Jump to content

ପ୍ରହରାଜ ସତ୍ୟନାରାୟଣ ନନ୍ଦ

ଉଇକିପିଡ଼ିଆ‌ରୁ

ପ୍ରହରାଜ ସତ୍ୟନାରାୟଣ ନନ୍ଦ (୧୯୪୩-୨୦୨୫) ଜଣେ ଝଙ୍କାର ପୁରସ୍କାରପ୍ରାପ୍ତ ଓଡ଼ିଆ କବି ତଥା ବରିଷ୍ଠ ସାମ୍ବାଦିକ । ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ 'କବି ଅନନ୍ତ ପଟ୍ଟନାୟକ ମନୋଗ୍ରାଫ' ତାଙ୍କର ଉଲ୍ଲେଖନୀୟ ଅବଦାନ।[]

ବାଲେଶ୍ୱର ଜିଲ୍ଲାନୀଳଗିରିରେ ୧୯୪୩ ସେପ୍ଟେମ୍ବର ୬ରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ଫକିରମୋହନ କଲେଜ୍, ବାଲେଶ୍ୱରରୁ ଇଂରାଜୀ ଅନର୍ସ ସହ ଗ୍ରାଜୁଏସନ କରିଥିଲେ ଏବଂ ୧୯୬୬ରେ କଟକ ରେଭେନସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ)ରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ । ଏହା ପରେ ସେ କଟକରୁ ସେହି ସମୟରେ ପ୍ରକାଶ ପାଉଥିବା ଦୈନିକ ସମ୍ବାଦପତ୍ର ‘ନିଉଜ୍ ଅଫ୍ ଦି ଓ୍ବାର୍ଲ୍ଡ’, ଓ କଲିକତାରୁ ପ୍ରକାଶ ପାଉଥିବା ‘ଅମୃତ ବଜାର ପତ୍ରିକା’ର ସମ୍ପାଦନା ବିଭାଗରେ ବହୁ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେ ୧୯୭୫ରୁ ୨୦୦୧ ପର୍ଯ୍ୟନ୍ତ ଓଡିଶା ସରକାରର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ର ବ୍ୟବସ୍ଥାପକ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[]

ଓଡ଼ିଆ କବିତାରେ ସନେଟ୍‌ ର ଧାରାକୁ ସେ ଏକ ନୂଆ ପରିଚୟ ଦେଇଥିଲେ । ‘ଶବ୍ଦ ସଙ୍ଗମ ଓ ଅନ୍ୟାନ୍ୟ କବିତା’ ତାଙ୍କର ଏକ ବହୁଚର୍ଚ୍ଚିତ କବିତା ସଂକଳନ ।

ବାଲେଶ୍ଵର ଜିଲ୍ଲାର ରାଜ ନୀଳଗିରି ସ୍ଥିତ ବାସଭବନରେ ୨୬ ମାର୍ଚ୍ଚ ୨୦୨୫ ଦିନ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।[]

ରଚନାବଳୀ

[ସମ୍ପାଦନା]

ଏକ ବହୁମୁଖୀ ସାହିତ୍ୟିକ ବ୍ୟକ୍ତିତ୍ୱ ଭାବେ ଶ୍ରୀ ନନ୍ଦ ତାଙ୍କ ରଚନା ମାଧ୍ୟମରେ ଏକ ବିଶେଷ ପରିଚୟ ଗଢ଼ିଥିଲେ । ତାଙ୍କ ସୃଷ୍ଟିଗୁଡିକ ମଧ୍ୟରେ ନିମ୍ନ ତାଲିକାଭୁକ୍ତ ରଚନା ଗୁଡିକ ଉଲ୍ଲେଖଯୋଗ୍ୟ ।[][]

  • ନୀଳହଂସର ଜ୍ୱାଳା
  • ଅଧପତନର ଛନ୍ଦ
  • ଶବ୍ଦ ସଙ୍ଗମ ଓ ଅନ୍ୟାନ୍ୟ କବିତା
  • ଜିଅନ୍ତା ଶାଳଗ୍ରାମ
  • ସପ୍ତଦ୍ୱୀପା ବସୁନ୍ଧରା
  • ସନେଟ୍ ସା
  • ହିରଣ୍ୟୟେନ ପାତ୍ରେଣ
  • ହିରଣ୍ୟୟେନ ସବିତା ରଥେନା
  • ବର୍ଷାର ପାଦରେ ନୂପୁର
  • ରେଶମୀ ଡୋରରେ ବନ୍ଧା ଗୋଟିଏ ପକ୍ଷୀ
  • ନକ୍ଷତ୍ର ସଙ୍ଗମ ଓ ଅନ୍ୟାନ୍ୟ କବିତା
  • ଶ୍ରୀରାଧାର ପୂର୍ଣାଙ୍ଗ ଆଲୋଚନା[]
  • ହାତରେ ମଶାଲ ଧରି ପାହାଡ଼କୁ ଉଠୁଥିବା ଲୋକ
  • ଶ୍ରେଷ୍ଠ ପ୍ରେମ କବିତା
  • ଶ୍ରେଷ୍ଠ ପ୍ରେମ ସନେଟ୍
  • Sun in the Golden Chariot
  1. ପ୍ରହରାଜ ସତ୍ୟ ନାରାୟଣ ନନ୍ଦ; Praharaj Satya Narayan Nanda; Praharāj Satẏa Nārāẏaṇa Nanda; Praharaj Satya Narayan Nanda; Praharāj Satẏa Nārāẏaṇa Nanda (2003). କବି ଅନନ୍ତ ପଟ୍ଟନାୟକ.
  2. ୨.୦ ୨.୧ Mansingh, Sangita (2025-02-27). "ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ପ୍ରହରାଜ ସତ୍ୟନାରାୟଣ ନନ୍ଦ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2025-04-06.
  3. "ପରଲୋକରେ ବିଶିଷ୍ଟ କବି ଓ ସମ୍ପାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ". Odisha Sambad (in ଆମେରିକୀୟ ଇଂରାଜୀ). 2025-02-26. Retrieved 2025-04-06.
  4. Bureau, O. B. (2025-02-26). "Noted Odia Poet Praharaj Satyanarayan Nanda Passes Away At 82". Odisha Bytes (in ବ୍ରିଟିଶ୍‌ ଇଂରାଜୀ). Retrieved 2025-04-06.
  5. ପ୍ରହରାଜ ସତ୍ୟନାରାୟଣ ନନ୍ଦ (1997). ଶ୍ରୀରାଧାର ପୂର୍ଣ୍ଣାଙ୍ଗ ଆଲୋଚନା (in Oriya).{{cite book}}: CS1 maint: unrecognized language (link)