ଫୁସଫୁସ ପୁଞ୍ଜିତ ପୂଜ
Lung abscess | |
---|---|
Pulmonary abscess | |
![]() CT scan showing bilateral pneumonia with abscesses and effusions. | |
ବିଭାଗ | Infectious disease, respirology |
ଲକ୍ଷଣ | Cough, tiredness, fever[୧] |
କାରଣ | Microorganisms[୨] |
ବିପଦ କାରକ | Aspiration pneumonia, poor teeth, COPD, alcoholism, poor immune function, lung tumors[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | CT scan, sputum culture[୧] |
ସଠିକ ରୋଗ ନିର୍ଣ୍ଣୟ | Lung cancer, tuberculosis, empyema, pneumoconiosis, hiatus hernia, hydatid cyst, granulomatosis with polyangiitis[୨] |
ପ୍ରତିକାର | Good dental care[୩] |
ଚିକିତ୍ସା | Broad-spectrum antibiotics, surgery[୨] |
ପୁନଃପୌନିକ | Uncommon[୩] |
ଫୁସଫୁସ ପୁଞ୍ଜିତ ପୂଜ (ଇଂରାଜୀ ଭାଷାରେ lung abscess/ LA ) ହେଉଛି ଫୁସଫୁସ ଭିତରେ ଥିବା ଏକ ଗହ୍ୱର ଯାହା ପୂଜମୟ ପଦାର୍ଥରେ ପରିପୂର୍ଣ୍ଣ ।[୧] ଲକ୍ଷଣଗୁଡ଼ିକ ମଧ୍ୟରେ ପ୍ରାୟତଃ ଉତ୍ପାଦନକାରୀ କାଶ, କ୍ଳାନ୍ତି ଏବଂ ଜ୍ୱର ହୋଇପାରେ । [୧] [୨] ବେଳେବେଳେ କଫ ସହିତ ରକ୍ତ ବାହାରିବା, ଛାତିରେ ଯନ୍ତ୍ରଣା ହେବା ଏବଂ ରାତିରେ ଝାଳ ବାହାରିବା ଦେଖାଯାଏ ।[୧] [୨] ଜଟିଳତାରେ ବ୍ରୋଙ୍କୋପ୍ଲୁରାଲ୍ ଫିଷ୍ଟୁଲା ଏବଂ ପ୍ଲୁରାଲ୍ ଫାଇବ୍ରୋସିସ୍ ହୋଇପାରେ [୧] [୨]
ଏହା ସାଧାରଣତଃ ଏକାଧିକ ଜୀବାଣୁଙ୍କ ଦ୍ୱାରା ସଂକ୍ରମଣ ହେତୁ ହୋଇଥାଏ, ପ୍ରାୟତଃ ଏହା ଆସ୍ପିରେସନ ନିମୋନିଆର ଜଟିଳତା ଭାବରେ ଘଟେ ।[୧] [୨] [୩] ବିପଦଗୁଡ଼ିକ ମଧ୍ୟରେ ଖରାପ ଦାନ୍ତ, ସିଓପିଡି/ COPD, ମଦ୍ୟାତ୍ୟୟ, ଦୁର୍ବଳ ପ୍ରତିରକ୍ଷା କାର୍ଯ୍ୟ ଏବଂ ଫୁସଫୁସ ଅର୍ବୁଦ ଅନ୍ତର୍ଭୁକ୍ତ ।[୧] ଅନ୍ୟାନ୍ୟ କାରଣ ମଧ୍ୟରେ ବ୍ରୋଙ୍କିଆଲ୍ ଅବରୋଧ ଏବଂ ସେପ୍ଟିକ୍ ଏମ୍ବୋଲି ଅନ୍ତର୍ଭୁକ୍ତ ।[୧] ରୋଗ ନିର୍ଣ୍ଣୟ ସାଧାରଣତଃ ସିଟି ସ୍କାନ ଦ୍ୱାରା କରାଯାଏ [୧] ଏହା ଏକ ପ୍ରକାରର ଶ୍ୱାସକ୍ରିୟା ସଂକ୍ରମଣ ଅଟେ।[୧]
ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ବ୍ରଡ୍-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ସହିତ କରାଯାଏ, ଯେପରିକି ଆମୋକ୍ସିସିଲିନ୍/କ୍ଲାଭୁଲାନେଟ୍ କିମ୍ବା ପାଇପେରାସିଲିନ୍/ଟାଜୋବାକ୍ଟମ୍ ସହିତ ସମ୍ଭାବ୍ୟ ଭାନକୋମାଇସିନ୍ ସହିତ କରାଯାଏ ।[୨] କଫ କଲଚର ଚିକିତ୍ସାକୁ ମାର୍ଗଦର୍ଶନ କରିବାରେ ସାହାଯ୍ୟ କରିପାରେ ।[୨] ବଡ଼ ପୁଞ୍ଜିତ ପୂଜ ଥିଲେ କିମ୍ବା ଅନ୍ୟାନ୍ୟ ପଦକ୍ଷେପ ପ୍ରଭାବଶାଳୀ ନ ହେଲେ ଅସ୍ତ୍ରୋପଚାର କରାଯାଇପାରେ ।[୨] ଗୋଟିଏ ବର୍ଷରେ ପ୍ରାୟ ୧୬% ଲୋକଙ୍କ ମୃତ୍ୟୁ ହୁଏ ।[୧]
ଫୁସଫୁସ ପୁଞ୍ଜିତ ପୂଜ ଅସାଧାରଣ ରୋଗ ଅଟେ, ଯାହା ଆମେରିକାରେ ପ୍ରତିବର୍ଷ ପ୍ରାୟ ୧୦,୦୦୦ରୁ ୧୫,୦୦୦ ଲୋକଙ୍କୁ ପ୍ରଭାବିତ କରେ। [୩] ପ୍ରଭାବିତ ଲୋକଙ୍କର ସାଧାରଣ ବୟସ ୬୫ ବର୍ଷ ।[୧] ପୁରୁଷମାନେ ମହିଳାମାନଙ୍କ ତୁଳନାରେ ଅଧିକ ଆକ୍ରାନ୍ତ ହୁଅନ୍ତି [୧] ଏହି ଅବସ୍ଥାକୁ ପ୍ରଥମ ଥର ପାଇଁ ହିପୋକ୍ରେଟ୍ସ ପ୍ରାୟ 400 ଖ୍ରୀଷ୍ଟପୂର୍ବ ୪୦୦ରେ ବର୍ଣ୍ଣନା କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Sperling, S; Dahl, VN; Fløe, A (1 May 2024). "Lung abscess: an update on the current knowledge and call for future investigations". Current opinion in pulmonary medicine. 30 (3): 229–234. doi:10.1097/MCP.0000000000001058. PMID 38411181.
{{cite journal}}
: Check|pmid=
value (help) - ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Sabbula, BR; Rammohan, G; Sharma, S; Akella, J (January 2025). "Lung Abscess". StatPearls. PMID 32310380.
- ↑ ୩.୦ ୩.୧ ୩.୨ ୩.୩ Bennett, John E.; Dolin, Raphael; Blaser, Martin J. (8 August 2019). Mandell, Douglas, and Bennett's Principles and Practice of Infectious Diseases E-Book: 2-Volume Set (in ଇଂରାଜୀ). Elsevier Health Sciences. p. 927. ISBN 978-0-323-55027-7. Retrieved 16 March 2025.
- ↑ Ozturk, Onder (15 January 2021). Internal Medical Sciences Diagnosis and Treatment (in ଇଂରାଜୀ). Livre de Lyon. p. 15. ISBN 978-2-38236-088-0. Retrieved 16 March 2025.