ପ୍ରସନ୍ନ କୁମାର ମହାନ୍ତି
ପ୍ରସନ୍ନ କୁମାର ମହାନ୍ତି ବିଷୁବ ମିଳନ ପୁରସ୍କାର (୭୦ତମ) ଦ୍ଵାରା ସମ୍ମାନିତ ଜଣେ ଓଡ଼ିଆ କବି ।[୧] ୨୦୧୯ ମସିହାରେ ସେ ଏହି ପୁରସ୍କାର ତାଙ୍କର କବିତା ସଂକଳନ ପାଇଁ ଲାଭ କରିଥିଲେ ।
ପ୍ରସନ୍ନ କୁମାର ମହାନ୍ତିଙ୍କ ଜନ୍ମ ୧୯୫୯ ମସିହା ଏପ୍ରିଲ୍ ମାସ ୧୦ ତାରିଖରେ ବାଲେଶ୍ଵର ଜିଲ୍ଲାର ତୁଡ଼ିଗଡ଼ିଆ ଠାରେ । ତେବେ ତାଙ୍କ ଘର ଖୋର୍ଧା ଜିଲ୍ଲାର ବାଳକାଟି ଗ୍ରାମରେ । ୧୯୭୧ ମସିହାରୁ ସେ କବିତା ଲେଖିବା ଆରମ୍ଭ କରିଛନ୍ତି । ଓଡ଼ିଶାର ଅଧିକାଂଶ ପରିଚିତ ସାହିତ୍ୟ ପତ୍ରିକାରେ ତାଙ୍କର କବିତା ପ୍ରକାଶିତ ହୋଇଆସୁଛି । ୧୯୭୮ ମସିହାରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ । ଏହାପରେ ୧୯୭୯ ମସିହାରେ ସେ ଭୁବନେଶ୍ଵରସ୍ଥିତ ଏକାମ୍ର ମହାବିଦ୍ୟାଳୟରେ ଅଧ୍ୟାପନା ଦାୟୀତ୍ଵ ତୁଲାଇଲେ ।[୨]
୧୯୮୦ ମସିହାରେ ତାଙ୍କର ଓ ଅଜିତ ଦାସ ମହାପାତ୍ରଙ୍କର ଏକ ଗଳ୍ପ ସଂକଳନ ପ୍ରକାଶ ପାଇଲା । 'ନିର୍ବାସନରୁ ଶବ୍ଦ' ପ୍ରସନ୍ନ କୁମାର ମହାନ୍ତିଙ୍କଦ୍ୱାରା ୧୯୮୧ ମସିହାରେ ରଚିତ/ସଂକଳିତ ଏକ କବିତା ଗ୍ରନ୍ଥ ।[୩]
ସାହିତ୍ୟ କୃତି
[ସମ୍ପାଦନା]- ବାଲୁଗାଁ ବାରିଧୀ[୪]
- ପଲ୍ଲୀକବି ସୃଷ୍ଟିପରିଧି
- ଓଡ଼ିଆ ସାହିତ୍ୟର ଇତିହାସ-ଆଦ୍ୟ ପ୍ରୟାସ
- ଓଡ଼ିଶାର ଲୋକ ନୃତ୍ୟ
ଆଧାର
[ସମ୍ପାଦନା]- ↑ "ବିଷୁବ ପୁରସ୍କାର ବିଜେତା" (PDF). theprajatantra.org. Retrieved 12 April 2025.
- ↑ "Metro Mijaj Page: 5". Online Odia ePaper | Today Newspaper | Latest news from Odisha, India and world. Retrieved 2025-04-12.
- ↑ ପ୍ରସନ୍ନ କୁମାର ମହାନ୍ତି (1981). ନିର୍ବାସନରୁ ଶବ୍ଦ (in Oriya).
{{cite book}}
: CS1 maint: unrecognized language (link) - ↑ "Internet Archive: Digital Library of Free & Borrowable Texts, Movies, Music & Wayback Machine". archive.org. Retrieved 2025-04-12.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |