ପ୍ରଫୁଲ୍ଲ କୁମାର ତ୍ରିପାଠୀ (ବିଚାରପତି)
ପ୍ରଫୁଲ୍ଲ କୁମାର ତ୍ରିପାଠୀ (ଜନ୍ମ: ୭-୧୧-୧୯୪୭) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ପ୍ରଫୁଲ୍ଲ କୁମାର ତ୍ରିପାଠୀ ୭-୧୧-୧୯୪୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୨୪-୧୧-୧୯୭୨ରେ ଜଣେ ଆଇନଜୀବୀ ଭାବେ ଯୋଗ ଦେଇ ଜିଲ୍ଲା ଏବଂ ଅଧିନସ୍ଥ ଅଦାଲତରେ ଆଇନ ବ୍ୟବସାୟ ଆରମ୍ଭ କଲେ । ୧-୬-୧୯୮୫ରେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେଇ ଗଞ୍ଜାମ ଜିଲାର ପ୍ରଥମ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ ଭାବେ କାର୍ଯ୍ୟ କଲେ । ୧୧ ସେପ୍ଟେମ୍ବର ୧୯୮୬ରୁ ୧୫ ଏପ୍ରିଲ ୧୯୮୯ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ଜିଲ୍ଲା ଓ ଦୌରା ବିଚାରପତି[୨], ୨୫-୫-୧୯୯୫ରୁ ପୁରୀ ଜିଲ୍ଲା ଏବଂ ଦୌରା ବିଚାରପତି, ପରେ ଇଣ୍ଡଷ୍ଟ୍ରିଆଲ୍ ଟ୍ରିବ୍ୟୁନାଲ୍, ଭୁବନେଶ୍ବରର ପ୍ରିଜାଇଡିଂ ଅଫିସର ଏବଂ ଓଡିଶା ସରକାରର ଆଇନ ବିଭାଗର ସଚିବ ଭାବେ କାର୍ଯ୍ୟ କଲେ । ପରବର୍ତ୍ତୀ ସମୟରେ ଅର୍ଥାତ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କଲେ ।
୧୪-୬-୧୯୯୭ରୁ ୬-୧୧-୨୦୦୯ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିଲେ ।[୧]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-21.
- ↑ "Former Judges | Koraput District | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-27. Retrieved 2025-01-21.