Jump to content

ଫିରୋଜା ବେଗମ

ଉଇକିପିଡ଼ିଆ‌ରୁ

ଫିରୋଜା ବେଗମ (ଜନ୍ମ: ୧୯୬୯)[] ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ପଶ୍ଚିମ ବଙ୍ଗମୁର୍ଶିଦାବାଦ ଜିଲ୍ଲାର ରାଣୀନଗର ନିର୍ବାଚନ ମଣ୍ଡଳୀରୁ ୨୦୧୧ ଓ ୨୦୧୬ ମସିହାରେ ଦୁଇଥର ପଶ୍ଚିମ ବଙ୍ଗ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ସେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ରାଣୀନଗର ଠାରେ ୧୯୬୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ମହମ୍ମଦ ଅମିନୁଲ ଇସଲାମଙ୍କୁ ବିବାହ କରିଥିଲେ । ୧୯୯୨ ମସିହାରେ, ଉତ୍ତର ବଙ୍ଗ ବିଶ୍ୱବିଦ୍ୟାଳୟରୁ ସେ ତାଙ୍କର ସ୍ନାତକ ସମାପ୍ତ କରିଥିଲେ । ସେ ପୁଲିଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ, ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ରାଣୀନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ ।[] ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ, ସେ କଂଗ୍ରେସ ପ୍ରାର୍ଥୀ ଭାବରେ ପୁଣିଥରେ ସେହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କୁ ୪୮,୩୮୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[][] ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ, ସେ ୭୯,୭୦୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ।[][]

  1. 1 2 "Firoza Begam(Indian National Congress(INC)):Constituency- RANINAGAR(MURSHIDABAD) - Affidavit Information of Candidate". www.myneta.info. Retrieved 2025-04-21.
  2. 1 2 "Tiruvannamalai Election Results 2021 LIVE, Vote Counting, Leading, Trailing , Winners West bengal Tiruvannamalai Constituency Election News LIVE". news.abplive.com (in ଇଂରାଜୀ). Retrieved 2025-04-21.
  3. 1 2 "Raninagar Election Result 2021 Live Updates: Abdul Soumik Hossain of TMC Wins". News18 (in ଇଂରାଜୀ). Retrieved 2025-04-21.
  4. "West Bengal Assembly election 2021, Raninagar profile: Congress' Firoza Begam has held seat since 2011". Firstpost (in ଆମେରିକୀୟ ଇଂରାଜୀ). 2021-03-29. Retrieved 2025-04-21.
  5. "Raninagar Assembly Constituency Election Result - Legislative Assembly Constituency". resultuniversity.com. Retrieved 2025-04-21.
  6. "Raninagar Election Result 2021 LIVE: How to check Raninagar assembly (Vidhan Sabha) election winners, losers, vote margin, news updates - CNBC TV18". CNBCTV18 (in ଇଂରାଜୀ). 2021-05-02. Retrieved 2025-04-21.