ପ୍ରିତମ ପଣ୍ଡା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପ୍ରିତମ ପଣ୍ଡା
Pritam Panda.jpg
ଓଡ଼ିଆ ପାଟରେ ତିଆରି ପ୍ରିତମଙ୍କ ଡିଜାଇନ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଶିକ୍ଷା ସେଣ୍ଟ ଭିନସେଣ୍ଟ ସ୍କୁଲ, ବାଲେଶ୍ଵର, ଏନ.ଆଇ.ଏଫ.ଟି(କଲିକତା)
ଜୀବିକା ଫ୍ୟାସନ ଡିଜାଇନର
ପ୍ରସିଦ୍ଧି ପାରମ୍ପରିକ ଓ ଆଧୁନିକ ପୋଷାକ ଡିଜାଇନ
ବାଲେଶ୍ଵର
ବାପା ମା ପ୍ରଦ୍ୟୋତ ପଣ୍ଡା, ମିନାକ୍ଷୀ ପଣ୍ଡା
ସମ୍ପର୍କୀୟ ପାୟଲ ପଣ୍ଡା(ଭଉଣୀ)
ଦସ୍ତଖତ
Autograph of Pritam Panda.png

ପ୍ରିତମ ପଣ୍ଡା ଓଡ଼ିଶାର ବାଲେଶ୍ଵରରେ ଜନ୍ମିତ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଫ୍ୟାସନ ଡିଜାଇନର । ତାଙ୍କର ଡିଜାଇନସବୁ ଫ୍ରାନ୍ସ, ଇଟାଲୀ, ଇଂଲଣ୍ଡ ଓ ବାକି ଅନେକ ଦେଶରେ ବିଭିନ୍ନ ଫ୍ୟାସନ ସୋ'ରେ ପ୍ରଦର୍ଶିତ ହୋଇଛି । ଫ୍ୟାସନ ପାଇଁ ତାଙ୍କର ଅବଦାନ ପାଇଁ ସେ ଶ୍ରେଷ୍ଠ ଓ କନିଷ୍ଠ ଫ୍ୟାସନ ଡିଜାଇନର ପୁରସ୍କାର ପାଇଛନ୍ତି । ତାଙ୍କର କାମରେ ଓଡ଼ିଆ ପାଟ, ରାଉତପୁରର ଗାମୁଛା ଓ ପାରମ୍ପରିକ ଲୁଗାର[୧] ବ୍ୟବହାର କରି ଆଧୁନିକ ପୋଷାକ ତିଆରି କରି ସେ ସାରା ଦେଶରେ ଚର୍ଚ୍ଚିତ ।

ଜୀବନ ଇତିହାସ[ସମ୍ପାଦନା]

ବାଲେଶ୍ଵରରେ ଜନ୍ମିତ ପ୍ରିତମଙ୍କ ପିଲାଦିନ କଟିଥିଲା ନିଜ ସହରରେ । ବାଲେଶ୍ଵରର ସେଣ୍ଟ ଭିନସେଣ୍ଟ ସ୍କୁଲରେ ତାଙ୍କର ସ୍କୁଲ ପଢ଼ା ଶେଷ ପରେ ସେ ଫକିର ମୋହନ କଲେଜରୁ କମର୍ସରେ ସ୍ନାତକ ଶ୍ରେଣୀରେ ପଢ଼ା ଆରମ୍ଭ କରିଥିଲେ । ତାହା ପରେ ବିଗାନ ଓ ଲେଇ କଲେଜରେ ପଢୁଥିବା ତାଙ୍କ ଭଉଣୀ ପାୟଲ ପଣ୍ଡାଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ ଫ୍ୟାସନ ଜଗତ ପ୍ରତି ଯାହା ତାଙ୍କୁ କଲିକତାର ଭବାନୀପୁର ଏଜୁକେସନ ସୋସାଇଟି କଲେଜକୁ ପଢ଼ିବା ପାଇଁ ଯାଇଥିଲେ । ସେ କଲିକତାର ନେସନାଲ ଇନଷ୍ଟିଉଟ ଅଫ ଫେସନ ଟେକ୍ନୋଲୋଜି(ଏନ.ଆଇ.ଏଫ.ଟି)ରେ ଫେସନ ପାଠ୍ୟକ୍ରମରେ ମଧ୍ୟ ନାମ ଲେଖାଇଥିଲେ । ତେବେ ପାରିବାରିକ ଅସୁବିଧା ତାଙ୍କ ପଢ଼ାରେ ବାଧା ପଡ଼ିଥିଲା । ଅଧା ଦିନ କଲେଜରେ ପଢ଼ା ଓ ବାକି ଅଧା ତାଙ୍କର ବିତୁଥିଲା ଏକ ଫ୍ୟାସନ ଷ୍ଟୁଡ଼ିଓରେ କାମ କରିବାରେ ଯାହା ତାଙ୍କୁ ବାସ୍ତବ ଫ୍ୟାସନ ଜଗତ ସହ ପରିଚିତ କରାଇଥିଲା ।

୨୦୦୩ରେ ସେ ନିଜ ଭଉଣୀ ପାୟଲଙ୍କ ସହ ମିଶି ମାତ୍ର ୧୫,୦୦୦ ଟଙ୍କାରେ ଆରମ୍ଭ କରିଥିଲେ ନିଜର ଫ୍ୟାସନ ଷ୍ଟୁଡ଼ିଓ । ତେବେ ନିଜର ଅସାଧାରଣ କାମ ପାଇଁ ତଙ୍କୁ ବିଶ୍ଵବିଖ୍ୟାତ ଫ୍ୟାସନ ଡିଜାଇନର ଆଲେକଜାଣ୍ଡର ମାକ କୁଇନଙ୍କ ସହ ଦୁଇମାସ କାମ କରିବାର ସୁଯୋଗ ମିଳିଥିଲା । [୨]

ଏବେ ତାଙ୍କ ତିଆରି ଭି.କେ.ଆଇ. ଏକ ବିଶ୍ଵପ୍ରସିଦ୍ଧ ଫ୍ୟାସନ ଷ୍ଟୁଡ଼ିଓ । ପ୍ରିତମ ଭୁବନେଶ୍ଵରର ଡିଜାଇନର ରଶ୍ମି ମହାପାତ୍ରଙ୍କ ସହ ମିଶି "ରାସ୍ ଅଭିଜାନ" ନାମରେ ଏକ ଫ୍ୟାସନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ, ସେ ଓଡ଼ିଶାର ବୁଣାକାରମାନଙ୍କୁ ଫ୍ୟାସନ ବିଷୟରେ ନୂତନ କୌଶଳ ଶିଖାଉଛନ୍ତି । [୩]

ପୁରସ୍କାର[ସମ୍ପାଦନା]

  • ବର୍ଲଡ଼ ଚୋପାର୍ଡ ୟଙ୍ଗ ଆଣ୍ଟରପ୍ରନର ଆବାର୍ଡ (WCYEA), 2010, ଦୁବାଇ [୪]
  • ଅଲ-ଜହିର, ସିରିଆରେ ପ୍ରଦର୍ଶିତ କଟନ ଭିଣ୍ଟେଜ, ଫ୍ରାନସ, ଇଂଲଣ୍ଡ ଓ ଦୁବାଇରେ ଅନେକ ଫ୍ୟାସନ ସୋ[୫]
  • ଆଇ.ଜି ପୁରସ୍କାର
  • ଆଇ.ଆଇ.ଟି.ରେ ରନର୍ସ-ଅପ
  • କନିଷ୍ଠ ଡିଜାଇନର, ଫୁକେଟ ଫ୍ୟାସନ ମେଳା

ସାମାଜିକ ଅଙ୍ଗୀକାରବଦ୍ଧତା[ସମ୍ପାଦନା]

  • ପିପିଲି, ପୁରୀର ହାତକାମ ଶିଳ୍ପୀମାନଙ୍କ କାମ ଓ ଓଡ଼ିଶାର ଟସର ଆଦି କାମକୁ ନେଇ ସେ ଅନେକ ଆନ୍ତର୍ଜାତୀୟ ଫ୍ୟାସନ ପ୍ରଦର୍ଶନୀରେ ଓଡ଼ିଶାର ହସ୍ତତନ୍ତକୁ ପ୍ରଦର୍ଶନ କରିଛନ୍ତି । ଅଧୁନା ସେ ୫୨ ଜଣ ଓଡ଼ିଆ ବୁଣାକାରଙ୍କୁ ନେଇ ହାତତିଆରି ଓଡ଼ିଆ ଟସର କାମକୁ ନିଜ ଫ୍ୟାସନରେ ଯୋଡୁଛନ୍ତି ।[୬]
  • ରାଉତପୁରର ଗାମୁଛାରେ ବ୍ୟବହାର କରାଯାଉଥିବା ଏକ ପ୍ରାକୃତିକ ଉପାଦାନ ମ୍ୟୁଲକୁ ବ୍ୟବହାରକରି ପ୍ୟାରିସଠାରେ ଆୟୋଜିତ ଫ୍ୟାସନ ପ୍ରଦର୍ଶନୀରେ ଦେଖାଇଛନ୍ତି ।

ପ୍ରସିଦ୍ଧ କାମ[ସମ୍ପାଦନା]

  • ଭାରତୀୟ କ୍ଲାଏଣ୍ଟ: ବଲିଉଡ଼ର ଅଭିନେତ୍ରୀ ବିଦ୍ୟା ବଲାନ, ସେଲିନା ଜେଟଲି, କୋଏନା ମିତ୍ର, ମୁଗଧା ଗୋଡ଼ସେ, ମଲାଇକା ଆରୋରା ଖାନ, ତନାଜ କରିମ, ସେରଲିନ ଚୋପ୍ରା ଓ ଅନେକ ତାଙ୍କ ତିଆରି ପୋଷାକର ମଡ଼େଲ ହୋଇ ତାହା ପ୍ରଦର୍ଶନ କରିଛନ୍ତି ।
  • ବିଶ୍ଵ ସ୍ତରର କ୍ଲାଏଣ୍ଟ: ଜିନିଆ ଆଲବର୍ଟ, ହାଫିଆ ବାହିବି, ଟିମ ବିଙ୍ଗଲେଟ, ଲିସା ଉନୋର

ସଦସ୍ୟତା[ସମ୍ପାଦନା]

  • ହତେ କତିଅର
  • ଚେମ୍ବର ସିଣ୍ଡିକାଲେ ଦି ଲା କୁତର, ପ୍ୟାରିସ [୭]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. ଡିଜାଇନର ପ୍ଲାନେଟ
  2. Balasore boy turns couture king
  3. ପ୍ରଗତିବାଦୀ ୨୪/୦୪/୨୦୧୫ ପୃଷ୍ଠା କ
  4. ପ୍ରଥମ ଓଡ଼ିଆ ଓ କନିଷ୍ଠ ଭାରତୀୟ ଭାବରେ ପ୍ରିତମ ପଣ୍ଡା ପାଇଲେ ବର୍ଲଡ଼ ଚୋପାର୍ଡ ୟଙ୍ଗ ଆଣ୍ଟରପ୍ରନର ଆବାର୍ଡ (WCYEA)
  5. ଫ୍ରାନସ, ଇଲଣ୍ଡ ଓ ଦୁବାଇର ଫ୍ୟାସନ ସୋରେ ପ୍ରିତମଙ୍କ ଡିଜାଇନର ପ୍ରଦର୍ଶନ
  6. Balasore boy turns couture king
  7. କାରିଓପାଥ

ବାହାର ଲିଙ୍କ[ସମ୍ପାଦନା]