Jump to content

ଫକୀର ମୋହନ ସାହୁ

ଉଇକିପିଡ଼ିଆ‌ରୁ
ଫକୀର ମୋହନ ସାହୁ
ଜନ୍ମ (1948-05-03) ୩ ମଇ ୧୯୪୮ (ବୟସ ୭୭)
ଚାଉଳିଆଗଞ୍ଜ, କଟକ
ଜାତୀୟତାଭାରତୀୟ
ବୃତ୍ତିଅଧ୍ଯାପକ
ବୈବାହିକ-ସାଥୀରୀତା ସାହୁ
ପିତାମାତାପଦ୍ମନାଭ ସାହୁ, ଦୁର୍ଗା ଦେବୀ

ଫକୀର ମୋହନ ସାହୁ(ଜନ୍ମ : ୩ ମଇ ୧୯୪୮), ଓଡିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ଜଣେ ଓଡ଼ିଆ ସାରସ୍ବତ ସାଧକ ଓ ମନସ୍ତତ୍ତ୍ବବିତ୍ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଫକୀର ମୋହନ, କଟକ ଜିଲ୍ଲାର ଚାଉଳିଆଗଞ୍ଜ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ମନସ୍ତତ୍ତ୍ବରେ ସ୍ନାତକୋତ୍ତର ଓ କାନାଡାର କୁଇନ୍ସ ବିଶ୍ବବିଦ୍ୟାଳ୍ୟରୁ ପିଏଚ୍ ଡି ଡିଗ୍ରୀ ଲାଭ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ ଅଧ୍ଯାପନା ଓ ଗବେଷଣାରେ ମନୋନିବେଶ କରିଥିଲେ । ୧୯୭୫ରୁ ୨୦୦୮ ପର୍ଯ୍ୟନ୍ତ ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ମନସ୍ତତ୍ତ୍ବ ବିଭାଗର ମୁଖ୍ୟ ଓ ପ୍ରଫେସର ଭାବେ ଦାୟିତ୍ବ ବହନ କରିଥିଲେ ।[] ତାଙ୍କ ରଚିତ ବହୁ ଗବେଷଣାତ୍ମକ ପୁସ୍ତକ ଓ ଆଲୋଚନା ପ୍ରକାଶିତ ।

ରଚନାବଳୀ

[ସମ୍ପାଦନା]
  • ବିଚିତ୍ର ମନ ୧୯୮୮
  • ଜୀବନ ପ୍ରବାହରେ ମାନସିକ ବିକୃତି ୧୯୮୮
  • ମନର ମାନଚିତ୍ର ୨୦୦୦
  • ମନସ୍ତାତ୍ତ୍ବିକ ବିକାଶର ଶୈଶବ ପର୍ବ ୨୦୦୨
  • ମନସ୍ତାତ୍ତ୍ବିକ ବିକାଶର ଗୋଧୂଳି ପର୍ବ ୨୦୦୬
  • ମନସ୍ତାତ୍ତ୍ବିକ ବିକାଶର ବାଲ୍ୟପର୍ବ ୨୦୦୯
  • ମନସ୍ତାତ୍ତ୍ବିକ ବିକାଶର କୈଶୋର ପର୍ବ ୨୦୧୧
  • ବ୍ୟକ୍ତିତ୍ବ ଓ ନେତୃତ୍ବ ୨୦୦୪
  • ନାରୀ ମନସ୍ତତ୍ତ୍ବ ୨୦୧୩
  • ଶିଶୁ ମନର ବିଜ୍ଞାନ ୨୦୦୬
  • ସଚିତ୍ର ମନ ୨୦୦୭
  • ଜୀବନ ଓ ମନସ୍ତତ୍ତ୍ବ ୨୦୧୪
  • ସବଳ ମନ ସଫଳ ଜୀବନ ୨୦୦୭
  • ମନ ଦିଗନ୍ତ ୨୦୦୮
  • ତଲ୍ଲୀନତା ୨୦୧୬
  • ମାନସିକ ସମସ୍ୟା ଓ ସମାଧାନ ୨୦୧୦
  • ସାକ୍ଷାତକାର ୨୦୧୭
  • ଶୈଶବରୁ ବାର୍ଦ୍ଧକ୍ୟ ୨୦୧୨
  • ମନର ରହସ୍ୟ ୨୦୧୨
  • ଚାପମୁକ୍ତ ଜୀବନ ୨୦୧୭
  • ସାହିତ୍ୟ ଓ ମନସ୍ତତ୍ତ୍ବ ୨୦୧୭
  • ସୁଖାନୁଭୂତିର ମର୍ମକଥା ୨୦୨୦
  • ଶିରିଡିର ସାଇବାବା ୨୦୦୯
  • ଦିବ୍ୟ ସମ୍ଭାଷଣ - ୪ର୍ଥ ଭାଗ ୧୯୯୯
  • ସିରିଡିରୁ ପୁଟ୍ଟପର୍ତ୍ତି ୨୦୦୫
  • ଶ୍ରୀ ସାଇ ସତଚରିତ ଗାଥା ୨୦୧୨
  • ଦିବ୍ୟ ସମ୍ଭାଷଣ - ୧୫ଶ ଭାଗ ୨୦୦୪
  • ଚେତନାଦୀପ୍ତ ଜୀବନ ୨୦୦୮

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଜୀବନରଙ୍ଗ ପୁରସ୍କାର ୧୯୮୩
  • ସହକାର ପତ୍ରିକା ପୁରସ୍କାର ୧୯୮୫
  • ଝଙ୍କାର ପୁରସ୍କାର (ପ୍ରବନ୍ଧ), ୨୦୧୫
  • ଶ୍ବେତ ଙ୍କେତ ସମ୍ମାନ ୨୦୧୯
  • ଉତ୍କଳ ସାହିତ୍ୟ ସମାଜ ରାଧାନାଥ ରଥ ସମ୍ମାନ ୨୦୧୯
  • ଓଡ଼ିଶା ସାହିତ୍ୟ ଏକାଡେମୀ ବରିଷ୍ଠ ସାହିତ୍ୟିକ ସମ୍ମାନ, ୨୦୨୧
  • ଓଡିଆ ଗବେଷଣା ପରିଷଦ କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର ୨୦୨୨