ଫାହିୟାନ ଗୁମ୍ଫା

Coordinates: 6°36′6″N 80°13′6″E / 6.60167°N 80.21833°E / 6.60167; 80.21833
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଫାହିୟାନ ଗୁମ୍ଫା
ପାହିୟାନଗାଲା ଗୁମ୍ଫା
{{{imagealttext}}}
ପାହିୟାନଗାଲା ଗୁମ୍ଫାରେ ବୁଦ୍ଧଙ୍କ ମହାନିର୍ବାଣ ମୂର୍ତ୍ତି
ଶ୍ରୀଲଙ୍କାରେ ଅବସ୍ଥିତି
Pahiyangala Cave
Pahiyangala Cave
ଶ୍ରୀଲଙ୍କାରେ ଅବସ୍ଥିତି
ଅବସ୍ଥାନ କାଲୁତାରା ଜିଲ୍ଲା
ଅଞ୍ଚଳ ଶ୍ରୀଲଙ୍କା
ଦିଗବାରେଣି 6°36′6″N 80°13′6″E / 6.60167°N 80.21833°E / 6.60167; 80.21833
ସ୍ଥାନ ଟୀକା
ପ୍ରତ୍ନରତ୍ତ୍ଵବିଦ ସୁରେନ୍ ଡେରାନିୟାଗଲା

ଫାହିୟାନ ଗୁମ୍ଫା ବା ପାହିୟାନଗାଲା ଗୁମ୍ଫା (ଇଂରାଜୀରେ Fa Hien CavePahiyangala Cave) ପଶ୍ଚିମ ଶ୍ରୀଲଙ୍କାର କାଲୁତାରା ଜିଲ୍ଲାରେ ଅବସ୍ଥିତ । ସ୍ଥାନୀୟ କିମ୍ବଦନ୍ତୀ ଅନୁଯାୟୀ ପୂର୍ବେ ଫାହିୟାନ ନାମକ ଜଣେ ବୌଦ୍ଧ ସନ୍ୟାସୀ ଏଠାରେ ବସବାସ କରୁଥିଲେ ଓ ତାଙ୍କ ନାମାନୁସାରେ ଏହାର ଏପରି ନାମକରଣ ହୋଇଛି । କିନ୍ତୁ ଏଠାରେ ଫାହିୟାନ ବାସ କରିଥିବାର କୌଣସି ପ୍ରତ୍ନତାତ୍ତ୍ୱିକ ବା ଐତିହାସିକ ପ୍ରମାଣ ମିଳିନାହିଁ ।[୧] କିନ୍ତୁ ୧୯୬୦ ଦଶନ୍ଧି, ୧୯୮୦ ଦଶନ୍ଧି ଓ ୨୦୧୩ ମସିହାରେ ଏହି ଗୁମ୍ଫାରେ କରାଯାଇଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ଆଦି ମାନବଙ୍କ ଜୀବାଶ୍ମ ଅବଶେଷ ମିଳିଛି ଯାହାର କାଳ ଅତ୍ୟନ୍ତ ନୂତନ ଯୁଗର ଶେଷ (ଇଂରାଜୀରେ Late Pleistocene) ସମୟର ବୋଲି ଅନୁମାନ କରାଯାଇଛି ।

ପ୍ରାଗୈତିହାସିକ ମାନବ ଅବଶେଷ[ସମ୍ପାଦନା]

ଶ୍ରୀଲଙ୍କା ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ବିଭାଗର ସିରାନ ଉପେନ୍ଦ୍ର ଡେରାନିୟାଗଲା ୧୯୬୮ ମସିହାରେ ଏଠାରେ ଖନନ କରି ମାନବ କଙକାଳ ଅବଶେଷମାନ ଆବିଷ୍କାର କରିଥିଲେ । ୧୯୮୮ ମସିହାରେ ନିଜ ସହାୟକ ୱିଜେପାଲାଙ୍କ ସହିତ ସେ ଦ୍ୱିତୀୟ ଥର ପ୍ରତ୍ନତାତ୍ତ୍ୱିକ ଉତଖନନ କରିଥିଲେ । ଆଦିମ ଯୁଗର ପାଷାଣ ଉପକରଣ, ନିଆଁ ଲଗାଇବା ସ୍ଥାନ, ଫୁଲ ଓ ମାନବ ଅବଶେଷ ପ୍ରଭୃତି ଏହି ଖନନରୁ ମିଳିଥିଲା । କାର୍ବନ ଡେଟିଂ ପଦ୍ଧତିରୁ ଜଣା ପଡ଼ିଲା ଯେ ଏହି ଗୁମ୍ଫାରେ ପ୍ରାୟ ୩୩୦୦୦ ବର୍ଷ ପୂର୍ବେ ଲୋକ ରହୁଥିଲେ । ସେ ସମୟରୁ ୪୭୫୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ଏହି ଗୁମ୍ଫାରେ ଲୋକ ବାସ କରିଥିବାର ପ୍ରମାଣ ମିଳିଛି । ଏହି ସମସ୍ତ ଅବଶେଷ ଶେଷ ଅତ୍ୟନ୍ତନୂତନ ଯୁଗ, ମଧ୍ୟ ପାଷାଣ ଯୁଗରୁ ନେଇ ନୂତନ ପାଷାଣ ଯୁଗ ଓ ନୂତନତମ ଯୁଗ ପର୍ଯ୍ୟନ୍ତ ସମୟର । କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର କେନ୍ନେଥ୍ ଏ. ଆର୍. କେନେଡ଼ି ଓ ସ୍ନାତକ ଛାତ୍ର ଏଲ୍. ଜାହୋର୍ସ୍କି ଏଠାକାର ମାନବ କଙ୍କାଳ ଅବଶେଷମାନଙ୍କର ଅଧ୍ୟୟନ କରିଥିଲେ ।[୨]

ଖନନରୁ ପ୍ରାପ୍ତ ସର୍ବ ପୁରାତନ କଙ୍କାଳଗୁଡ଼ିକରେ ତିନୋଟି ଶିଶୁ, ଗୋଟିଏ କିଶୋର ଓ ଦୁଇଟି ବୟସ୍କ କଙ୍କାଳର ଅବଶେଷ ରହିଛି । ମୃତ୍ୟୁ ପରେ ଏମାନଙ୍କ ଶରୀରର ଦ୍ୱୈତ ଅନ୍ତ୍ୟେଷ୍ଟି (ଇଂରାଜୀରେ Secondary Burial)କରାଯାଇଥିବାର ପ୍ରମାଣ ମିଳୁଛି ଯାହା ଆଦିମ କାଳରେ ଅନେକ ଅଞ୍ଚଳରେ ପ୍ରଚଳିତ ଥିଲା । ଏହି ମୃତ ଶରୀରଗୁଡ଼ିକ ବିଘଟକମାନଙ୍କଦ୍ୱାରା ଖିଆ ଯାଇଥିବା ଓ ପରେ ହାଡ଼ଗୁଡ଼ିକୁ ପୋତାଯାଇଥିବା ଜଣାପଡ଼ିଥିଲା । ୬୮୫୦ ବର୍ଷ ପୂର୍ବର ଏକ କିଶୋର ଓ ୫୪୦୦ ବର୍ଷ ପୂର୍ବର ଏକ ଯୁବତୀର ଜୀବାଶ୍ମ ମଧ୍ୟ ମିଳିଛି । ଜୀବାଶ୍ମ ମିଳିଥିବା ଏହି ଯୁବତୀକୁ ପ୍ରତ୍ନତତ୍ତ୍ୱବିତ୍‍ମାନେ କାଲୁ-ମେନିକା ବୋଲି ନାମିତ କରିଥିଲେ । ଏହି ସବୁ ଅବଶେଷ ମଧ୍ୟ ଦ୍ୱୈତ ଅନ୍ତ୍ୟେଷ୍ଟି ଅବସ୍ଥାରୁ ଉଦ୍ଧାର କରାଯାଇଥିଲା ।

ଏହି ସମସ୍ତ ଆବିଷ୍କାର ଯୋଗୁଁ ପ୍ରତ୍ନତତ୍ତ୍ୱ ଓ ଜୀବାଶ୍ମବିଜ୍ଞାନ ତୁଳନାତ୍ମକ ପରୀକ୍ଷଣ କରାଯାଇ ଫାହିୟାନ ଗୁମ୍ଫାର ପ୍ରଥମ ନିବାସୀମାନଙ୍କ ସମୟ କାଳ ୟୁରୋପରେ କ୍ରୋମାଗ୍ନନ୍ ମାନବ ଓ ପୂର୍ବ ଗୋଲାର୍ଦ୍ଧରେ ହୋମିନିଡ୍‍ମାନଙ୍କ ସମୟ ସହିତ ସମାନ ବୋଲି ଜଣାପଡ଼ିଛି । ଶ୍ରୀଲଙ୍କାର ପ୍ରାଗୈତିହାସିକ ମାନବ ମଞ୍ଜି, ଶସ୍ୟ ଓ ଚଣା ପ୍ରଭୃତି ପଥରରେ ଖଣ୍ଡ ବା ଗୁଣ୍ଡ କରି ଖାଉଥିଲେ ବୋଲି ଗୁମ୍ଫାରୁ ମିଳିଥିବା ଦାନ୍ତର ଅବଶେଷ ସୂଚିତ କରୁଛି । ଖ୍ରୀଷ୍ଟପୂର୍ବ ୮ମ ଶତାବ୍ଦୀ ପର୍ଯ୍ୟନ୍ତ ଏଠାକାର ନିବାସୀମାନେ ଶିକାର କରି ଓ ଫଳମୂଳ ସଂଗ୍ରହ କରି ଜୀବନ ନିର୍ବାହ କରୁଥିଲେ । ୟୁରୋପରେ ନୂତନତମ ଯୁଗ ପର୍ଯ୍ୟନ୍ତ ସୂକ୍ଷ୍ମ ପାଷାଣ ଉପକରଣର ପ୍ରମାଣ ନଥିବା ବେଳେ ଶ୍ରୀଲଙ୍କାରେ ଏପରି ସୂକ୍ଷ୍ମ ଉପକରଣର ସର୍ବପୁରାତନ ପ୍ରମାଣ ମିଳିଛି ।[୩]

୨୦୨୦ ମସିହା ଜୁନ୍ ମାସରେ ଅଷ୍ଟ୍ରେଲିଆର ଗ୍ରିଫିଥ୍ ବିଶ୍ୱବିଦ୍ୟାଳୟର ମ୍ୟାକ୍ସ ପ୍ଲାଂକ୍ ଅନୁଷ୍ଠାନ ଏବଂ ଶ୍ରୀଲଙ୍କା ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ବିଭାଗ ପ୍ରମାଣ କରି ଦର୍ଶାଇଥିଲେ ଯେ ଫାହିୟାନ ଗୁମ୍ଫାରେ ଆଜକୁ ୪୮୦୦୦ ବର୍ଷ ପୂର୍ବେ ଧନୁତୀର ବିକଶିତ ଓ ବ୍ୟବହୃତ ହୋଇ ସାରିଥିଲା । ଆଫ୍ରିକା ବାହାରେ ଏହି ଉଦାହରଣକୁ ଧନୁତୀରର ସର୍ବପୁରାତନ ବ୍ୟବହାର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ମଧୁର ଜଳରେ ମାଛ ମାରିବା, ସୂତାରୁ ବସ୍ତ୍ର ଓ ଜାଲ ତିଆରି କରିବା ପ୍ରଭୃତି ସମ୍ପର୍କିତ ଉପକରଣ ମଧ୍ୟ ଗବେଷକମାନଙ୍କୁ ମିଳିଥିଲା । ମୁଖ୍ୟ ଗବେଷିକା ଗ୍ରିଫିଥ୍ ବିଶ୍ୱବିଦ୍ୟାଳୟର ମିଶେଲ୍ ଲାଙ୍ଗଲେ କହିଥିଲେ ଯେ ସେମାନଙ୍କୁ ରଙ୍ଗୀନ୍ ଅଳଙ୍କାର ମାଳି ପ୍ରଭୃତି ମଧ୍ୟ ମିଳିଛି ଯାହା ପ୍ରାୟ ୪୫୦୦୦ ବର୍ଷ ତଳର ।[୪]

ବାଟାଡୋମ୍ବାଲେନା (୨୮୫୦୦ ବର୍ଷ ପୂର୍ବର ଅବଶେଷ), ବେଲିଲେନା (୧୨୦୦୦ ବର୍ଷ ପୂର୍ବର ଅବଶେଷ) ଓ ବେଲ୍ଲାନବଣ୍ଡି ପଲାସା (ପ୍ରାୟ ୬୦୦୦ ବର୍ ପୂର୍ବର ଅବଶେଷ) ଇତ୍ୟାଦି ଶ୍ରୀଲଙ୍କାର ଅନ୍ୟ ମହତ୍ତ୍ୱପୂର୍ଣ ପ୍ରାଗୈତିହାସିକ ସ୍ଥଳ । ଏଠାରେ ମଧ୍ୟ ଆଦି ମାନବର ଅବଶେଷ ମିଳିଛି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଚିତ୍ର ଗ୍ୟାଲେରି[ସମ୍ପାଦନା]

ଉତ୍ସ[ସମ୍ପାଦନା]

  • Kenneth A. R. Kennedy, "Fa Hien Cave", in Encyclopedia of Anthropology ed. H. James Birx (2006, SAGE Publications; ISBN 0-7619-3029-9)
  • "Pre- and Protohistoric settlement in Sri Lanka" Archived 2017-08-20 at the Wayback Machine. — S. U. Deraniyagala, Director-General of Archaeology, Sri Lanka
  • Kenneth A. R. Kennedy and Siran U. Deraniyagala, Fossil remains of 28,000-year old hominids from Sri Lanka, Current Anthropology, Vol. 30, No. 3. (Jun., 1989), pp. 394–399.
  • Kenneth A. R. Kennedy, T. Disotell, W. J. Roertgen, J. Chiment and J. Sherry, Biological anthropology of upper Pleistocene hominids from Sri Lanka: Batadomba Lena and Beli Lena caves, Ancient Ceylon 6: 165-265.
  • Kenneth A. R. Kennedy, Siran U. Deraniyagala, W. J. Roertgen, J. Chiment and T. Disotell, Upper Pleistocene fossil hominids from Sri Lanka, American Journal of Physical Anthropology, 72: 441-461, 1987.

ଆଧାର[ସମ୍ପାଦନା]

  1. "THE TRAVELS OF FA-HIEN - contents". archive.org. Archived from the original on September 27, 2006. Retrieved March 6, 2017.{{cite web}}: CS1 maint: bot: original URL status unknown (link)
  2. The Travels of Pahiyangala. Lakvida.com. Accessed May 19, 2012. Archived September 27, 2006, at the Wayback Machine.
  3. Pre- and Protohistoric Settlement in Sri Lanka Archived 2017-08-20 at the Wayback Machine.. LankaLibrary.com. Accessed May 19, 2012.
  4. "Discovery of oldest bow and arrow technology in Eurasia". Science Daily. Science Daily. 12 June 2020. Archived from the original on 16 June 2020. Retrieved 16 June 2020.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]