ପ୍ରସାର ଚିହ୍ନ
Stretch marks | |
---|---|
Stria, striae distensae[୧] | |
![]() Multiple recent (reddish) and a few older (white) stretch marks | |
ଉଚ୍ଚାରଣ |
|
ବିଭାଗ | Dermatology |
ଲକ୍ଷଣ | Pink or purple lines that become white over time[୨][୩] |
କାରଣ | Periods of rapid growth (puberty, weight gain, pregnancy)[୨] |
ବିପଦ କାରକ | Corticosteroids, Cushing syndrome, anabolic steroids, weak connective tissue[୨][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on appearance[୪] |
ସଠିକ ରୋଗ ନିର୍ଣ୍ଣୟ | Linear focal elastosis[୩] |
ଚିକିତ୍ସା | Generally none[୩] |
ପୁନଃପୌନିକ | Common[୨] |
ପ୍ରସାର ଚିହ୍ନ (ଇଂରାଜୀ ଭାଷାରେ Stretch marks), ଅନ୍ୟ ନାମ ଷ୍ଟ୍ରାଇ (striae) ହେଉଛି ଚର୍ମ ଭିତରେ ଥିବା ଏକ ପ୍ରକାରର ଦାଗ ।[୨] ଏଗୁଡ଼ିକ ପ୍ରାୟତଃ ଗୋଲାପୀ କିମ୍ବା ବାଇଗଣୀ ରେଖା ଭାବରେ ଆରମ୍ଭ ହୁଏ ଏବଂ ସମୟ ସହିତ ଧଳା ରଙ୍ଗର ହୋଇଯାଏ । [୨] [୩] ପେଟ, ଜଙ୍ଘ, ସ୍ତନ, କିମ୍ବା ପିଠି ସାଧାରଣତଃ ପ୍ରଭାବିତ ହୁଏ । [୨] ଏଗୁଡ଼ିକ ମାନସିକ ଯନ୍ତ୍ରଣାର କାରଣ ହୋଇପାରେ; କିନ୍ତୁ ଶାରୀରିକ ଭାବରେ ବିପଦପୂର୍ଣ୍ଣ ନୁହେଁ ।[୫] [୬]
ଏଗୁଡ଼ିକ ପ୍ରାୟତଃ ଯୌବନ, ଓଜନ ବୃଦ୍ଧି, କିମ୍ବା ଗର୍ଭାବସ୍ଥା ସମୟ ଭଳି ସମୟରେ ଚର୍ମର ଦ୍ରୁତ ବୃଦ୍ଧି ଯୋଗୁ ପ୍ରସାରଣ ଦାଗ ସୃଷ୍ଟି ହୋଇଥାଏ ।[୨] ଅନ୍ୟାନ୍ୟ ବିପଦ କାରକ ମଧ୍ୟରେ କର୍ଟିକୋଷ୍ଟେରଏଡ୍ ବ୍ୟବହାର, କୁସିଙ୍ଗ ସିଣ୍ଡ୍ରୋମ୍, ଆନାବୋଲିକ୍ ଷ୍ଟେରଏଡ୍ ଏବଂ ଦୁର୍ବଳ ସଂଯୋଜକ ତନ୍ତୁ ଯୋଗୁ ହୋଇପାରେ ।[୨] [୭] [୮] ରୋଗ ନିର୍ଣ୍ଣୟ ସାଧାରଣତଃ ରୂପ ଉପରେ ଆଧାରିତ; ତଥାପି ଏହା ବାୟୋପସି ଦ୍ୱାରା ନିଶ୍ଚିତ କରାଯାଇପାରେ ।[୪]
ଏହା ନିମନ୍ତେ ସାଧାରଣତଃ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏ ନାହିଁ ।[୩] ଯଦିଓ ଅନେକ ଚିକିତ୍ସା ପ୍ରସ୍ତାବିତ ହୋଇଛି, ବିଶେଷ ଉପକାରର ପ୍ରମାଣ ମିଳିନାହିଁ ।[୨] [୫] ବିଶେଷତଃ ଗର୍ଭାବସ୍ଥାରେ ଦେଖାଯାଉଥିବା ଦାଗମାନଙ୍କୁ ବ୍ୟବହୃତ କ୍ରିମ୍ ରୋକୁଥିବାର କୌଣସି ପ୍ରମାଣ ନାହିଁ ।[୯] [୬] ସମୟ ସହିତ ଏଗୁଡ଼ିକ ପ୍ରାୟତଃ ଉନ୍ନତ ହୁଏ; ତଥାପି, ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହୁଏ ନାହିଁ ।[୧୦]
ପ୍ରସାର ଚିହ୍ନ ଏକ ସାଧାରଣ ଅବସ୍ଥା ଯାହା ସ୍ଥୂଳକାୟଧାରୀ ଅଧା ଲୋକଙ୍କୁ ପ୍ରଭାବିତ କରେ ଏବଂ ଯୌବନ ଏବଂ ଗର୍ଭାବସ୍ଥାରେ ୯୦% ପର୍ଯ୍ୟନ୍ତ ଏହା ହୁଏ । [୨] ଯୁବକମାନଙ୍କ ତୁଳନାରେ ଯୁବତୀମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୩] ଏହି ବିଷୟରେ ପ୍ରଥମେ ୧୭୭୩ ମସିହାରେ ଜୋହାନ ଜର୍ଜ ରୋଡେରରଙ୍କ ଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[୧୧] "ଷ୍ଟ୍ରିଆ" ଶବ୍ଦର ଅର୍ଥ ସିଆର ବା ଇଂରାଜୀରେ "ଫରୋ"। [୩]
ଆଧାର
[ସମ୍ପାଦନା]- ↑ Zink C (15 June 2011). Dictionary of Obstetrics and Gynecology. Walter de Gruyter. p. 230. ISBN 978-3-11-085727-6.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Oakley, AM; Patel, BC (January 2025). "Stretch Marks". StatPearls. PMID 28613776.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Stretch marks (striae)". DermNet® (in ଇଂରାଜୀ). 26 October 2023. Retrieved 2 February 2025.
- ↑ ୪.୦ ୪.୧ Craft, Noah; Fox, Lindy P.; Goldsmith, Lowell A.; Papier, Art; Birnbaum, Ron; Mercurio, Mary Gail (7 December 2011). VisualDx: Essential Adult Dermatology (in ଇଂରାଜୀ). Lippincott Williams & Wilkins. p. 381. ISBN 978-1-4511-4828-2. Retrieved 2 February 2025.
- ↑ ୫.୦ ୫.୧ Liu L, Ma H, Li Y (August 2014). "Interventions for the treatment of stretch marks: a systematic review". Cutis. 94 (2): 66–72. PMID 25184641.
- ↑ ୬.୦ ୬.୧ Korgavkar, K; Wang, F (March 2015). "Stretch marks during pregnancy: a review of topical prevention". The British journal of dermatology. 172 (3): 606–15. doi:10.1111/bjd.13426. PMID 25255817.
- ↑ Määttä, J (2022). "Stretch Mark Treatment by Tattooing and Microneedling". Current problems in dermatology. 56: 205–211. doi:10.1159/000529556. PMID 37263224.
- ↑ Nieman, LK (October 2015). "Cushing's syndrome: update on signs, symptoms and biochemical screening". European journal of endocrinology. 173 (4): M33-8. doi:10.1530/EJE-15-0464. PMID 26156970.
- ↑ Brennan M, Young G, Devane D (November 2012). "Topical preparations for preventing stretch marks in pregnancy". The Cochrane Database of Systematic Reviews. 2012 (11): CD000066. doi:10.1002/14651858.CD000066.pub2. PMC 10001689. PMID 23152199.
- ↑ "Stretch marks-Stretch marks - Symptoms & causes". Mayo Clinic (in ଇଂରାଜୀ). Archived from the original on 8 August 2023. Retrieved 2 February 2025.
- ↑ Almeida G, Marques E, Golovaty R (2017). "CO2 Laser for Stretch Marks". Clinical Approaches and Procedures in Cosmetic Dermatology. Cham: Springer International Publishing. pp. 1–10. doi:10.1007/978-3-319-20251-8_12-1. ISBN 978-3-319-20250-1. ISSN 2511-820X.