Jump to content

ପ୍ରସନ୍ନ କୁମାର ପାତ୍ର

ଉଇକିପିଡ଼ିଆ‌ରୁ


ପ୍ରସନ୍ନ କୁମାର ପାତ୍ର ( ଜନ୍ମ:ଫେବୃଆରୀ ୨୨, ୧୯୪୦) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି । []

ଶିକ୍ଷା ଓ ବୃତ୍ତି

[ସମ୍ପାଦନା]

ପ୍ରସନ୍ନ କୁମାର ପାତ୍ର ଫେବୃଆରୀ ୨୨, ୧୯୪୦ ରେ ଜନ୍ମ ଗ୍ରହଣ କରିଥିଲେ । ଅଗଷ୍ଟ ୫, ୧୯୬୮ ରେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେଇଥିଲେ । ଚାକିରୀ କାଳରେ ସେ ମୁନସିଫ୍, ସବ୍‌ ଜଜ, ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀ, ଅତିରିକ୍ତ ଜିଲ୍ଲା ବିଚାରପତି, ରାଜ୍ୟ ପରିବହନ ଅପିଲ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ଆଞ୍ଚଳିକ ଏବଂ ଶିକ୍ଷା) ଭାବରେ ଏବଂ ଜିଲ୍ଲା ଏବଂ ଦୌରା ଜଜ୍, ଆଇନ ସହାୟତା ଏବଂ ପରାମର୍ଶ ପ୍ରଚାରକ ମଣ୍ଡଳର ସଚିବ ଏବଂ କୋଓପରେଟିଭ୍ ଟ୍ରିବ୍ୟୁନାଲ୍, ଭୁବନେଶ୍ୱରର ଅଧ୍ୟକ୍ଷ ଭାବରେ ଏଭଳି ବିଭିନ୍ନ ପଦବୀରେ କାର୍ଯ୍ୟ ସଂପାଦନ କରିଥିଲେ ।

ସେ ୧୭ ଜୁନ ୧୯୯୯ ରୁ ୨୧ ଫେବୃୟାରୀ ୨୦୦୨ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟରତ ଥିଲେ ।[]

ଅବସର ପରେ, ୨୮ ନଭେମ୍ବର ୨୦୦୮ରୁ ୨୨ ଜାନୁଆରୀ ୨୦୧୩ ପର୍ଯ୍ୟନ୍ତ ଜଷ୍ଟିସ୍‌ ପାତ୍ର ଓଡ଼ିଶାର ପଞ୍ଚମ ଲୋକପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[][] ଗଞ୍ଜାମ ମଦମୃତ୍ୟୁ ଘଟଣାର ତଦନ୍ତ ପାଇଁ ଜଣିକିଆ କମିଶନ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-23.
  2. archive, From our online (2012-05-14). "Justice Patra takes oath as Lokpal". The New Indian Express (in ଇଂରାଜୀ). Retrieved 2025-01-23.
  3. "LOKPALS OF ORISSA" (PDF). magazines.odisha.gov.in. Retrieved 23 January 2025.
  4. Staff (2006-05-05). "Justice Patra to head one-man Commission on hooch tragedy". https://www.oneindia.com (in ଇଂରାଜୀ). Retrieved 2025-01-23. {{cite web}}: External link in |website= (help)