ପ୍ରଦ୍ୟୁମ୍ନ ପଟ୍ଟନାୟକ
ଦେଖଣା
ପ୍ରଦ୍ୟୁମ୍ନ ପଟ୍ଟନାୟକ | |
|---|---|
| ଜନ୍ମ | ୧୧ ଜୁନ ୧୯୫୭ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅବସରପ୍ରାପ୍ତ ସରକାରୀ କର୍ମଚାରୀ |
| ଉଲ୍ଲେଖନୀୟ କୃତି | ଫଟୋ ଏବଂ ଅନ୍ୟାନ୍ୟ ଗଳ୍ପ |
| ପିତାମାତା | ଦୀନବନ୍ଧୁ ପଟ୍ଟନାୟକ, ଚନ୍ଦ୍ରକଳା ପଟ୍ଟନାୟକ |
ପ୍ରଦ୍ୟୁମ୍ନ ପଟ୍ଟନାୟକ (୧୧ ଜୁନ ୧୯୫୭) ଜଣେ ଭାରତୀୟ ଓଡ଼ିଆ ଭାଷୀ ଗାଳ୍ପିକ, ଗୀତିକାର ଓ ଶିଶୁ ସାହିତ୍ୟିକ । ନିଜ ସାହିତ୍ୟିକ କୃତିତ୍ବ ନିମନ୍ତେ ସେ ରାଜଧାନୀ ପୁସ୍ତକମେଳା ପୁରସ୍କାରରେ ସମ୍ମାନୀତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ପ୍ରଦ୍ୟୁମ୍ନଙ୍କ ଜନ୍ମ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅନ୍ତର୍ଗତ ବଞ୍ଚୋ ଗ୍ରାମରେ । ଅର୍ଥନୀତିରେ ଭଦ୍ରକ କଲେଜରୁ ସ୍ନାତକ ଓ ରେଭେନଶାରୁ ସ୍ନାତକୋତ୍ତର ଡିଗ୍ରୀ ଲାଭ ପରେ ସେ କିଛିଦିନ ଅଧ୍ୟାପନା, ବ୍ୟାଙ୍କ ଚାକିରୀ କରିଥିଲେ । ଶେଷରେ ସିଭିଲ ସର୍ଭିସରେ ଯୋଗ ଦେଇ ରକ୍ଷା ମନ୍ତ୍ରାଳୟରେ ଯୋଗ ଦେଇ ୨୦୧୭ରେ ସେବାନିବୃତ୍ତ ହେଲେ । ଅବସର ପରେ ସୃଜନମନସ୍କ ହୋଇ ସେ ସାହିତ୍ୟର ପ୍ରାୟ ସମସ୍ତ ବିଭାଗରେ ନିଜ ସଫଳତାର ସ୍ବାକ୍ଷର ଛାଡ଼ିଯାଇଛନ୍ତି । [୧]
ରଚନାବଳୀ
[ସମ୍ପାଦନା]ଗଳ୍ପ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ଦରଜି
କବିତା
[ସମ୍ପାଦନା]- ଅବୁଝା ନଈ[୫]
- ମନ ଦର୍ପଣ
- ଅଶ୍ରୁହୋରି
- ଚାରୁଶୀଳା
- କେହିଜଣେ ପ୍ରେମିକା ପରି
- ଉଦ୍ଭଟ କବିତା
- ପ୍ରତିଧ୍ବନି
ଶିଶୁ ସାହିତ୍ୟ
[ସମ୍ପାଦନା]- ଆସ ଆସ ପାରାଯୋଡ଼ିକ
- ଟିକିଟିକି ତାରାଫୁଲ
- ହାତୀ ବାଘ ହରିଣ (ଗପ)
- ଲଛମା (ଉପନ୍ୟାସ) ୨୦୨୫
ସମ୍ମାନ
[ସମ୍ପାଦନା]- କଳିଙ୍ଗ ପୁସ୍ତକମେଳା ପୁରସ୍କାର ୨୦୨୫ 'ଶୁଚିସ୍ମିତାର କାହାଣୀ' ପାଇଁ
- ରାଜଧାନୀ ପୁସ୍ତକମେଳା ପୁରସ୍କାର
- ଆଇନା ପ୍ରତିଭା ସମ୍ମାନ
- ସୂର୍ଯ୍ୟୋଦୟ ସମ୍ଭ୍ରାନ୍ତ ସାରସ୍ବତ ସମ୍ମାନ
- ଶ୍ବେତସଂକେତ ବରିଷ୍ଠ ସାରସ୍ବତ ସମ୍ମାନ
ଆଧାର
[ସମ୍ପାଦନା]- ↑ https://dharitriepaper.in/edition/19464/chhutidina/page/6
- ↑ https://samajaepaper.in/imageview_20_411202522225556_4_73_04-11-2025_8_i_1_sf.html
- ↑ https://sambadepaper.com/imageview_109815_94642_4_80_16-11-2025_4_i_1_sf.html
- ↑ https://samajaepaper.in/imageview_37_24120262219913_4_83_25-01-2026_5_i_1_sf.html#google_vignette
- ↑ https://dharitriepaper.in/edition/20976/chhutidina/page/14