ପ୍ରିୟଙ୍କା ବୋରା
ପ୍ରିୟଙ୍କା ବୋରା | |
|---|---|
| ଜନ୍ମ | ୧୯୯୪ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୧୫–ଏବେଯାଏଁ |
| ପ୍ରସିଦ୍ଧି | ଏମ୍ଟିଭି ସ୍ପିଟ୍ଭିଲ୍ଲା ସିଦ୍ଧି ବିନାୟକ ରାଗିଣୀ ଏମ୍ଏମ୍ଏସ୍: ରିଟର୍ଣ୍ଣସ୍ |
ପ୍ରିୟଙ୍କା ବୋରା (ଜନ୍ମ: ୧୯୯୪) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସେ ଏମ୍ଟିଭି ସ୍ପ୍ଲିଟ୍ଭିଲ୍ଲାର ସିଜିନ୍ ୮ରେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ସିଦ୍ଧି ବିନାୟକରେ ପ୍ରାଚୀ ଭୂମିକାରେ ଏବଂ ରାଗିଣୀ ଏମ୍ଏମ୍ଏସ୍: ରିଟର୍ଣ୍ଣସ୍ରେ ଆରତୀ ଭୂମିକାରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[୧]
ଅଭିନୟ ଜୀବନ
[ସମ୍ପାଦନା]ପ୍ରିୟଙ୍କା ଆସାମରେ ଜନ୍ମ ହୋଇଥିଲେ ଏବଂ ଟିଭିରେ କାମ କରିବା ପୂର୍ବରୁ ଜଣେ ଏୟାର୍ଲାଇନ୍ କ୍ରିୟୁ ଭାବରେ କାମ କରୁଥିଲେ ।[୨] ସେ ଉତ୍ତର-ପୂର୍ବର କିଛି କାର୍ଯ୍ୟକ୍ରମ ପାଇଁ ମଡେଲିଂ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସିଦ୍ଧି ବିନାୟକ ଜରିଆରେ ହିନ୍ଦୀ ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ ।[୧]
ଅଳ୍ଟ ବାଲାଜୀରେ ପ୍ରସାରିତ ୱେବ୍ ସିରିଜ୍ ରାଗିଣୀ ଏମ୍ଏମ୍ଏସ୍: ରିଟର୍ଣ୍ଣସ୍ରେ ସେ ଆରତୀ ଭୂମିକାରେ ଅଭିନୟ କରିଥିଲେ ।[୩][୪] ରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ମୁର ମିନୋତୀ ତୋରା ହୋଇ ଯୋଡ଼ି ଜରିଆରେ, ସେ ଅହମିୟା ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ ।
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୫ | ଏମ୍ଟିଭି ସ୍ପ୍ଲିଟ୍ଭିଲ୍ଲା | ପ୍ରତିଯୋଗୀ | ସିଜିନ୍ ୮ |
| ୨୦୧୭–୨୦୧୯ | ସିଦ୍ଧି ବିନାୟକ | ପ୍ରାଚୀ ଜୋଶୀ | ହିନ୍ଦୀ |
| ୨୦୨୧–ଏବେଯାଏଁ | ମୁର ମିନୋତୀ ତୋରା ହୋଇ ଯୋଡ଼ି | ପ୍ରୀତି | ଅହମିୟା |
ୱେବ୍ ସିରିଜ୍
[ସମ୍ପାଦନା]| ବର୍ଷ | ସରିଜ୍ | ଭୂମିକା | ପ୍ଲାଟଫର୍ମ |
|---|---|---|---|
| ୨୦୧୭–୨୦୧୮ | ରାଗିଣୀ ଏମ୍ଏମ୍ଏସ୍: ରିଟର୍ଣ୍ଣସ୍ | ଆରତୀ | ଅଲ୍ଟ ବାଲାଜୀ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Jain, Nehal (13 December 2017). "Priyanka Bora – Journey from Splitsvilla to Awesome Assam TVC". Guwahati Plus.
- ↑ Dam, Swagata (2 November 2016). "This Ex-Splitsvilla Contestant Is Now An Air Hostess". MissMalini.
- ↑ "Caution: The climax of Ragini MMS Returns will be too hot to handle!". Free Press Journal. 30 May 2019.
- ↑ "Ragini MMS Returns holds no bar, titillates and spooks the audience!". Midday.com. 10 October 2017.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରିୟଙ୍କା ବୋରା
- ଇନଷ୍ଟାଗ୍ରାମରେ ପ୍ରିୟଙ୍କା ବୋରା