ପ୍ରଫୁଲ୍ଲ କିଶୋର ମହାନ୍ତି
ପ୍ରଫୁଲ୍ଲ କିଶୋର ମହାନ୍ତି (ଜନ୍ମ: ୧୬ ଜୁଲାଇ, ୧୯୨୨) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]ପ୍ରଫୁଲ କିଶୋର ମହାନ୍ତିଙ୍କ ପ୍ରାରମ୍ଭିକ ଶିକ୍ଷା ପ୍ୟାରୀ ମୋହନ ଏକାଡେମୀ, କଟକ, ରେଭେନ୍ସା ମହାବିଦ୍ୟାଳୟ କଟକ ଓ ଖ୍ରୀଷ୍ଟ୍ କଲେଜ୍, କଟକରେ ହୋଇଥିଲା । ସେ ମଧୁସୂଦନ ଆଇନ ମହାବିଦ୍ୟାଳୟ, କଟକରୁ ଆଇନ ଡିଗ୍ରୀ (LL.B) ହାସଲ କରିବା ପରେ ୨୭ ଫେବୃଆରୀ ୧୯୫୧ ତାରିଖରେ ଆଇନଜୀବୀ ଭାବେ ନାମ ଲେଖାଇଲେ । ଏହା ସହ ସେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଭାବେ ୬ ଜୁଲାଇ ୧୯୫୬ରେ ଯୋଗ ଦେଇଥିଲେ । ପେଶା ଜୀବନରେ ସେ ଦେୱାନୀ, ଫୌଜଦାରୀ, ରେଭନ୍ୟୁ ଏବଂ ସଂବିଧାନ ସମ୍ବନ୍ଧୀୟ ମାମଲା ପରିଚାଳନା କରିଥିଲେ ।୫ ମେ ୧୯୬୧ରେ ସେ ରାଜ୍ୟ ସୁପରିୟର ନ୍ୟାୟିକ ସେବାରେ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍ ଭାବେ ଯୋଗଦେଇଥିଲେ ଏବଂ ୧୩ ଅଗଷ୍ଟ ୧୯୬୨ରେ ଜିଲ୍ଲା ଏବଂ ଦୌରା ଜଜ୍ ଭାବେ ନିଯୁକ୍ତ ହୋଇଥିଲେ ।
୭ ମାର୍ଚ ୧୯୬୭ରୁ ୧୮ ମେ ୧୯୭୦ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗରେ ଅତିରିକ୍ତ ଆଇନ ରିମେମ୍ବ୍ରାନ୍ସର ଏବଂ ଯୁଗ୍ମ ସଚିବ ଏବଂ ପରେ ଆଇନ ରିମେମ୍ବ୍ରାନ୍ସର ଏବଂ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିଲେ । ୨ ଜାନୁଆରୀ ୧୯୭୪ରେ ଓଡ଼ିଶା ଉଚ୍ଚ ନ୍ୟାୟାଲୟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୨୬ ଅଗଷ୍ଟ ୧୯୭୪ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହେଲେ । ୧୩ ମାର୍ଚ ୧୯୮୩ରେ ଗୌହାଟୀ ହାଇକୋର୍ଟର କାର୍ଯ୍ୟବାହକ ମୁଖ୍ୟ ବିଚାରପତି ଭାବେ ଦାୟୀତ୍ୱ ସଂପାଦନ କରିଥିଲେ ।
ସେ ୨ ଜାନୁଆରୀ ୧୯୭୪ରୁ ୧୫ ଜୁଲାଇ ୧୯୮୪ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଲୟର ବିଚାରପତି ଭାବେ କାର୍ଯ୍ୟରତ ଥିଲେ ।[୧]
ଅବସର ପରେ ସେ ଓଡ଼ିଶା ରାଜ୍ୟ ପଛୁଆ ଜନଜାତି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-06.
- ↑ "PRAFULLA KISHORE MOHANTI – Appellant Versus STATE OF ORISSA – Respondent". supremetoday.ai. Retrieved 6 January 2025.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |