Jump to content

ପ୍ରଦ୍ୟୁମ୍ନ କୁମାର ମହାନ୍ତି

ଉଇକିପିଡ଼ିଆ‌ରୁ


ପ୍ରଦ୍ୟୁମ୍ନ କୁମାର ମହାନ୍ତି (ଜନ୍ମ: ୨.୧.୧୯୪୫) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି []

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍ଜ ମହାନ୍ତି ୨.୧.୧୯୪୫ରେ ଜନ୍ମ ଗ୍ରହଣ କରିଥିଲେ । ୯ ଡିସେମ୍ବର, ୧୯୬୮ରେ ଏକ ଆଇନଜୀବୀ ଭାବରେ ନାମ ଲେଖାଇ ଓଡିଶା ଉଚ୍ଚ ନ୍ୟାୟାଳୟ ଏବଂ କଟକର ନିମ୍ନ ଅଦାଲତ ଗୁଡ଼ିକରେ ମୁଖ୍ୟତଃ ସିଭିଲ, କ୍ରିମିନାଲ୍, ସାମ୍ବିଧାନିକ, ସର୍ଭିସ୍, ଶିକ୍ଷା, ରେଭେନ୍ୟୁ,ମୂଳ, ଅପିଲ ସମ୍ପର୍କିତ ମାମଲାରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ।

ସେ ୧୭.୧.୧୯୯୬ ଠାରୁ ୧.୧.୨୦୦୭ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟରତ ଥିଲେ ।[] କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣାରେ ସେ ତଦନ୍ତ କମିଶନର ମୁଖ୍ୟ ଭାବେ ଦାୟୀତ୍ଵ ସଂପନ୍ନ କରିଥିଲେ ।[] ବହୁ ଚର୍ଚ୍ଚିତ ପିପିଲି ଗଣ ଦୁଷ୍କର୍ମ ଘଟଣାରେ ତାଙ୍କୁ ଜାନୁଆରୀ ୨୦୧୨ ରେ ତଦନ୍ତ କମିଶନ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା ।[] ମାର୍ଚ୍ଚ ୩୧ ୨୦୧୬ରେ ସେ ଏହାର ରିପୋର୍ଟ ଦାଖଲ କରିଥିଲେ ।[]

୧୮ ଜୁନ ୨୦୨୪ ତାରିଖରେ କଟକସ୍ଥିତ ବାସ ଭବନରେ ୭୯ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଥିଲେ ।[][]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-21.
  2. Bureau, O. B. (2024-06-19). "Retired HC Judge P K Mohanty Passes Away In Odisha's Cuttack City". Odisha Bytes (in ଆମେରିକୀୟ ଇଂରାଜୀ). Retrieved 2025-01-21.
  3. "Ex-judge's house robbed". telegraphindia.com. Retrieved 21 January 2025.
  4. "Ex-HC judge dies at 79". The Times of India. 2024-06-19. ISSN 0971-8257. Retrieved 2025-01-21.
  5. NETWORK, LIVELAW NEWS (2024-06-18). "Retired Judge Of Orissa High Court Justice Pradyumna Kumar Mohanty Passes Away". www.livelaw.in (in ଇଂରାଜୀ). Retrieved 2025-01-21.
  6. Service, Express News (2024-06-19). "Retired HC judge PK Mohanty no more". The New Indian Express (in ଇଂରାଜୀ). Retrieved 2025-01-21.