୍ରଟି ଅନେକ ପୁରସ୍କାର ପାଇଥିଲା ଏବଂ ଅଧିକାଂଶ ପୁରସ୍କାର ପାଇଁ ମନୋନୀତ ହୋଇଥିଲା । ୫୪ତମ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଏହି କଥାଚିତ୍ରଟି ସାତୋଟି ପୁରସ୍କାର ପାଇଁ ମନୋନୀତ ହୋଇଥିଲା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପ୍ରିୟଙ୍କା ଚୋପ୍ରା ଓ ଶ୍ରେଷ୍ଠ ସ‌ହ‌-ଅଭିନେତ୍ରୀ ଭାବରେ କଙ୍ଗନା ରାଣାବତ ପୁରସ୍କାର ପାଇଥିଲେ । ଏଥି ସ‌ହ ପ୍ରିୟଙ୍କା ଏବଂ କଙ୍ଗନା ୫୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ସ‌ହ-ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଅଧିକାଂଶ ପ୍ରକାଶକ ଏହି ଦୁଇ ଚଳଚ୍ଚିତ୍ରକୁ ହିନ୍ଦୀ କଥାଚିତ୍ର ଜଗତର ଶ୍ରେଷ୍ଠ ନାରୀଭିତ୍ତକ ଚଳଚ୍ଚିତ୍ର ଘୋଷିତ କରିଥିଲେ ।[୪][୫]

ଅଭିନୟ[ସମ୍ପାଦନା]

  • ପ୍ରିୟଙ୍କା ଚୋପ୍ରା
  • କଙ୍ଗନା ରାଣାବତ
  • ମୁଗ୍ଧା ଗୋଦ୍‌ସେ
  • ଅର୍‌ବାଜ୍ ଖାନ୍
  • ଅର୍‌ଜାନ୍ ବଜ‌ୱା
  • ସମୀର ସୋନି
  • ଅଶ୍ୱିନୀ ମୁସ୍‌ରାନ୍
  • କିଟୁ ଗୀଡ୍‌ୱାନୀ
  • ସୁଚିତ୍ରା ପିୟାଲି ମଲ୍ଲିକ
  • ରୋହିତ ରାୟ
  • ରାଜ୍ ବ‌ବ୍ୱ୍‌ର୍
  • କିରଣ ଜୁନେଯା
  • ଚିତ୍ରାସି ରାୱ୍‌ତ୍
  • ମାନିନୀ ମିଶ୍ର
  • ହର୍ସ୍ ଛାୟା

କାହାଣୀ[ସମ୍ପାଦନା]

ଏହି କଥାଚିତ୍ରଟିର କାହାଣୀ ଚଳଚ୍ଚିତ୍ର ଜଗତରେ ଏବଂ ଫେସନ ଦୁନିଆରେ ହେଉଥିବା ଅନେକ ସତ୍ୟ ଘଟଣା ଉପରେ ଆଧାରିତ । ମେଘ୍ନା ମାଥୁର ନାମକ ଝିଅ ମୁମ୍ବାଇ ଆସିଥିଲା ଜଣେ ମଡେଲ ହେବା ପାଇଁ । ସେ ଅନେକ ଘାତ ପ୍ରତିଘାତ ସ‌ହି ଜଣେ ମଡେଲ ହେଲା ମାତ୍ର ପରେ ସେ ସେହି ଦୁନିଆରେ ଥିବା ସବୁକିଛି କଥା ବିଷୟରେ ଜାଣିବାପରେ ସେ ନିଜ ଅନୁସାରେ କିଛି କରିବାକୁ ଭାବିବାରୁ ପୁଣିଥରେ ଅନେକ ପ୍ରତିବନ୍ଧକ ସାମ୍ନା କଲା ।

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୁଇ ପାକିସ୍ତାନୀ ସଙ୍ଗୀତକାର ସଲିମ-ସୁଲେମାନ । ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ଇର୍ଫାନ ସିଦ୍ଦିକ୍ ଓ ସନ୍ଦୀପ ନାଥ ।

ଗୀତ[ସମ୍ପାଦନା]

ଗୀତ
କ୍ରମଗୀତକବିସଙ୍ଗୀତଗାୟକସମୟ
1."ଫେସନ୍‌ କା ଜଲ୍‌ୱା"ସନ୍ଦୀପ ଅନଥସଲିମ-ସୁଲେମାନସୁଖ୍‌ବିନ୍ଦର ସିଂହ, ସତ୍ୟ ହିନ୍ଦୁଜା, ରୋବର୍ଟ୍ ବ‌ବ୍ ଓମୁଲୋ4:43
2."ମର୍ ଜାବା"ଇର୍ଫାନ୍ ସିଦ୍ଦିକ୍ସଲିମ-ସୁଲେମାନସଲିମ ମର୍‌ଚାଣ୍ଟ୍, ଶ୍ରୁତି ପାଠକ4:01
3."କୁଛ୍ ଖାସ୍"ଇର୍ଫାନ୍ ସିଦ୍ଦିକ୍ସଲିମ-ସୁଲେମାନମୋହିତ ଚୌହାନ, ନେହା ଭସିନ୍5:03
4."ଆସିୟାଁନା"ଇର୍ଫାନ୍ ସିଦ୍ଦିକ୍ସଲିମ-ସୁଲେମାନସଲିମ୍ ମର୍‌ଚାଣ୍ଟ୍5:29
5."ଫେସନ୍‌କା ଜଲ୍‌ୱା (ରିମିକ୍ସ)"ସନ୍ଦିପ ନାଥସଲିମ-ସୁଲେମାନସୁଖ୍‌ବିନ୍ଦର ସିଂହ, ସତ୍ୟ ହିନ୍ଦୁଜା, ରୋବର୍ଟ୍ ବ‌ବ୍ ଓମୁଲୋ4:40
6."ମର୍ ଜାବା (ରିମିକ୍ସ)"ଇର୍ଫାନ୍ ସିଦ୍ଦିକ୍ସଲିମ-ସୁଲେମାନସଲିମ୍ ମର୍‌ଚାଣ୍ଟ୍, ଶ୍ରୁତି ପାଠକ4:26
7."କୁଛ୍ ଖାସ୍ (ରିମିକ୍ସ)"ଇର୍ଫାନ୍ ସିଦ୍ଦିକ୍ସଲିମ-ସୁଲେମାନମୋହିତ ଚୌହାନ, ନେହା ଭସିନ୍4:17
8."ଫେସନ୍ ଥିମ୍ (ରିମକ୍ସ)"ଇର୍ଫାନ୍ ସିଦ୍ଦିକ୍କର୍ସ କଲେ ଏବଂ ମିଦିବାଲ୍ ପଣ୍ଡିତ୍ 6:15
9."ଆସିୟାଁନା (ରିମିକ୍ସ)"ଇର୍ଫାନ୍ ସିଦ୍ଦିକ୍ଡିଜେ ଅମାଥ୍ସଲିମ୍ ମର୍‌ଚାଣ୍ଟ୍5:50
10."ଫେସନ୍ ଥିମ୍"ଇର୍ଫାନ୍ ସିଦ୍ଦିକ୍ସଲିମ-ସୁଲେମାନ 4:02

ଆଧାର[ସମ୍ପାଦନା]

  1. "Fashion (15)". British Board of Film Classification. Archived from the original on 6 April 2015. Retrieved 27 April 2013.
  2. Gupta, Pratim D. (27 October 2008). "'Everyone's scared of Fashion'". The Telegraph (Calcutta). Archived from the original on 27 September 2013. Retrieved 27 April 2013.
  3. "December gives some respite with 2 hits". The Indian Express. 31 December 2008. Archived from the original on 5 February 2009. Retrieved 18 June 2013.
  4. "Top 10 path breaking women oriented films of Bollywood". The Times of India. 8 March 2013. Archived from the original on 14 April 2013. Retrieved 3 May 2013.
  5. Bhattacharya, Ananya (5 March 2013). "International Women's Day: Films that immortalised womanhood in the recent past". Zee News. Archived from the original on 7 May 2013. Retrieved 18 May 2013.