ପ୍ରମଥ ପଟ୍ଟନାୟକ
ପ୍ରମଥ ପଟ୍ଟନାୟକ (ଜନ୍ମ: ୧୪.୦୬.୧୯୫୯) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ପଟ୍ଟନାୟକ ହେଉଛନ୍ତି ସ୍ଵର୍ଗତ ଦୁର୍ଗା ପ୍ରସନ୍ନ ପଟ୍ଟନାୟକ ଏବଂ ସ୍ବର୍ଗତ ଚାରୁବାଳା ପଟ୍ଟନାୟକଙ୍କ ପୁତ୍ର । ସେ ୧୯୭୫ ମସିହାରେ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ-୧, ଭୁବନେଶ୍ବରରୁ ମାଟ୍ରିକ୍ ପରିକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ୧୯୭୭ରେ ବି.ଜେ.ବି. ମହାବିଦ୍ୟାଳୟ, ଭୁବନେଶ୍ବରରୁ କଳାରେ ଇଣ୍ଟରମିଡିଏଟ୍ ଉତ୍ତୀର୍ଣ୍ଣ ହେଲେ । ୧୯୭୯ରେ ବି.ଜେ.ବି. ମହାବିଦ୍ୟାଳୟ, ଭୁବନେଶ୍ବରରୁ କଳାରେ (ସମ୍ମାନ) ସ୍ନାତକ ଡିଗ୍ରୀ ଲାଭ କଲେ । ୧୯୮୧ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ପାଇଲେ । ୧୯୮୬ରେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷାରେ ସ୍ନାତ୍ତକ ଶିକ୍ଷା ସମାପ୍ତ କରିବା ପରେ ୧୯୮୬ରୁ ଓକିଲାତି ଜୀବନ ଆରମ୍ଭ କରିଥିଲେ ।[୨] ମାର୍ଚ୍ଚ ୧୯୯୪ ଠାରୁ ଅକ୍ଟୋବର ୧୯୯୪ ପର୍ଯ୍ୟନ୍ତ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ, ଭୁବନେଶ୍ବରରେ ଷ୍ଟାଣ୍ଡିଙ୍ଗ କାଉନସେଲ ଭାବେ ନିଯୁକ୍ତ ହେଲେ ଓ ଅକ୍ଟୋବର ୧୯୯୪ ଠାରୁ ଜୁନ୍ ୧୯୯୫ ପର୍ଯ୍ୟନ୍ତ ସରକାରୀ କାଉନସେଲ ଦାୟୀତ୍ଵରେ ରହିଲେ । ୨୦୦୦ ଠାରୁ ୨୦୦୬ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟରେ ଅତିରିକ୍ତ ଷ୍ଟାଣ୍ଡିଙ୍ଗ କାଉନସେଲ ଅଧିକାରୀ ଭାବେ ନିଯୁକ୍ତ ହେଲେ । ୨୦୦୬ ଠାରୁ ୨୦୦୯ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟରେ ଅତିରିକ୍ତ ସରକାରୀ କାଉନସେଲ ଭାବେ ନିଯୁକ୍ତ ହେଲେ । ସେପ୍ଟେମ୍ବର ୨୦୧୧ ଠାରୁ ସେପ୍ଟେମ୍ବର ୨୦୧୪ ପର୍ଯ୍ୟନ୍ତ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ, ଭୁବନେଶ୍ବରରେ ସରକାରୀ କାଉନସେଲ ଅଧିକାରୀ ଭାବେ ନିଯୁକ୍ତ ହେଲେ ।
୨୪.୦୯.୨୦୧୪ରେ ଓଡିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ନ୍ୟାୟାଧୀଶ ଭାବେ ପଦବୀ ଗ୍ରହଣ କଲେ । ସ୍ଥାନାନ୍ତର ହୋଇ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟରେ ୨୨.୧୨.୨୦୧୪ରେ ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କଲେ । ୦୪.୦୭.୨୦୧୬ରେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ନ୍ୟାୟାଧୀଶ ଭାବେ ଶପଥ ଗ୍ରହଣ କଲେ । ପୁନଃସ୍ଥାନାନ୍ତର ହୋଇ ୦୮.୦୨.୨୦୧୯ରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଶ ଭାବେ ଯୋଗ ଦେଲେ । ୨୪.୦୯.୨୦୧୪ରୁ ୧୪.୦୬.୨୦୨୧ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ କାର୍ଯ୍ୟରତ ଥିଲେ ।[୧][୩]
ଅବସର ପରେ ଜଷ୍ଟିସ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ ।[୨][୪]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-02-07.
- ↑ ୨.୦ ୨.୧ OR, News Desk. "ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ହେଲେ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ - Odisha Reporter". ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ହେଲେ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ - Odisha Reporter. Retrieved 2025-02-07.
- ↑ OR, News Desk. "ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ". ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ. Archived from the original on 2021-04-11. Retrieved 2025-02-07.
- ↑ Digital, Sambad (2023-06-08). "ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ହେଲେ ଓଡ଼ିଶା ସ୍ଥାବର ସମ୍ପତ୍ତି ପୁନର୍ବିଚାର ନ୍ୟାୟାଧିକରଣର ଅଧ୍ୟକ୍ଷ". Sambad. Retrieved 2025-02-07.