ଫସି ହନୁହାଡ଼
| ଫସି ହନୁହାଡ଼ | |
|---|---|
| Phosphorus necrosis of the jaw; Lucifer's jaw[୧] | |
| ବିଭାଗ | Occupational health and safety |
| ଲକ୍ଷଣ | Severe jaw pain, jaw abscesses[୪] |
| ଆକ୍ରାନ୍ତ ସମୟ | Over years[୫] |
| କାରଣ | White phosphorus[୪] |
| ରୋଗ ନିର୍ଣ୍ଣୟ ପଦ୍ଧତି | X-rays[୧] |
| ପ୍ରତିକାର | Substitution of red phosphorus, dental care[୫][୧] |
| ଚିକିତ୍ସା | Surgical removal of the jaw[୫] |
| ପୁନଃପୌନିକ | Common from 1858, rare by 1906[୫] |
ଫସି ହନୁହାଡ଼, ଅନ୍ୟ ନାମ ହନୁହାଡ଼ର ଫସଫରସ କ୍ଷୟ ମଧ୍ୟ କୁହାଯାଏ, ଯାହା କାମ କଲାବେଳେ ଧଳା ଫସଫରସ୍ ସଂସ୍ପର୍ଶରେ ଆସିବାରୁ ସୃଷ୍ଟି ହୋଇଥାଏ ।[୪] ଲକ୍ଷଣଗୁଡ଼ିକ ମଧ୍ୟରେ ଗୁରୁତର ପାଟି ଯନ୍ତ୍ରଣା ଏବଂ ପାଟିର ପୁଞ୍ଜିତ ପୂଯ ଅନ୍ତର୍ଭୁକ୍ତ। [୪] ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ରସୁଣ ପରି ଗନ୍ଧଯୁକ୍ତ ଆଘ୍ରାଣ, ଫୁସଫୁସରୁ ରକ୍ତସ୍ରାବ ଏବଂ ସ୍ନାୟୁ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୫] [୬] ଆରମ୍ଭ ବର୍ଷ ବର୍ଷ ଧରି ହୋଇଥାଏ । [୫] ଜଟିଳତା ମଧ୍ୟରେ ଯକୃତ କିମ୍ବା ବୃକକ୍ ସମସ୍ୟା ହୋଇପାରେ ।[୧]
ଏହାର କାରଣରେ ଦୀର୍ଘକାଳୀନ ଭାବରେ ଧଳା ଫସଫରସ୍ ସଂସ୍ପର୍ଶ, ଯାହାକୁ ହଳଦିଆ ଫସଫରସ୍ ମଧ୍ୟ କୁହାଯାଏ, ଯାହା ଡିଆସିଲି ତିଆରିରେ ବ୍ୟବହୃତ ହୁଏ ।[୪] [୧] ଏହା ସାଧାରଣତଃ ବାଷ୍ପ ରୂପ ଯୋଗୁଁ ହୁଏ ।[୧] ଏହା କିଛି ରାସାୟନିକ ଏବଂ ଆତସବାଜି ଉତ୍ପାଦନରେ ସୃଷ୍ଟି ମଧ୍ୟ ହୋଇପାରେ ।[୧] ଏକ୍ସ-ରେ ହାଡ଼ କ୍ଷତି ଦେଖାଇପାରେ ।[୧]
ଚିକିତ୍ସାରେ ଅସ୍ତ୍ରୋପଚାର ଦ୍ୱାରା ହନୁହାଡ଼ ବାହାର କରିଦିଆଯାଏ ।[୫] ପ୍ରତିଷେଧ ପ୍ରୟାସରେ ଉନ୍ନତ ବାୟୁଚଳନ ଏବଂ ସଂସ୍ପର୍ଶରେ ସମୟ ହ୍ରାସ କରିବା ଆବଶ୍ୟକ ହୁଏ ।[୭] ୧୯୦୦ ଦଶକରେ ଅନେକ ଦେଶ ଧଳା ଫସଫରସର ଅଧିକାଂଶ ବ୍ୟବହାରକୁ ନିଷେଧ କରିଥିଲେ, ଲାଲ ଫସଫରସ ଦିଆସିଲିରେ ମଧ୍ୟ କାମ କରୁଥିଲା ଏବଂ କମ୍ ବିଷାକ୍ତ ଥିଲା ।[୫] [୧] ଉପଯୁକ୍ତ ଦନ୍ତ ଯତ୍ନ ମଧ୍ୟ ସହାୟକ ହୋଇପାରେ। [୧]
ଫସି ହନୁହାଡ଼ ସାଧାରଣତଃ ୧୮୫୮ ମସିହାରୁ ଦେଖାଯାଉଥିଲା ଏବଂ ୧୯୦୬ ସୁଦ୍ଧା ଏହା ବିରଳ ହୋଇଗଲା ।[୫] [୮] ଯେହେତୁ ପିଲାମାନେ ସାଧାରଣତଃ ଶିଳ୍ପରେ କାମ କରୁଥିଲେ, ସେମାନେ ସାଧାରଣତଃ ପ୍ରଭାବିତ ହେଉଥିଲେ ।[୮] ଏହା ବର୍ତ୍ତମାନ ବହୁତ କ୍ୱଚିତ୍ ଦେଖାଯାଏ ।[୮] ୧୮୩୮ ମସିହାରେ ପ୍ରଥମେ ଏହାର ବର୍ଣ୍ଣନା କରାଯାଇଥିବା ବେଳେ,[୭] ୧୮୬୯ ମସିହାରେ ବୃତ୍ତିଗତ ଔଷଧର ଜନନୀ ଆଲିସ୍ ହାମିଲ୍ଟନଙ୍କ ଦ୍ୱାରା ଏହି ଅବସ୍ଥା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। [୮] ସମାନ ଅବସ୍ଥା ହେଉଛି ହନୁହାଡ଼ର ବାଇଫସଫୋନେଟ୍-ସମ୍ବନ୍ଧୀୟ ଓଷ୍ଟିଓନେକ୍ରୋସିସ୍ । [୯]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Bingham, Eula; Cohrssen, Barbara (31 July 2012). Patty's Toxicology, 6 Volume Set (in ଇଂରାଜୀ). John Wiley & Sons. p. 844. ISBN 978-0-470-41081-3.
- ↑ De Ponte, Francesco Saverio, ed. (2012). Bisphosphonates and osteonecrosis of the jaw: a multidisciplinary approach. Milan ; New York: Springer. doi:10.1007/978-88-470-2083-2. ISBN 978-88-470-2082-5. OCLC 773978688.
- ↑ Thompson, William Gilman (1914). The Occupational Diseases: Their Causation, Symptoms, Treatment and Prevention (in ଇଂରାଜୀ). D. Appleton and Company. p. 353. Retrieved 7 March 2025.
- ↑ ୪.୦ ୪.୧ ୪.୨ ୪.୩ ୪.୪ Wan, JT; Sheeley, DM; Somerman, MJ; Lee, JS (2020). "Mitigating osteonecrosis of the jaw (ONJ) through preventive dental care and understanding of risk factors". Bone research. 8: 14. doi:10.1038/s41413-020-0088-1. PMID 32195012.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ ୫.୮ Friss, Robert (8 March 2018). Essentials of Environmental Health (in ଇଂରାଜୀ). Jones & Bartlett Learning. p. 336. ISBN 978-1-284-12397-5. Retrieved 5 March 2025.
- ↑ Hathaway, Gloria J.; Proctor, Nick H. (3 December 2014). Proctor and Hughes' Chemical Hazards of the Workplace (in ଇଂରାଜୀ). John Wiley & Sons. p. 583. ISBN 978-0-471-26883-3.
- ↑ ୭.୦ ୭.୧ Jacobsen, C. "The phosphorous necrosis of the jaws and what can we learn from the past: a comparison of "phossy" and "bisphossy" jaw" (PDF). Archived (PDF) from the original on 27 November 2022. Retrieved 27 November 2022.
- ↑ ୮.୦ ୮.୧ ୮.୨ ୮.୩ Friis, Robert H. (2015). Occupational Health and Safety for the 21St Century (in ଇଂରାଜୀ). Jones & Bartlett Publishers. p. 15. ISBN 978-1-284-04603-8.
- ↑ Otto, Sven (27 November 2014). Medication-Related Osteonecrosis of the Jaws: Bisphosphonates, Denosumab, and New Agents (in ଇଂରାଜୀ). Springer. p. 205. ISBN 978-3-662-43733-9.