ଫକୀରପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଫକୀରପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଭାଷାଓଡ଼ିଆ, ଇଂରାଜୀ
Area
 • ସମୁଦାୟ3,634 km2 (1,403 sq mi)
Population
 (୨୦୧୧)
 • Total୫୦୦୦୦
Time zoneIST (+୫.୩୦)
ଡାକ କୋଡ଼
୭୫୮୦୨୨
ଫୋନ+୦୬୭୬୬
ଯାନବାହାନ ପଞ୍ଚୀକରଣOD-09

ଫକୀରପୁର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ବ୍ଲକ ମୁନ୍ସିପାଲିଟିର ସବୁଠାରୁ ବଡ଼ ଗାଁ ।ଏହି ଗ୍ରାମରେ ପ୍ରାୟେ ୫୦,୦୦୦ରୁ ଅଧିକ ଲୋକ ବସ ବାସ କରୁଛନ୍ତି ।

ଭୌଗଳିକ ଅବସ୍ଥିତି ଓ ଜଳବାୟୁ[ସମ୍ପାଦନା]

ଏହି ଗ୍ରାମକୁ ପଶ୍ଚିମରୁ ପୂର୍ବକୁ ରାଜ୍ୟ ପଥ -53 (SH-53), ମୟୂରଭଞ୍ଜରୁ ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଛି । ଏବଂ ଉତ୍ତର -ପୂର୍ବରୁ ଜାତୀୟ ରାଜ ପଥ -୨୦(NH-20), ଯାଜପୁର ଜିଲ୍ଲାକୁ ସଂଯୋଗ କରୁଛି ।

ଦେବଦେବୀ ଓ ମନ୍ଦିର[ସମ୍ପାଦନା]

ଏହି ଗ୍ରାମର ଦକ୍ଷିଣ ଦିଗରେ ବୈତରଣୀ ନଦୀ ଯାଇ ଅଛି । ଗ୍ରାମର ପୂର୍ବ ଦିଗରେ ବାଲୁଙ୍କେଶ୍ୱର (ଶିବ ମନ୍ଦିର ) ମନ୍ଦିର ବିରାଜ ମାନ କରିଛନ୍ତି ।

ପର୍ବ ପର୍ବାଣି[ସମ୍ପାଦନା]

ଏହି ଗ୍ରାମରେ ପ୍ରାୟତଃ ସବୁ ପର୍ବ ପର୍ବାଣି ପାଳନ କରାଯାଏ । ଦଶହରା, ବାରୁଣୀ ମେଳା ଓ ଶନିମେଳା ମୁଖ୍ୟ ପର୍ବ । ଏହି ପର୍ବ ଗୁଡିକରେ ଗାଁକୁ ବହୁ ଦୂରରୁ ଲୋକମାନେ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହ ମିଶି ପାଳନ କରନ୍ତି । ଏହାଛଡା ଗ୍ରାମରେ ରଥଯାତ୍ରା, ଜାଗର ଓଷା, କାର୍ତିକ ପୁର୍ଣିମା ଏବଂ ଅନ୍ୟାନ୍ୟ ସମସ୍ତ ପର୍ବ ପାଳନ କରାଯାଏ ।

ଜୀବନ ଜୀବିକା[ସମ୍ପାଦନା]

ଅଧିକାଂଶ ବ୍ୟକ୍ତି କୃଷି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ସାହିତ୍ୟ ଅନୁରାଗୀ ବ୍ୟକ୍ତିଙ୍କ ବଦାନ୍ୟତାରେ ଫକୀରପୁର ସାହିତ୍ୟ ସଂସଦ ଗଠନ କର ଯାଇଛି । ଏବଂ ତାହାର ଉଦ୍ୟମରେ ଅନ୍ୟ ଏକ ବୈତରଣୀ ନାମକ ପତ୍ରିକା ପ୍ରକାଶିତ ହେଉ ଅଛି । ଏତତ ବ୍ୟତିତ କିଛି ଅଧିବାସୀ ପୋଷକ, ଶାଢ଼ୀ , ଧୋତି ଆଦି ବୁଣିଥାନ୍ତି । ଫକୀରପୁରର ଟସର ପାଟ ଶାଢ଼ୀ ଭାରତ ତଥା ବିଦେଶରେ ପ୍ରଷିଦ୍ଧ ଲାଭ କରିଛି ।

ସୁବିଧା ସୁଯୋଗ[ସମ୍ପାଦନା]

ଗ୍ରାମର ମଧ୍ୟରେ ସିଟି ସ୍କୁଲ (C.T. school), ବି.ଇଡ଼ କଲେଜ ( B.Ed college), ଓ ତାହାକୁ ଲାଗି ଫକୀରପୁରର କାଳି ବଜାର ରହିଛି । ଏହା ସହ ଗ୍ରାମରେ ଫକୀରପୁର ଉଚ୍ଚ ବିଦ୍ୟାଳୟ ଓ ଗର୍ଲ୍ସ ହାଇ ସ୍କୁଲ ରହିଛି ।

ଆଧାର[ସମ୍ପାଦନା]

Rajbulu16 (ମୋ ଆଲୋଚନା) ୧୨:୧୫, ୫ ସେପ୍ଟେମ୍ବର ୨୦୧୫ (UTC)