ପ୍ରସିଦ୍ଧି ସିଂହ
ଦେଖଣା
ପ୍ରସିଦ୍ଧି ସିଂହ | |
|---|---|
| ଜନ୍ମ | ୩୧ ଅକ୍ଟୋବର ୨୦୧୨ ଚେଙ୍ଗଲପଟ୍ଟୁ, ତାମିଲନାଡ଼ୁ, ଭାରତ |
| ଜାତୀୟତା | ଭାରତୀୟ |
| ପ୍ରସିଦ୍ଧି | ପରିବେଶିତ୍ |
| Honours | ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର, ୨୦୨୧ |
ପ୍ରସିଦ୍ଧି ସିଂହ (ଜନ୍ମ: ୩୧ ଅକ୍ଟୋବର ୨୦୧୨) ଜଣେ ସାମାଜିକ ଉଦ୍ୟୋଗୀ ଓ ପରିବେଶ କର୍ମୀ, ଯିଏକି ତାମିଲନାଡ଼ୁର ଚେଙ୍ଗଲପଟ୍ଟୁ ଜିଲ୍ଲାର ବାସିନ୍ଦା ଅଟନ୍ତି ।[୧] ସେ ପ୍ରତିଷ୍ଠା କରିଥିବା 'ପ୍ରସିଦ୍ଧି ଫରେଷ୍ଟ୍ ଫାଉଣ୍ଡେସନ୍' ମାଧ୍ୟମରେ ସମଗ୍ର ଭାରତ ବର୍ଷରେ ହଜାର ହଜାର ଗଛ ଓ ଚଉଦଟି ଜଙ୍ଗଲ ବୃକ୍ଷରୋପଣ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବାରୁ ସେ ପ୍ରସିଦ୍ଧ ।[୨][୩] ପୁଡୁଚେରୀରେ ପ୍ରସିଦ୍ଧି ନିୟମିତ ଭାବେ ପରିବେଶ କାର୍ଯ୍ୟକଳାପ କରୁଥିଲେ ।[୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୨୦୧୨ ମସିହାରେ ଜନ୍ମଗ୍ରହଣ[୫] କରିଥିବା ପ୍ରସିଦ୍ଧି ବର୍ତ୍ତମାନ ଚେନ୍ନାଇର ମହିନ୍ଦ୍ରା ୱାର୍ଲ୍ଡ ସ୍କୁଲରେ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ।[୬] ୨୦୧୬ ମସିହାରେ, ବର୍ଦ୍ଧା ବାତ୍ୟାରେ ତାଙ୍କ ଆଖପାଖ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିବା ସହ ଗାଁ ଓ ଚାଷ ଜମି ନଷ୍ଟ ହେବା ପରେ ସେ ପରିବେଶ ସୁରକ୍ଷାରେ ସକ୍ରିୟ ହୋଇଥିଲେ।[୭]
ପୁରସ୍କାର ଓ ମାନ୍ୟତା
[ସମ୍ପାଦନା]ସମାଜ କଲ୍ୟାଣ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପ୍ରଦାନ କରାଯାଇଥିଲା ।[୮]
ଆଧାର
[ସମ୍ପାଦନା]- ↑ "7-YO Environmentalist Helps Plant 13000 Trees, Aims to plant 1 Lakh Saplings". The Better India (in ଆମେରିକୀୟ ଇଂରାଜୀ). 2020-11-24. Retrieved 2021-03-17.
- ↑ "This 7-year-old girl from Tamil Nadu is aiming to plant 1 lakh trees to improve the Earth's green cover". The New Indian Express (in ଇଂରାଜୀ). 2 December 2020. Retrieved 2024-07-21.
- ↑ "Prasiddhi Forest – Youngest Fruit Forest Creator" (in ଆମେରିକୀୟ ଇଂରାଜୀ). Retrieved 2021-03-17.
- ↑ "Treegering green goals". The New Indian Express. Retrieved 2021-03-17.
- ↑ "The Times of India". PM Bal Puraskar winner talks greenager goals. Retrieved 2021-03-18.[permanent dead link]
- ↑ "Mahindra World School student Prasiddhi Singh conferred Pradhan Mantri Rashtriya Bal Puraskar 2021". India Education,Education News India,Education News | India Education Diary (in ଆମେରିକୀୟ ଇଂରାଜୀ). 2021-01-28. Archived from the original on 2021-02-20. Retrieved 2021-03-17.
- ↑ Kamini Mathai (14 Nov 2019). "Teen eco warriors on a mission to school Chennai on climate change | Chennai News - Times of India". The Times of India (in ଇଂରାଜୀ). Retrieved 2021-03-17.
- ↑ "വയസ് ഏഴ്, ഇതുവരെ നട്ടത് 13,000 തൈകൾ, ലക്ഷ്യം ഒരുലക്ഷം മരങ്ങൾ". Asianet News Network Pvt Ltd (in ମାଲାୟଲମ୍). Retrieved 2021-03-17.