Jump to content

ପ୍ରହ୍ଲାଦ ପାଣି

ଉଇକିପିଡ଼ିଆ‌ରୁ
ପ୍ରହ୍ଲାଦ ପାଣି
Prahalada Pani in 2023
୨୦୨୩ ମସିହାର ସାଳନ୍ଦୀ ବହିମେଳା
ଜନ୍ମ
କଣ୍ଟାପଡ଼ା, ଭଦ୍ରକ
ମୃତ୍ୟୁଜାନୁଆରୀ ୭, ୨୦୨୫(୨୦୨୫-୦୧-୦୭)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)କାଠ କାରିଗର
ଗାଳ୍ପିକ
କବି
ଚିତ୍ରକର
ଉଲ୍ଲେଖନୀୟ କୃତିକଳାମନ୍ଦିର (ସଂଗ୍ରହାଳୟ), ଭଦ୍ରକ

ପ୍ରହ୍ଲାଦ ପାଣି (୧ ଜାନୁଆରୀ ୧୯୪୨ - ୬ ଜାନୁଆରୀ ୨୦୨୫) ଜଣେ କାଠ କାରିଗର, ଗାଳ୍ପିକ, କବି ଓ ଚିତ୍ରକର ଥିଲେ । ସେ ଜଣେ କାଠ କାରିଗର ଭାବରେ କାଠରୁ ବିଭିନ୍ନ ମୂର୍ତ୍ତି ଓ କଳାକୃତ୍ତିମାନ କରିଛନ୍ତି, ଯାହାକୁ ନେଇ ସେ ନିଜ ଜନ୍ମସ୍ଥାନରେ 'ନାରାୟଣ ଚନ୍ଦ୍ର କଳା ମନ୍ଦିର' ନାମକ ଏକ ସଂଗ୍ରହାଳୟ ତିଆରି କରିଥିଲେ ।[] ଏହି ସଂଗ୍ରାହଳୟରେ ତାଙ୍କଦ୍ୱାରା ଅଙ୍କାଯାଇଥିବା ବିଭିନ୍ନ ଚିତ୍ରକଳା ମଧ୍ୟ ସ୍ଥାନିତ ହୋଇଛି । ତାଙ୍କର କବିତା, ଗପ ଓ ଉପନ୍ୟାସ ଆଦି ଚାରି ଖଣ୍ଡ ବହି ପ୍ରକାଶିତ ହୋଇଥିଲା ।[] ତାଙ୍କ କଳାକୃତ୍ତି ତଥା ସାହିତ୍ୟ କାର୍ଯ୍ୟ ପାଇଁ ତାଙ୍କୁ ଅନେକ ମଞ୍ଚରେ ସମ୍ମାନିତ କରାଯାଇଛି ।

ଜୀବନୀ

[ସମ୍ପାଦନା]

ପ୍ରହ୍ଲାଦ ପାଣି ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଞ୍ଚାୟତ କଣ୍ଟାପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶୈଶବ ପାଣି ।[]

କାଠ କାରିଗରୀ

[ସମ୍ପାଦନା]

ସେ ତାଙ୍କ ବଡ଼ବାପା ନାରାୟଣ ଚନ୍ଦ୍ର ପାଣିଙ୍କଠାରୁ କାଠ କାରିଗରୀର କଳା ଓ କୌଶଳ ପିଲାଦିନରୁ ଶିଖିଥିଲେ । ପରେ ସେ କଲିକତାଚେନ୍ନାଇର ବିଭିନ୍ନ ସ୍ଥାନରେ କାମ କରିଥିଲେ, ଯେଉଁଠାରେ ସେ ଘରର କାରୁକାର୍ଯ୍ୟ ତଥା ସଂଗ୍ରହାଳୟର ବିଭିନ୍ନ କାମ କରିଥିଲେ ।[] ବାହାରେ ଅନେକ ବର୍ଷ କାମ କରିବା ପରେ, ସେ ଗାଆଁକୁ ଫେରି ସେଠାରେ ନିଜ ଗୁରୁ ତଥା ବଡ଼ବାପା ନାରାୟଣ ଚନ୍ଦ୍ର ପାଣିଙ୍କ ନାମରେ ଏକ ସଂଗ୍ରହାଳୟ ଗଢ଼ିଥିଲେ ।[]

ସାହିତ୍ୟ ସର୍ଜନା

[ସମ୍ପାଦନା]

ପ୍ରହ୍ଲାଦ ପାଣିଙ୍କ ପ୍ରଥମ କବିତା ପୁସ୍ତକ ୭ରୁ ୭୦ ପ୍ରକାଶିତ ହୋଇଥିଲା ଏବଂ ଏହାପରେ, ଉପନ୍ୟାସ ପ୍ରେମର ଅନ୍ୟମାନ ନିର୍ବାଣ ଓ ଗଳ୍ପ ସଂକଳନ ମଝି ପାହାଚର ଦେଖା ଭଳି ୪ଟି ପୁସ୍ତକ ମୁକ୍ତିଲାଭ କରିଥିଲା ।[]

ରଚିତ ପୁସ୍ତକ

[ସମ୍ପାଦନା]
  • ୭ରୁ ୭୦ (କବିତ ପୁସ୍ତକ)
  • ପ୍ରେମର ଅନ୍ୟନାମ ନିର୍ବାଣ (ଉପନ୍ୟାସ)
  • ମଝି ପାହାଚରେ ଦେଖା (ଗଳ୍ପ ସଂକଳନ)
  1. "ଫ୍ୟାନ୍ସି ଆର୍ଟର ଯାଦୁଗର ପ୍ରହ୍ଲାଦ, ଅପମାନ ବଦଳାଇ ଦେଲା ଜୀବନର ମୋଡ". Zee News Hindi. Retrieved 2025-01-08.
  2. "ନିର୍ଜୀବକୁ ଜୀବନ ଦିଅନ୍ତି ପ୍ରହଲ୍ଲାଦ !". ନିର୍ଜୀବକୁ ଜୀବନ ଦିଅନ୍ତି ପ୍ରହଲ୍ଲାଦ !. 13 November 2024. Archived from the original on 7 January 2025. Retrieved 7 January 2025.
  3. ୩.୦ ୩.୧ ୩.୨ ପ୍ରଭାତ ଦାଶ (11 September 2024). "କାଠ କାରିଗରରୁ କଳାମନ୍ଦିର: ଆକର୍ଷିତ କରୁଛି ପ୍ରହ୍ଲାଦଙ୍କ ଭିଲେଜ ଆର୍ଟ ମ୍ୟୁଜିୟମ୍". ପ୍ରମେୟ (in od-IN). ଭଦ୍ରକ. p. 3. Archived from the original on 7 January 2025. Retrieved 7 January 2025.{{cite news}}: CS1 maint: unrecognized language (link)
  4. Nayak, Pradip (8 September 2024). "କାଠ ଓ ବାଉଁଶ କଳାର ଯାଦୁଗର ଗୁରୁ ଶ୍ରୀ ପ୍ରହ୍ଲାଦ ପାଣି । କଳା ମାଧ୍ୟମରେ ସମାଜକୁ ଦେଉଛନ୍ତି ସଚେତନତାର ବାର୍ତ୍ତା". Kanak News. Archived from the original on 7 January 2025. Retrieved 7 January 2025.

ବାହାର ଆଧାର

[ସମ୍ପାଦନା]